କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ; ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି ଏହି କାରବାରର ଚେର

Duplicate Aquaguard: କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ। ତଦନ୍ତରେ ସାମ୍ନାକୁ ଆସିଲା ଅନେକ ତଥ୍ୟ। ନକଲି ଆକ୍ବାଗାର୍ଡ ଯନ୍ତ୍ରଂଶ କାରବାର ପଛରେ ରାକେଟ ଠାବ ହୋଇଛି।

କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ

କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: କଟକରେ ଆକ୍ବାଗାର୍ଡର ନକଲି ଯନ୍ତ୍ରାଶଂ (Duplicate Aquaguard) ତିଆରି ପଛରେ ଏକ ବିରାଟ ରାକେଟ କାମ କରୁଛି। ଏହି ରାକେଟର ଚେର ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ନକଲି ଯନ୍ତ୍ରାଶଂ କାରବାର ମାମଲାର ତଦନ୍ତ କରୁଥିବା ବାଦାମବାଡ଼ି ହାତରେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ସୁରାକ ଲାଗିଛି କି ଯାହାକି ପୋଲିସର ମଧ୍ୟ ହୋସ ଉଡ଼ାଇ ଦେଇଛି।

ନକଲି ଆକ୍ବାଗାର୍ଡକୁ ଆସେମ୍ବଲ କରି ଵଜାରରେ ଵିକ୍ରି କରୁଥିବା ଅଭିଯୋଗରେ ଗତ ୨୧ ତାରିଖ ଦିନ ବାଦାମବାଡ଼ି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। ପରେ ଦୁଇ ଗିରଫ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନ ଓ ସଞୟ ଦତ୍ତକୁ ରିମାଣ୍ଡରେ ଆଣି ଜେରା କରିବା ପରେ ସେମାନଙ୍କ ଠାରୁ ପୋଲିସକୁ ନକଲି ଆକ୍ବାଗାର୍ଡ କାରବାର ସମ୍ପର୍କରେ ଅନେକ ତଥ୍ୟ ମିଳିଛି।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଦିଲ୍ଲୀରୁ ଆକ୍ବାଗାର୍ଡ ଵ୍ରାଣ୍ଡ ଥିବା ନକଲି କ୍ୟାଣ୍ଡେଲ, କାର୍ଵନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଏବଂ ଲୋଗୋ ଆଦି ଆଣୁଥିଲେ। ସେଗୁଡ଼ିକୁ କଟକ ବାଦାମବାଡି ଠାରେ ଥିବା ନିଜ ଗୋଦାମରେ ଆସେମ୍ବଲ କରି ବଜାରକୁ ବିକ୍ରି କରୁଥିଲେ।

କଟକ ବାଦାମବାଡ଼ିରେ ନକଲି ଆକ୍ବାଗାର୍ଡ ଯନ୍ତ୍ରାଂଶ ଠାବ


ଏପରିକି ଆକ୍ବାଗାର୍ଡର କ୍ୟାଣ୍ଡେଲ ,କାର୍ଵନ ଆଦି ୭୦ ରୁ ୮୦ ଟଙ୍କାରେ କିଣି ସେଗୁଡ଼ିକୁ ଅସଲି କ୍ୟାଣ୍ଡେଲ ଓ କାର୍ଵନର ଵଜାର ଦର ଅର୍ଥାତ ୪୫୦ ଟଙ୍କାରୁ ୫୦ ଟଙ୍କା ମଧ୍ୟର ବିକ୍ରି କରୁଥିଲେ। କଟକରେ ଆସେମ୍ବଲ ହେଉଥିବା ଏହି ଯନ୍ତ୍ରାଶଂ ଗୁଡ଼ିକ କଟକ ଜିଲ୍ଲାରେ ବିକ୍ରି ହେଉଥିବା ସହ ରାଜ୍ୟର ଵିଭିନ୍ନ ସ୍ଥାନକୁ ମଧ୍ୟ ଚାଲାଣ ହେଉଥିଲା। ଯେଉଁ ସଵୁ ସ୍ଥାନକୁ ଏହି ନକଲି ଆକ୍ବାଗାର୍ଡ ଯାଇଛି, ସେଠାରୁ ସେଗୁଡିକୁ ଜଵତ କରିବା ପାଇଁ ପଦକ୍ଷେପ ନିଆଯାଉଥିଵା ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଜେରା କରିବା ପରେ କିଛି ଅତି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି। ସେହି ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢୁଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ରହିଛି। ସେମାନଙ୍କୁ ଖୋଜି ବାହାର କରିବା ସହ ଆଉ କେଉଁ କେଉଁ ସ୍ଥାନକୁ ଏହି ନକଲି ଆକ୍ବାଗାର୍ଡର କାରବାର ବ୍ୟାପିଛି ତାର ଖୋଳତାଡ ଆରମ୍ଭ ହୋଇଛି କହିଛନ୍ତି କଟକ କମିଶନରେଟ ପୋଲିସର ଏସିପି ଅମରେନ୍ଦ୍ର ପଣ୍ଡା।

ଅଭିଯୁକ୍ତ ମାନଙ୍କଠାରୁ ପ୍ରାୟ ୧ କୋଡିଏ ୨୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜଵତ କରାଯାଇଛି। ରିମାଣ୍ଡ ଅଵଧି ସରିଵା ପରେ ସେମାନଙ୍କୁ ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି।
Published by:Lipina Das
First published: