ଆସୁଛି ଦୁର୍ଗା ପୂଜା; କରୋନା ନିୟମ ମାନି ମା’ଙ୍କ ପୂଜା ପାଇଁ ସବୁ ମଣ୍ଡପ ପ୍ରସ୍ତୁତ; ଭକ୍ତିରେ ହେବନି ଉଣା

ମୂର୍ତ୍ତି କାରିଗରମାନେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଜୀବନ୍ୟାସ କରିବାରେ ଲାଗି ପଡ଼ିଛନ୍ତି । ନିୟମ ଅନୁସାରେ ସବୁଠି ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟରେ ସୀମିତ ରଖାଯାଇଛି । କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ସଭିଏଁ ଆଗ୍ରହୀ ।

ଭୁବନେଶ୍ୱରରେ ଏକ ମଣ୍ଡପରେ ମା୩ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଜଣେ କାରିଗର

ଭୁବନେଶ୍ୱରରେ ଏକ ମଣ୍ଡପରେ ମା୩ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଜଣେ କାରିଗର

  • Share this:
News18 Odia Digital

ଭୁବନେଶ୍ୱର: ସରକାରୀ କଟକଣା ଯୋଗୁଁ ଗତ ବର୍ଷ ଭଳି ଏ ଥର ବି ଫିକା ପଡ଼ିବାକୁ ଯାଉଛି ଉଭୟ ଦୁର୍ଗା ପୂଜା ଓ ଦୀପାବଳୀ । ନିକଟରେ ଜାରି ହୋଇଥିବା ଅକ୍ଟୋବର ମାସ ପାଇଁ ନିୟମାବଳୀରୁ ଏହା ସ୍ପଷ୍ଟ ହୋଇଯାଇଛି । ସେଇଥି ପାଇଁ ସାରା ରାଜ୍ୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ପରମ୍ପରାଗତ ଢଙ୍ଗରେ ବିନା ଭକ୍ତରେ ନିରାଡ଼ମ୍ବର ପୂଜା ପାଳନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଭୁବନେଶ୍ୱରର ଦୁଇଟି ପରିଚିତ ପୂଜା କମିଟି ରସୁଲଗଡ଼ ଓ ବମିଖାଲରେ ଦୁର୍ଗା ପୂଜା ପାଇଁ ଜୋରଦାର୍‌ ପ୍ରସ୍ତୁତି ଚଳାଇଛନ୍ତି । ରସୁଲଗଡ଼ ସାର୍ବଜନୀନ ଦୁର୍ଗା ପୂଜା କମିଟିର ମୂର୍ତ୍ତି କାରିଗର ମୃଣ୍ମୟୀ ମୂର୍ତ୍ତିକୁ ଜୀବନ୍ୟାସ ଦେବାରେ ଲାଗି ପଡ଼ିଛନ୍ତି ।  ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ୍‌ ଭିତରେ ନିୟମ ଅନୁସାରେ ସୀମିତ ରଖାଯାଇଛି । କୋଭିଡ଼ ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଦୁର୍ଗା ପୂଜାର ତିନି ମାସ ଆଗରୁ ଏଠି ସୁଦୃଶ୍ୟ ତୋରଣ ଓ ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଯାଉଥିଲା । ଶହ ଶହ ଲୋକ ମୂର୍ତ୍ତି ଓ ମେଢ଼ ନିର୍ମାଣ କାମରେ ସାମିଲ ହେଉଥିବା ବେଳେ ଘୋ ଘୋ ଶବ୍ଦରେ କମ୍ପି ଉଠୁଥିଲା ପୂରା ପରିବେଶ । ଏବେ ଯେମିତି ସବୁ ନିରବି ଯାଇଛି।

ଏହା ବି ପଢ଼ନ୍ତୁ | Punjab tussle: ସିଦ୍ଧୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ, କହିଲେ ଅମରିନ୍ଦର ସିଂ

‘‘ରସୁଲଗଡ଼ ଦୁର୍ଗା ପୂଜାର ଚମକ ଭାରି ନିଆରା । ଜୁନ୍‌ ମାସ ହେଲେ ଆମର ଅପେକ୍ଷା ଥାଏ କେବେ ଭୁବନେଶ୍ୱରରୁ ଡାକରା ଆସିବ । ହେଲେ ଦୁଇ ବର୍ଷ ହେଲା କୋଭିଡ୍‌ ଯୋଗୁଁ ସେ ସବୁ ବନ୍ଦ୍‌ । ଘରେ କାମ ନ ଥିଲା । ଛୋଟ ମୂର୍ତ୍ତି ତିଆରି ପାଇଁ ଡାକରା ଆସିଲା । ବଡ଼ ଖୁସିରେ ଚାଲି ଆସିଲି,’’ ନିଜ ହତାଶା ସହ ଖୁସି ପ୍ରକାଶ କରି କହିଛନ୍ତି ରସୁଲଗଡ଼ରେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର ବିଦ୍ୟୁତ ଜେନା । ସେ କୋଲକାତାରୁ ଆସିଛନ୍ତି ।

ନିୟମ ଅନୁସାରେ ସବୁଠି ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟରେ ସୀମିତ ରଖାଯାଇଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Fitness Queen: ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁ

ରସୁଲଗଡ଼ ଦୁର୍ଗା ପୂଜା କମିଟିର ସଦସ୍ୟ ଅମୂଲ୍ୟ ପରିଡ଼ା କହିଛନ୍ତି ଯେ ଗତ ବର୍ଷ ଭଳି ଏ ଥର ବି ନିରାଡ଼ମ୍ବର ଭାବେ ଦୁର୍ଗା ପୂଜା ଆୟୋଜନ କରାଯିବ । ‘‘ଆମେ ସରକାରୀ ନିୟମର ଅନୁପାଳନ କରିବୁ । ଏ ଥର ବାଜା, ରୋଷଣୀ, ସାଜସଜ୍ଜା ସବୁ ବନ୍ଦ୍‌ । ସେ ନେଇ ଆମ କମିଟିର ବୈଠକରେ ନୀତିଗତ ନିଷ୍ପତ୍ତି ହୋଇସାରିଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଏହି କମଳା ରଙ୍ଗର ଡ୍ରେସ୍ ଦାମ୍ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ରସୁଲଗଡ଼ ସାର୍ବଜନୀନ ଦୁର୍ଗା ପୂଜା କମିଟି ଭଳି ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ପୂଜା କମିଟି ବମୀଖାଲ ପକ୍ଷରୁ ବି କେବଳ ପରମ୍ପରାଗତ ପୂଜା ବିଧି ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ତେଣୁ ଏଠି ବି ଖାଁ ଖାଁ ପରିବେଶ । ଯେଉଁଠି ପୂଜାର ପ୍ରାୟ ତିନି-ଚାରି ମାସ ଆଗରୁ ଲୋକଙ୍କ ଭିଡ଼ ଜମୁଥିଲା ସେଠି ଏବେ କେହି ଲୋକ ଦିଶୁନାହାନ୍ତି। ବମୀଖାଲ ପୂଜା କମିଟିର କୋଷାଧ୍ୟକ୍ଷ ବଣ୍ଟି ଜେନା କହିଛନ୍ତି, ‘‘କୋଭିଡ ନିୟମ ଭିତରେ ହେଉଛି ମୂର୍ତ୍ତି ନିର୍ମାଣ। ପୂଜା ବି ସେହି ନିୟମରେ ହେବ । କୋଭିଡ ଗାଇଡଲାଇନକୁ ଆମେ ସଠିକ ଭାବେ ପାଳନ କରିବୁ ।’’

ଏହା ବି ପଢ଼ନ୍ତୁ | Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ପୂଜା ବିଧି

ବୁଦ୍ଧିଜୀବୀ ଦେବାଶିଷ ମିଶ୍ର କହିଛନ୍ତି, ‘‘ତୃତୀୟ କୋଭିଡ ଲହରୀର ଭୟ ଏବେ ବି ସରି ନ ଥିବା କାରଣରୁ ନିରାଡମ୍ବର ପୂଜା ପାଳନ ଧାରାକୁ ସବୁ ପୂଜା କମିଟି ଗୁରୁତ୍ୱ ଦେବା ଜରୁରୀ । ଲୋକେ ବି ଏହାକୁ ମାନିବା ଦରକାର।’’ ଏ ସବୁ ଭିତରେ କିଛି ପୂଜା କମିଟି ସାମୟିକ ଭାବେ ଭକ୍ତଙ୍କ ପାଇଁ କୋଭିଡ କଟକଣା କୋହଳ କରିବା ପାଇଁ ଲିଖିତ ନିବେଦନ ବି କରିଛନ୍ତି ।
Published by:Anand S.T. Das
First published: