ପ୍ରଥମେ କରୋନା ଆଉ ଏବେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁରରେ ଫିକା ପଡ଼ିଲା ଏ ବର୍ଷ ଦଶହରା

ଲଗାଣ ବର୍ଷା ଯୋଗୁଁ ଦଶହରା ସମ୍ପୂର୍ଣ୍ଣ ରୂପେ ଫିକା ପଡ଼ିଛି ବ୍ରହ୍ମପୁର ସହରରେ । ଦୀର୍ଘ ନଅ ଦିନ ଧରି ମା'ଙ୍କୁ ମଣ୍ଡପରେ ପୂଜା କରାଯିବା ପରେ ଗତ କାଲି ରାତିରେ ମା'ଙ୍କ ପୂଜାର ପୂର୍ଣ୍ଣାହୁତି ଶେଷ ହୋଇଥିଲା ।

ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁରରେ ଫିକା ପଡ଼ିଲା ଏ ବର୍ଷ ଦଶହରା

ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁରରେ ଫିକା ପଡ଼ିଲା ଏ ବର୍ଷ ଦଶହରା

  • Share this:
News18 Odia Digital

ବ୍ରହ୍ମପୁର: ଆଜି ପୁରା ଦେଶରେ ପାଳନ ହେଉଛି ଦଶହରା ତଥା ବିଜୟାଦଶମୀ । ହେଲେ ବ୍ରହ୍ମପୁର ସହରରେ ଦଶହରାକୁ ଫିକା କରି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ଆଜି ପବିତ୍ର ବିଜୟାଦଶମୀ ତଥା ଦଶହରା ହୋଇଥିବା ବେଳେ ଭୋରରୁ ଲାଗି ରହିଥିଲା ବର୍ଷା । ଯାହା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ବର୍ଷା ଯୋଗୁଁ ସହରବାସୀ ଦଶହରାକୁ ସେଭଳି ଆନନ୍ଦ ଉତ୍ସାହର ସହିତ ପାଳନ କରିପାରିନାହାଁନ୍ତି । ମଣ୍ଡପରେ ମା'ଙ୍କୁ ଦର୍ଶନ କରବା ନିମନ୍ତେ ବି.ଏମ.ସି. ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ମଣ୍ଡପରେ ମା'ଙ୍କୁ ଭକ୍ତମାନେ ଦର୍ଶନ କରିପାରିନଥିଲେ । ଆଜି ମଣ୍ଡପରେ ମା'ଙ୍କୁ କେବଳ ନିତିଦିନିଆ ଭାବେ ପୂଜା କରାଯିବା ସହିତ ଗାଡ଼ି ପୂଜା କରାଯାଇଥିଲା ।

ଲଗାଣ ବର୍ଷା ଯୋଗୁଁ ଦଶହରା ସମ୍ପୂର୍ଣ୍ଣ ରୂପେ ଫିକା ପଡ଼ିଛି ବ୍ରହ୍ମପୁର ସହରରେ । ଦୀର୍ଘ ନଅ ଦିନ ଧରି ମା'ଙ୍କୁ ମଣ୍ଡପରେ ପୂଜା କରାଯିବା ପରେ ଗତ କାଲି ରାତିରେ ମା'ଙ୍କ ପୂଜାର ପୂର୍ଣ୍ଣାହୁତି ଶେଷ ହୋଇଥିଲା ।

‘‘ଆଜି ସକାଳୁ ସେଭଳି କୌଣସି ସ୍ବତନ୍ତ୍ର ରୀତିନୀତିରେ ପୂଜା ନ ହୋଇ କେବଳ ସାଧାରଣ ଭାବେ ମା'ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ମା' ମଣ୍ଡପରେ ବିଶ୍ରାମ କରିଥିଲେ । ଦଶହରା ଅବସରରେ ସହରବାସୀ ନିଜର ଯାନବାହନକୁ ମଣ୍ଡପ ନିକଟରେ ପୂଜା କରିଥିଲେ । ଆଜିର ଦିନରେ ମା'ଙ୍କ ନିକଟରେ ଯାନବାହାନ, ଯନ୍ତ୍ର ଆଦି ପୂଜା କରିବାର ବିଧି ରହିଛି । ତଥାପି କୋଠର କଟକଣା ଯୋଗୁଁ ଭକ୍ତଙ୍କ ଭିଡ଼ ମଣ୍ଡପରେ ଲାଗିନଥିବା ନେଇ ସୂଚନା ଦେଇଛନ୍ତି,‘‘ ପୂଜକ ଶ୍ରୀଧର ସାହୁ ।

ଆଜି ମଣ୍ଡପରେ ମା'ଙ୍କୁ କେବଳ ନିତିଦିନିଆ ଭାବେ ପୂଜା କରାଯିବା ସହିତ ଗାଡ଼ି ପୂଜା କରାଯାଇଥିଲା


ପୂଜା କମିଟିର ସଦସ୍ୟ ଅଭୟ କୁମାର ପାଢ଼ୀ, ‘‘ସହରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବି.ଏମ.ସି. ପକ୍ଷରୁ ଜାରି ହୋଇଥିଲା ପୂଜା ପାଇଁ ଗାଇଡ଼ଲାଇନ୍ । ଏହି ସମସ୍ତ ଗାଇଡ଼ଲାଇନକୁ ପାଳନ କରି ପୂଜା କମିଟିମାନେ ମା'ଙ୍କ ପୂଜାର୍ଚ୍ଚନା କରିଥିଲେ । ଆଜି ମା'ଙ୍କ ପୂଜା ଶେଷ ହୋଇଥିବା ବେଳେ କୌଣସି ପୂଜା କମିଟି କୋଭିଡ଼ ନିୟମକୁ ଅମାନ୍ୟ କରିନଥିବାରୁ କୌଣସି ସ୍ଥାନରେ ବି.ଏମ.ସି. ପକ୍ଷରୁ ଚଢ଼ାଉ କରାଯାଇନଥିଲା । ପୂଜା ସମୟରେ ବି.ଏମ.ସି.ର ସମସ୍ତ କଟକଣାକୁ କମିଟିମାନେ ପାଳନ କରିଥିବା ବେଳେ ଆଗାମୀ ଦିନରେ ଭସାଣୀ ସମୟରେ ବି ପାଳନ କରିବେ ।‘‘

‘‘ଆଜି ଭୋରରୁ ସହରରେ ଝିପ୍ ଝିପ୍‌ ବର୍ଷା ଆରମ୍ଭ ହୋଇଥିଲା । ଏହା ପରେ ଲଗାଣ ବର୍ଷା ଜାରି ରହିଥିଲା । ଯାହା ଦ୍ବାରା ସକାଳ ସମୟରେ ସଠିକ୍‌ ଭାବେ ମା'ଙ୍କୁ ମଣ୍ଡପରେ ଚଳିତ ବର୍ଷ ନିମନ୍ତେ ଶେଷ ଦର୍ଶନ କରିବା ପାଇଁ ଯାଇପାରିନଥିଲେ ଭକ୍ତମାନେ । ନିଜ ଯାନବାହାନକୁ ଘରେ ହିଁ ପୂଜା କରିଥିଲେ । ପରିବାର ଲୋକଙ୍କ ସହ ଦଶହରା ପାଳନ କରି ଉତ୍ସାହ ମନାଇଥିଲେ ସହରବାସୀ । ଗୋଟିଏ ପଟେ କୋଭିଡ଼ କଟକଣା ଓ ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ଦଶହରା ସମ୍ପୂର୍ଣ୍ଣ ରୂପେ ଫିକା ପଡ଼ିଯାଇଛି,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଶରୀତା ପଣ୍ଡା ।

ଲଗାଣ ବର୍ଷା ଯୋଗୁଁ ଦଶହରା ସମ୍ପୂର୍ଣ୍ଣ ରୂପେ ଫିକା ପଡ଼ିଛି ବ୍ରହ୍ମପୁର ସହରରେ


ବ୍ରହ୍ମପୁର ବାସିନ୍ଦା ମୋହନ ସିଂହାରୀ, ‘‘କୋଭିଡ଼ ପୂର୍ବରୁ ସହରରେ ପ୍ରାୟ ୪୦ରୁ ଅଧିକ ପୂଜା ମଣ୍ଡପରେ ମା'ଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା । ଉଚ୍ଚ ଉଚ୍ଚ ତୋରଣ ସାଙ୍ଗକୁ ଆଲୋକସଜ୍ଜ୍ୟା ଲୋକଙ୍କୁ ବିମୋହିତ କରି ନେଉଥିଲା । ହେଲେ କରୋନା ସଂକ୍ରମଣ ଭୟ ଯୋଗୁଁ କଟକଣା ମଧ୍ୟରେ ରହି ପୂଜା ପାଳନ କରୁଥିବା ବେଳେ ସେଥିରେ ପୁଣି ଭକ୍ତଙ୍କୁ ନିଷେଧ ରହିଥିଲା ଦର୍ଶନ କରିବା ପାଇଁ । ଆଗାମୀ ଦିନରେ କୋଭିଡ଼ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ କମ ହେଲେ ଦଶହରା ପର୍ବକୁ ନିରାଡ଼ମ୍ବର ଭାବେ ପାଳନ କରିବୁ ।’’

ବି.ଏମ.ସି. ପକ୍ଷରୁ ଜାରି କରାଯାଇଥିବା ସମସ୍ତ ପ୍ରକାରର ପୂଜା କଟକଣାକୁ ପାଳନ କରିଥିବା ବେଳେ କମିଟିମାନେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଭସାଣୀ ନେଇ ଖୁବ୍ ଶୀଘ୍ର ବି.ଏମ.ସି. ପକ୍ଷରୁ ଗାଇଡ଼ଲାଇନ ଜାରି କରାଯିବ ।
Published by:Lipina Das
First published: