• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଦୂତି ଚାନ୍ଦଙ୍କ ମାମଲାରେ ନିଆ ଗଲା କାର୍ଯ୍ୟାନୁଷ୍ଠାନ; ୱେବ୍‌ ପୋର୍ଟାଲର ସମ୍ପାଦକଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଦୂତି ଚାନ୍ଦଙ୍କ ମାମଲାରେ ନିଆ ଗଲା କାର୍ଯ୍ୟାନୁଷ୍ଠାନ; ୱେବ୍‌ ପୋର୍ଟାଲର ସମ୍ପାଦକଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଦୂତି ଚାନ୍ଦଙ୍କ ମାମଲାରେ ଗିରଫ ହୋଇଥିବା ୱେବ ପୋଟାର୍ଲ ମୁଖ୍ୟଙ୍କ ନାମରେ ଆଇ.ପି.ସି.ର ଦଫା ୩୫୪(ଏ) ଅର୍ଥାତ୍ ସେକ୍ସୁଆଲ ହାରାସମେଣ୍ଟ ଧାରା ଲାଗିଛି ।

ଦୂତି ଚାନ୍ଦଙ୍କ ମାମଲାରେ ନିଆ ଗଲା କାର୍ଯ୍ୟାନୁଷ୍ଠାନ

ଦୂତି ଚାନ୍ଦଙ୍କ ମାମଲାରେ ନିଆ ଗଲା କାର୍ଯ୍ୟାନୁଷ୍ଠାନ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ଦୌଡ଼ ରାଣୀ ଦୂତି ଚାନ୍ଦ ନାମରେ ଅଶ୍ଳୀଳ ଭାଷା ପ୍ରାୟୋଗ କରିବା ଓ ଖବର ପ୍ରସାରଣ କରିବା ଅଭିଯୋଗରେ ରାଜ୍ୟ ରାଜଧାନୀରେ ଥିବା ଏକ ୱେବ ପୋଟାର୍ଲ ସାମ୍ବାଦିକଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ସାମ୍ବାଦିକ ଜଣଙ୍କ ହେଲେ ଘରୋଇ ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ । ଭୁବନେଶ୍ୱର ମହିଳା ଥାନାରେ ଦୂତି ଅଭିଯୋଗ କରିବା ପରେ ଶୁକ୍ରବାର ସୁଧାଂଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଗିରଫ ହୋଇଥିବା ୱେବ ପୋଟାର୍ଲ ମୁଖ୍ୟଙ୍କ ନାମରେ ଆଇ.ପି.ସି.ର ଦଫା ୩୫୪(ଏ) ଅର୍ଥାତ୍ ସେକ୍ସୁଆଲ ହାରାସମେଣ୍ଟ କରିବା, ଦଫା ୧୨୦(ବି) ଯଥା ଅପରାଧିକ ଷଡ଼ଯନ୍ତ୍ର କରିବା, ଦଫା ୩୮୫ ଅର୍ଥାତ ଭୟବିତ କରି ବଟି ଆଦାୟ କରିବା, ୫୦୯ ଯଥା ମହିଳାଙ୍କୁ ସମ୍ମାନ ନଦେବା ଓ ଆଞ୍ଚ ଆସିବା ଭଳି ସଙ୍ଗିନ ଓ ସାଙ୍ଘାତିକ୍ ଦଫା ଲଗାଇ ସୁଧାଂଶୁଙ୍କୁ ଗିରଫ କରିଛି ପୋଲିସ ।

ସୁଧାଂଶୁଙ୍କ ଗିରଫ ପରେ ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ କହିଥିଲେ, “ଗୁରୁବାର ଆଥଲେଟ୍ ଦୂତି ଚାନ୍ଦ ମହିଳା ଥାନାରେ ଏକ ୱେବ ପୋଟାର୍ଲ ମୁଖ୍ୟଙ୍କ ନାମରେ ଅଭିଯୋଗ କରିଥିଲେ । ତାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଖବର ପ୍ରସାରଣ କରିବା ଭଳି ଅନେକ ସାଙ୍ଘାତିକ ଅଭିଯୋଗ କରିଥିଲେ ଦୂତି । ଶୁକ୍ରବାର ମହିଳା ଥାନା ପକ୍ଷରୁ ଏକ ଟିମ୍ ଝାରପଡ଼ାରେ ଥିବା ସୁଧାଂଶୁଙ୍କ ଅଫିସରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କିଛି ଲ୍ୟାପଟପ୍‌, ମୋବାଇଲ ଫୋନ୍ ସମେତ କିଛି ଡକ୍ୟୁମେଣ୍ଟକୁ ପୋଲିସ ଜବତ କରିଛି । ୱେବ ପୋଟାର୍ଲର ମୁଖ୍ୟ ସୁଧାଂଶୁ ଶେଖର ରାଉତକୁ ଗିରଫ କରାଯାଇଛି।’’

ଦାଶ ଆହୁରି କହିଥିଲେ, “ଆଉ କିଛି ବ୍ୟକ୍ତିଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି । ହେଲେ ଏବେ କେବଳ ସୁଧାଂଶୁଙ୍କ ବିରୁଦ୍ଧରେ ଆମେ ପ୍ରମଣା ପାଇଛୁ । ଯାହା ଫଳରେ ତାଙ୍କୁ ଗିରଫ କରିଛୁ । ପରବର୍ତୀ ସମୟରେ ଯେଉଁ ମାନଙ୍କ ବିରୋଧରେ ପ୍ରମଣା ମିଳିବ, ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।’’

ସୂଚନା ଅନୁସାରେ ଦୂତି ଚାନ୍ଦ ଟୋକିଓ ଅଲମ୍ପିକ ଖେଳିବାକୁ ଯାଇଥିବା ବେଳେ ସମ୍ପୃକ୍ତ ୱେବ ପୋଟାର୍ଲ ଦୂତିଙ୍କ ବ୍ୟକ୍ତିଗତ ମାମଲାକୁ ନେଇ ସୋସିଆଲ ମିଡ଼ିଆରେ ମନ୍ତବ୍ୟ ଦେବା ଓ ନିଜ ୱେବ ପୋଟାର୍ଲରେ ଖବର ପ୍ରସାରଣ କରିଥିଲେ । ଏ ପରିକି ଦୂତିଙ୍କ ଘରକୁ ଯାଇ ଦୂତିଙ୍କ ଖେଳକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲ।

‘‘ମୁଁ ଟୋକିଓରେ ଥିବା ବେଳେ ସମ୍ପୃକ୍ତ ପୋଟାର୍ଲର ଜଣେ ଯୁବକ ଆମ ଘରକୁ ଯାଇଥିଲା । ସେଠି ଆମ ପରିବାର ଠାରୁ ଜୋର ଜବରଦସ୍ତ ମୋ ବିରୁଦ୍ଧରେ ବାଇଟ ଆଣିଥିଲା । ପରେ ମୋତେ ଫୋନ୍ କରି ବିଭ୍ରାନ୍ତି କର କରିବା ସହ ଟଙ୍କା ମାଗିଥିଲେ । ନଚେତ ଖବର ପ୍ରସାରଣ କରିବାକୁ ଧମକ ଦେଇଥିଲେ,’’ ଅଭିଯୋଗ କରିଥିବା ଦୂତି ଚାନ୍ଦ କହିଥିଲେ ।

ଦୂତି ଅଭିଯୋଗରେ କହିଥିଲେ, “ମୋତେ ନେଇ ତାଙ୍କ ୱେବ ଚ୍ୟାନେଲରେ ସେକ୍ସୁଆଲ ହାରାସମେଣ୍ଟ କରିବା ଭଳି ମନ୍ତବ୍ୟ ଦେବା ସହ ନ୍ୟୁଜ ବନ୍ଦ କରିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ବୋଲି ବଟି ମଧ୍ୟ ମାଗିଥିଲେ ସୁଧାଂଶୁ । ଏପରିକି ଟଙ୍କା ନଦେଲେ ଧମକ ବି ଦେଉଥିଲେ । ଯେଉଁ ସମୟରେ ମୁଁ ଟ୍ରାକରେ ଦୌଡିବାକୁ ଅଭ୍ୟାସ କରୁଥିଲି, ସେତେବେଳେ ଏସବୁ କଥା ଭାବି ମୁଁ ଦୁର୍ବଳ ହୋଇପଡ଼ିଥିଲି । ଯାହା ପରବର୍ତୀ ସମୟରେ ମୋ ଖେଳ ଉପରେ ପ୍ରଭାବ ପକାଇଥିଲା ।”
Published by:Lipina Das
First published: