ଦୂତୀ ଚ଼ାନ୍ଦ ଜିତିଲେ ସ୍ବର୍ଣ୍ଣ ପଦକ; ଖେଲୋ ଇଣ୍ଡିଆରେ ଦମ୍ ଦେଖାଇଲେ ଭାରତର ଦ୍ରୁତତମ ନାରୀ

ଦୂତୀ ଚ଼ାନ୍ଦ ୧୦୦ ମିଟର ଦୌଡ଼ିବା ପାଇଁ ମାତ୍ର ୧୧.୪୯ ସେକେଣ୍ଡ ନେଇଛନ୍ତି । ୧୦୦ ମିଟର ଦୌଡ଼ରେ ବର୍ତ୍ତମାନ ଜାତୀୟ ରେକର୍ଡ ଅଛି ୧୧.୨୨ ସେକେଣ୍ଡ, ଯାହା ଦୂତୀ ଗତ ବର୍ଷ ଅକ୍ଟୋବରରେ ନ୍ୟାସନାଲ ଓପନରେ ହାସଲ କରିଥିଲେ ।

ଦୂତୀ ଚ଼ାନ୍ଦ ଜିତିଲେ ସ୍ବର୍ଣ୍ଣ ପଦକ; ଖେଲୋ ଇଣ୍ଡିଆରେ ଦମ୍ ଦେଖାଇଲେ ଭାରତର ଦ୍ରୁତତମ ନାରୀ
ଦୂତୀ ଚ଼ାନ୍ଦ
  • News18 Odia
  • Last Updated: February 29, 2020, 7:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହୋତ୍ସବରେ ଶନିବାର ଜନପ୍ରିୟ ଭାରତୀୟ କ୍ରୀଡ଼ାତାରକା ଦୂତୀ ଚ଼ାନ୍ଦ ୧୦୦ ମିଟର ଦୌଡ଼ିବା ପାଇଁ ମାତ୍ର ୧୧.୪୯ ସେକେଣ୍ଡ ନେଇଥିଲେ । ଏହି ଖେଳ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି, ଆଉ ଅଲମ୍ପିକ୍ ବର୍ଥ ପାଇଁ ନିଜ ସ୍ଥିତିକୁ ଆହୁରି ମଜବୁତ କରିଛନ୍ତି ।

‘‘ଏହି ବର୍ଷର ପ୍ରଥମ ଇଭେଣ୍ଟ ଏମିତି ଉପଲବ୍ଧିର ସହିତ ଆରମ୍ଭ ହୋଇଥିବାରୁ ମୁଁ ଭାରି ଖୁସି । ଆସନ୍ତା ଦୌଡ଼ରେ ମୁଁ ଅତି କମରେ ୦.୧୦ ସେକେଣ୍ଡ କମ୍‌ ସମୟ ନେବି ବୋଲି ନିଶ୍ଚିତ,’’ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ କହିଛନ୍ତି ଦୂତୀ ।

ଏହି ଦୌଡ଼ରେ ଦୂତୀଙ୍କ ପରେ ଦ୍ୱିତୀୟ ହୋଇଥିଲେ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଧନଲକ୍ଷ୍ମୀ ଏସ୍‌. । ସେ ୧୧.୦୦ ସେକେଣ୍ଡରେ ଏହି ଦୂରତା ଦୌଡ଼ିଥିଲେ । ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ସ୍ନେହା ଏସ୍.ଙ୍କୁ ଏଥି ପାଇଁ ୧୨.୦୮ ସେକେଣ୍ଡ ଲାଗିଥିଲା ଓ ସେ ବ୍ରୋଞ୍ଜ ହାସଲ କରିଥିଲେ ।

୧୦୦ ମିଟର ଦୌଡ଼ରେ ବର୍ତ୍ତମାନ ଜାତୀୟ ରେକର୍ଡର ରହିଛି ୧୧.୨୨ ସେକେଣ୍ଡ, ଯାହା ଦୂତୀ ଗତ ବର୍ଷ ଅକ୍ଟୋବରରେ ନ୍ୟାସନାଲ ଓପନରେ ହାସଲ କରିଥିଲେ । ସେ ବର୍ତ୍ତମାନ ଅଲମ୍ପିକ୍ କ୍ବାଲିଫିକେସନ ମାର୍କ ତିଆରି କରିବାରେ ୦.୦୭ ସେକେଣ୍ଡ କମ୍ ସମୟ ନେଇଛନ୍ତି, ଯାହା ୧୧.୧୫ ସେକେଣ୍ଡ ସ୍ଥିର ହୋଇଛି । କିଟ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବା ଦୂତୀ ସେମିଫାଇନାଲରେ ୧୧.୬୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଥିଲେ ।

ଦୂତୀ ସର୍ବଭାରତୀୟ ସ୍ତରରେ ସବୁ ଠାରୁ ଖ୍ୟାତନାମା ଓଡ଼ିଆ କ୍ରୀଡ଼ାବିତ୍‌ । ନିଜ ପ୍ରତିଭାରେ ଭରା କିଶୋରାବସ୍ଥାରେ ସେ ଆନ୍ତର୍ଜାତୀୟ ଆଥଲେଟିକ୍ସ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ଦୌଡ଼ାଳି ଥିଲେ । ତାହା ଥିଲା ୨୦୧୩ର ବିଶ୍ୱ ଯୁବା ଚ଼୍ୟାମ୍ପିଅନଶିପ୍ସ । ଆସାମର ହିମା ଦାସଙ୍କ ପରେ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ କେବଳ ଦ୍ୱିତୀୟ ଭାରତୀୟ ଦୌଡ଼ାଳି ।

୨୦୧୪ରେ ଏକ ହରମୋନ୍‌ ପରୀକ୍ଷଣରେ ବିଫଳ ହେବା ଯୋଗୁଁ ଦୂତୀଙ୍କୁ କ୍ରୀଡ଼ାରୁ ବାରଣ କରାଯାଇଥିଲା । ସେହି ପରୀକ୍ଷଣରେ ତାଙ୍କ ଠାରେ ଟେଷ୍ଟୋଷ୍ଟେରନର ଉଚ୍ଚ ମାତ୍ରାର ଉପସ୍ଥିତି ଦେଖାଯାଇଥିଲା । ଚ଼ାନ୍ଦଙ୍କ ଉପରୁ ଏହି ପ୍ରତିବନ୍ଧକ ୨୦୧୫ରେ ହଟାଯାଇଥିଲା । ରିଓ ୨୦୧୬ ଅଲିମ୍ପିକ୍ସରେ ଅଂଶଗ୍ରହଣ ଓ ୨୦୧୮ ଏସିଆନ କ୍ରୀଡ଼ା ସମ୍ମିଳନୀରେ ଦୁଇଟି ରୋପ୍ୟ ପଦକ ଜିତି ଚ଼ାନ୍ଦ ନିଜ ଖେଳ ପ୍ରତିଭା ଉପରୁ ସମସ୍ତଙ୍କର ସଂଶୟ ଦୂର କରିଥିଲେ ।

ମହିଳା ୧୦୦ ମିଟର ଖେଳରେ ବର୍ତ୍ତମାନ ଜାତୀୟ ରେକର୍ଡ ଧରି ରଖିଥିବା ଓଡ଼ିଶାରେ ଜନ୍ମିତ ଦୂତୂ ନିକଟରେ ସେ ନିଜେ ଏକ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ସ୍ବୀକାର କରି ଚର୍ଚ୍ଚାରେ ଥିଲେ । ଖୋଲାଖୋଲି ଭାବେ ନିଜ ସମଲିଙ୍ଗୀ ସମ୍ବନ୍ଧ ସ୍ୱୀକାର କରିଥିବା ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ତାଙ୍କୁ ବିଭିନ୍ନ ସୂତ୍ରରୁ ପ୍ରଶଂସା ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କ ପରିବାରର କେତେକ ସଦସ୍ୟ ଅଭିଯୋଗ କରିଥିଲେ ଯେ ତାଙ୍କୁ ବ୍ଲାକମେଲିଂ କରାଯାଉଛି ।
First published: February 29, 2020, 7:21 PM IST
corona virus btn
corona virus btn
Loading