ନୂଆ ଲୁକ୍ରେ ଝଲକୁଛନ୍ତି ଦୂତୀ ଚାନ୍ଦ; ବବ୍ କଟ୍ ବାଳ ତାଙ୍କର ଅନେକ କାମ ସହଜ କରିଦେଇଛି
ନିଜ ନୂଆ ଲୁକ୍ ପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳୁଛି ବୋଲି କହିଛନ୍ତି ଦୂତୀ । ଲମ୍ବା ବାଳ ପ୍ରଶିକ୍ଷଣରେ ବାଧା ଦେଉଥିବା ବେଳେ ଏବେ ବବ୍ କଟ୍ ବାଳ ତାଙ୍କୁ ବହୁତ ହାଲକା ଲାଗୁଛି ଓ ସେ ଭଲ ଭାବେ ପ୍ରଶିକ୍ଷଣ କରିପାରୁଛନ୍ତି ।

ନୂଆ ଲୁକରେ ଦୌଡ଼ାଳୀ ଦୂତୀ ଚାନ୍ଦ
- News18 Odia
- Last Updated: December 20, 2020, 7:03 PM IST
ଭୁବନେଶ୍ୱର: କେତେବେଳେ କ୍ରୀଡ଼ାରେ ସଫଳତା ପାଇଁ ତ ପୁଣି କେତେବେଳେ ବ୍ୟକ୍ତିଗତ ଜୀବନର ବିବାଦକୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ। କିନ୍ତୁ ଏଥର ତାଙ୍କ ଚର୍ଚ୍ଚା କ୍ରୀଡ଼ା କରିୟର ବା କୌଣସି ବିବାଦ ପାଇଁ ନୁହେଁ । ନିଜର ନୂଆ ଲୁକ୍ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ । ତାଙ୍କ ନୂଆ ହେୟାର୍ ଷ୍ଟାଇଲ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଦୂତୀଙ୍କ ବବ୍ କଟ୍ ବାଳକୁ ନେଇ ଅନେକ ଆଲୋଚନା ହେଉଛି । ନିଜ କ୍ରୀଡ଼ା କରିଅର୍ ଆରମ୍ଭରୁ ଗୋଟିଏ ହେୟାର ଷ୍ଟାଇଲ ଥିଲା ଦୂତୀଙ୍କର । କିନ୍ତୁ ଏବେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ସେ । ଏ ବିଷୟରେ ଦୂତି ମନ ଖୋଲି ନିଜ ବକ୍ତବ୍ୟ ବି ରଖିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

ନୂଆ ଲୁକ୍ରେ ଦୂତୀ ଚାନ୍ଦ
ତାଙ୍କର ଏହି ନୂଆ ଲୁକକୁ ଫ୍ୟାନମାନେ ଖୁବ ପ୍ରଶଂସା କରିଥିବା ସେ କହିଛନ୍ତି। ପ୍ରଥମେ ଭୁବନେଶ୍ୱରର ଲୁକସ ସାଲୁନରେ ଦୂତୀ ହେୟାର କଟ କରାଇଥିଲେ। କିନ୍ତୁ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ପରେ ସିଆରପିଏଫ ଛକ ନିକଟସ୍ଥ ଗଙ୍ଗା ୱେଲନେସ ସାଲୁନ ଆଣ୍ଡ ସ୍ପାରେ ସେ ହେୟାର କଟ କରାଇଥିଲେ। ଦୂତୀଙ୍କ ପର୍ସନାଲିଟିକୁ ମ୍ୟାଚ କଲା ଭଳି ହେୟାର କଟ କରିଥିବା କହିଛନ୍ତି ତାଙ୍କ ଡିଜାଇନର ଅଭିମନ୍ୟୁ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲା
‘‘ଦୂତୀ ଜଣେ ସ୍ପ୍ରିଣ୍ଟର୍ । ଅଧିକାଂଶ ସମୟ ସ୍ପୋର୍ଟସ ଗେଟ୍-ଅପ୍ ନ ହେଲେ ଜିନ୍ସ ଓ ଟିସାର୍ଟ ପିନ୍ଧିଥାନ୍ତି ସେ । ତେଣୁ ତାଙ୍କ ପର୍ସନାଲିଟି ହିସାବରେ ବବ୍ କଟ୍ ତାଙ୍କୁ ଭଲ ମାନୁଛି,’’ କହିଛନ୍ତି ଦୂତୀଙ୍କ ହେୟାର ଡିଜାଇନର ଅଭିମନ୍ୟୁ । ଦୂତୀଙ୍କ ଭଳି ଜଣେ ଷ୍ଟାର କ୍ରୀଡ଼ାବିତଙ୍କ ହେୟାର ଡିଜାଇନ କରି ବେଶ ଉତ୍ସାହିତ ବୋଲି କହିଛନ୍ତି ସେ ।

ନୂଆ ଲୁକରେ ଦୂତୀ ଚାନ୍ଦ
ନିଜ ନୂଆ ଲୁକ୍ ପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳୁଛି ବୋଲି କହିଛନ୍ତି ଦୂତୀ । ‘‘ଲମ୍ବା ଚୁଟି ଥିଲେ ପ୍ରଶିକ୍ଷଣ ବେଳେ ସାମାନ୍ୟ ବାଧା ଉପୁଜେ । ସ୍ପ୍ରିଣ୍ଟରେ ମାଇକ୍ରୋ ସେକେଣ୍ଡର ବି ପ୍ରଭାବ ପଡ଼େ । କିନ୍ତୁ ଏବେ ବହୁତ ହାଲକା ଲାଗୁଛି । ମୁଁ ଏବେ ଭଲ ଭାବେ ପ୍ରଶିକ୍ଷଣ କରିପାରୁଛି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍ ହେଲା
ନୂଆ ଲୁକ୍ ସହ ମାସ୍କ ପିନ୍ଧୁଥିବାରୁ ବାହାରେ ଦୂତୀଙ୍କୁ କେହି ଚିହ୍ନି ପାରୁନାହାନ୍ତି ବୋଲି ସେ କହିଛନ୍ତି । ତେଣୁ ଫ୍ରି ଟାଇମରେ ଖୁସିରେ ବାହାରକୁ ଯାଇ ପାରୁଛନ୍ତି ।
‘‘ମଲ୍ରେ ମୁଁ ଆରାମରେ ସପିଙ୍ଗ୍ କରିପାରୁଛି । ତା’ ସହ ଚାଟ୍ ଓ ଗୁପଚୁପ ଖାଇବାର ମଜା ବି ଉଠାଇ ପାରୁଛି । ମୋ’ ଲୁକ୍ ବଦଳିଛି ସତ । ହେଲେ ବଦଳିନି ଲକ୍ଷ୍ୟ । ଅଲିମ୍ପିକ୍ସ ପଦକ ଜିତିବା ମୋ’ ଲକ୍ଷ୍ୟ । ଏଥି ପାଇଁ ଅଭ୍ୟାସ ଜାରି ରଖିଛି,’’ କହିଛନ୍ତି ଅଲିମ୍ପିଆନ ଧାବିକା ଦୂତୀ ଚାନ୍ଦ ।
ନିୟମିତ ଭାବେ ଅଭ୍ୟାସ କରିବା ସହ ଫିଟନେସ ଉପରେ ସେ ଗୁରୁତ୍ୱ ଦେଉଛନ୍ତି । ଅନଲାଇନରେ ନିଜ କୋଚଙ୍କ ସହ ଯୋଗାଯୋଗ କରି ପ୍ରଶିକ୍ଷଣ ନେଉଛନ୍ତି ଦୂତୀ ।