ସମ୍ବଲପୁରରେ ଧୁମଧାମରେ ପାଳନ ହେଉଛି ନବରାତ୍ରୀ; ଆକର୍ଷଣୀୟ ମଣ୍ଡପ ଲୋକଙ୍କୁ କରୁଛି ଆକୃଷ୍ଟ

ଶାରଦୀୟ ଦୁର୍ଗାପୂଜାକୁ ସମ୍ୱଲପୁରରେ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ମହାନଗରରେ ୫୦ରୁ ଉର୍ଦ୍ଧ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା । ବିଭିନ୍ନ ପୂଜା ମଣ୍ଡପରେ ମାଆ ପୂଜା ପାଉଥିବା ବେଳେ ଲୋଟସ୍ ଟେମ୍ପୁଲ ତୋରଣକୁ ନେଇ ଚର୍ଚ୍ଚା ।

ସମ୍ବଲପୁରରେ ଧୁମଧାମରେ ପାଳନ ହେଉଛି ନବରାତ୍ରୀ; ଆକର୍ଷଣୀୟ ମଣ୍ଡପ ଲୋକଙ୍କୁ କରୁଛି ଆକୃଷ୍ଟ

ସମ୍ବଲପୁରରେ ଧୁମଧାମରେ ପାଳନ ହେଉଛି ନବରାତ୍ରୀ; ଆକର୍ଷଣୀୟ ମଣ୍ଡପ ଲୋକଙ୍କୁ କରୁଛି ଆକୃଷ୍ଟ

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ବଲପୁର; ଶାରଦୀୟ ଦୁର୍ଗାପୂଜାକୁ ସମ୍ୱଲପୁରରେ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ମହାନଗରରେ ୫୦ରୁ ଉର୍ଦ୍ଧ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା । ଆକର୍ଷଣୀୟ ମଣ୍ଡପ ନିର୍ମାଣ ସାଙ୍ଗକୁ ସମ୍ପୁର୍ଣ୍ଣ ରିତିନିତିରେ ପୂଜା କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ପୂଜା କମିଟି ।



ସହରରେ ଥିବା ସମସ୍ତ ପୂଜା ମଣ୍ଡପ ଗୁଡିକୁ ସୁନ୍ଦର ଭାବରେ ସଜା ଯାଇଛି । ଗେବିନ୍ଦତଲା, ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀଟକିଜ ଛକ, ଧୁଚୁରାପଡା, ବୁଜାରାଜା ଫାଟକ, ଢୁକୁପଡା, ଧନକଉଡା ଓ ଅଇଠାପାଲୀରେ ଆକର୍ଷଣୀୟ ମଣ୍ଡପ ତିଆରି କରାଯାଇଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ସବୁ ପୂଜା କମିଟି ମଧ୍ୟରେ ଲାଗିଛି ପ୍ରତିଯୋଗିତା । ନିଜ ନିଜ ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି । ଧୁଚୁରାପଡାରେ ମଣ୍ଡପକୁ ସମଲେଶ୍ୱରୀ ମନ୍ଦିର ରୂପ ଦିଆଯାଇଥିବା ବେଳେ ଅଇଁଠାପାଲୀ ମଣ୍ଡପକୁ ଲୋଟସ ଟେମ୍ପୁଲର ରୂପ ଦିଆଯାଇଛି । ସେହିପରି ଅନ୍ୟ ସ୍ଥାନରେ ମଧ୍ୟ ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବରେ ସଜା ଯାଇଛି ।



‘‘ ଆମେ ସବୁ ବଳେ ସମ୍ବଲପୁରର ଲୋକ କଳା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେଉ । ତାହାକୁ ଧ୍ୟାନ ଦେଇ ଆମ ଧୁଚୁରାପଡା ପୂଜା କମିଟି ମଣ୍ଡପ ତିଆରି କରିଥାଏ । ତେଣୁ ଏ ବର୍ଷ ଏହି ପରମ୍ପରାକୁ ବଜାର ରଖି ଆମେ ସମ୍ବଳପୁରୀ ମନ୍ଦିର, ସମ୍ବଲପୁରୀ ବସ୍ତ୍ର ଓ ବଦ୍ୟାକୁ ନେଇ ମଣ୍ଡପ ତିଆରି କରିଛୁ ବୋଲି ଧୁଚୁରାପଡା ପୂଜା କମିଟି ସଭାପତି ସରୋଜ କୁମାର ପୂଜାରୀ କହିଛନ୍ତି । ‘‘ କରୋନା କଟକଣା ହଟିବା ପରେ ଦୁର୍ଗା ପୂଜା କରାଯାଉଥିବାରୁ ସବୁ ପୂଜା ମଣ୍ଡପ ଧୁମଧାମରେ ପାଳନ କରିବାକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ସବୁ ପୂଜା ମଣ୍ଡପ ପକ୍ଷରୁ ପ୍ରତିଯୋଗିତା ମୂଳକ ଭାବେ କିପରି ପୂଜାକୁ ଆକର୍ଷଣୀୟ କରାଯିବ ତାହା ଉପରେ ଧ୍ୟାନ ଦେଇଛନ୍ତି ବୋଲି ଅଇଁଠାପାଲୀ ପୂଜା କମିଟି ସଦସ୍ୟ ଗିରିଜା ସାହୁ କହିଛନ୍ତି ।



କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେବ ଭକ୍ତମାନେ ନବରାତ୍ରରେ ମାଆ ଦୂର୍ଗାଙ୍କୁ ଦର୍ଶନ କରି ପାରି ନ ଥିଲେ । କିନ୍ତୁ ଏଥର କଟକଣା ହଟି ଯାଇଥିବାରୁ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗି ରହିଛି । ବିଭିନ୍ନ ମଣ୍ଡପରେ ଭକ୍ତମାନେ ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ମଣ୍ଡପ ଗୁଡିକର ସୁନ୍ଦର ସାଜସଜା ଓ ରଙ୍ଗିନ ଆଲୋକ ଲୋକଙ୍କୁ ଆକର୍ଷଣ କରୁଛି । ତେବେ ଦୁଇ ବର୍ଷ ପରେ ମାଆଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇଥିବାରୁ ଭକ୍ତମାନେ ବେଶ ଖୁସି ଥିବା କହିଛନ୍ତି ।



‘‘ କୋରାନା କଟକଣା ହଟିବା ପରେ ମାଆ ଦୁର୍ଗାଙ୍କୁ ପାଖରୁ ଦେଖିବାକୁ ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଛି ବୋଲି ଶ୍ରଦ୍ଧାଳୁ ଗାୟତ୍ରୀ ଧର କହିଛନ୍ତି । ’’ସନ୍ଧ୍ୟା ସମୟରେ ପୂଜା ମଣ୍ଡପରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ  ୧୧  ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Published by:Soubhagya Mishra
First published: