ପର୍ଯ୍ୟାପ୍ତ ବର୍ଷା ଅଭାବରୁ କମୁଛି ମହାନଦୀର ଜଳ ସ୍ତର; ଚିନ୍ତାରେ କଟକ ଓ ଆଖପାଖର ଚାଷୀମାନେ

ମୌସୁମୀକୁ ଆଖି ଆଗରେ ରଖି ଚାଷୀମାନେ ଚାଷ କାମ ଆରମ୍ଭ କରିଥିଲେ। କିନ୍ତୁ ବର୍ଷା ନହେବା କାରଣରୁ ଜମିରେ ପୋତା ଯାଇଥିବା ତଳି ନଷ୍ଟ ହେବାରେ ଲାଗିଛି । ଧାନ ତଳିକୁ ବଞ୍ଚାଇବା ପାଇଁ ଚାଷୀମାନେ ଜମିରେ ପାଣି ମଡ଼ାଉଛନ୍ତି ।

ପର୍ଯ୍ୟାପ୍ତ ବର୍ଷା ଅଭାବରୁ କମୁଛି ମହାନଦୀର ଜଳ ସ୍ତର; ଚିନ୍ତାରେ କଟକ ଓ ଆଖପାଖର ଚାଷୀମାନେ
ନିଜ ତଳି ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

କଟକ: ରାଜ୍ଯରେ ଯଥେଷ୍ଟ ବର୍ଷା ନ ହେବା ଯୋଗୁଁ ଚାଷ କାମ ପାଇଁ ଜଳର ଅଭାବ ଦେଖାଦେଇଛି । ଉପର ମୁଣ୍ଡରେ ବର୍ଷା ହେଉ ନ ଥିବାରୁ ମହାନଦୀରେ ମଧ୍ଯ ଜଳ ସ୍ତର କମିବାରେ ଲାଗିଛି । ଚାଷୀମାନେ କେନାଲ ଦେଇ ଆସୁଥିବା ପାଣିକୁ ଚାଷ କାମ ପାଇଁ ବ୍ଯବହାର କରିଥାନ୍ତି । ମାତ୍ର ବର୍ଷା ଅଭାବ ଓ ମହାନଦୀ କେନାଲରେ ସଠିକ ସମୟରେ ଆବଶ୍ୟକତା ମୁତାବକ ପାଣି ଆସୁ ନ ଥିବାରୁ ଚାଷଜନିତ ବିଭିନ୍ନ ସମସ୍ଯା ଦେଖାଦେଉଛି ।

ପାଣିର ଅଭାବ ଯୋଗୁଁ କଟକ ଜିଲ୍ଲାରେ ଚାଷ କାମ ଗୁରୁତର ଭାବେ ପ୍ରଭାବିତ ହୋଇ ପଡ଼ିଛି । ମୌସୁମୀକୁ ଆଖି ଆଗରେ ରଖି ଚାଷୀମାନେ ଚାଷ କାମ ଆରମ୍ଭ କରିଥିଲେ। କିନ୍ତୁ ବର୍ଷା ନ ହେବା କାରଣରୁ ଜମିରେ ପୋତା ଯାଇଥିବା ତଳି ନଷ୍ଟ ହେବାରେ ଲାଗିଛି । ଧାନ ତଳିକୁ ବଞ୍ଚାଇବା ପାଇଁ ଚାଷୀମାନେ ଜମିରେ ପାଣି ମଡ଼ାଉଛନ୍ତି । ଅଳ୍ପ ପାଣି ଥିବା ଖାଲୁଆ ଜମିକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ଚାଷ କାମ ଆରମ୍ଭ ହୋଇ ପାରିନାହିଁ । କେନାଲରେ ଆସୁଥିବା ପାଣି ପାଇଁ ଚାଷୀମାନେ ଟଣାଓଟରା ଲାଗିଛନ୍ତି ।

ଶୁଷ୍କ ପଡ଼ିଛି ନରାଜ ବ୍ୟାରେଜ


"ଜୁଲାଇ ମାସ ଅଧା ବେଳକୁ ବିହନ ରୁଆ, ପୋତା କାମ ଶେଷ ହୋଇ ଯାଇଥାଏ । ହେଲେ ଏବର୍ଷ ବର୍ଷା ନଥିବାରୁ ଚାଷ କାମ ଆରମ୍ଭ ହୋଇ ପାରିନାହିଁ । ଏବେ ଯେଉଁ ବର୍ଷା ହେଉଛି ସେଥିରେ ଚାଷ କାମ ଆରମ୍ଭ କରିବା ସମ୍ଭବ ନୁହେଁ । ତା’ ଛଡ଼ା କେନାଲ ପାଣି ବି ଦୁର ଜମି ପର୍ଯ୍ୟନ୍ତ ମାଡ଼ି ପାରୁନଥିବାରୁ ଚାଷକାମରେ ଅସୁବିଧା ହେଉଛି" କହିଛନ୍ତି କଟକ ସାଲେପୁର ବ୍ଲକର ଧାନ ଚାଷୀ
ଅଲେଖ ଭୋଇ ।

କଟକ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଚାଷକାମ ପାଇଁ ମହାନଦୀ ପାଣି ଉପରେ ଭରସା କରିଥାନ୍ତି । ମାତ୍ର ବର୍ଷା ନ ହେବା କାରଣରୁ ମହାନଦୀର ଜଳସ୍ତର ମଧ୍ୟ ଦିନକୁ ଦିନ ଖସିବାର ଲାଗିଛି । ମହାନଦୀର ଜଳସ୍ତର କମୁଥିବାରୁ ଏହାର ଶାଖାନଦୀଗୁଡ଼ିକର ଜଳସ୍ତର ମଧ୍ୟ ଖସିବାରେ ଲାଗିଛି । ମୁଣ୍ଡଳୀ ଦେଇ ମହାନଦୀରେ ୫୨ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ଗୋଟିଏ ଦିନରେ ଏହା ୩୫ ହଜାର କ୍ୟୁସକେକୁ ଖସି ଆସିଛି ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୬୦ ପ୍ରତିଶତ କମ।

ନରାଜ ବ୍ଯାରେଜ କନିଷ୍ଠ ଯନ୍ତ୍ରୀ ଦେବ ଦାସ


"ଉପର ମୁଣ୍ଡରେ ବର୍ଷା ନଥିବାରୁ ମହାନଦୀର ଜଳ ସ୍ତର କମୁଛି । ହୀରାକୁଦର ଦୁଇଟି ଗେଟ୍ ବନ୍ଦ ହୋଇଯିବାରୁ ମୁଣ୍ଡଳୀରେ ପାଣି କମିଛି । ମୁଣ୍ଡଳୀରେ ପାଣି କମିବାରୁ ନରାଜ ଓ ଯୋବ୍ରାରେ ବି ପାଣି କମିଛି । ଯଦି ଉପର ମୁଣ୍ଡରେ ବର୍ଷା ନ ହୁଏ ତେବେ ପାଣି ଆହୁରି କମିବାର ଆଶଙ୍କା ରହିଛି" କହିଛନ୍ତି ନରାଜ ବ୍ୟାରେଜର କନିଷ୍ଠ ଯନ୍ତ୍ରୀ ଦେବ ଦାସ ।

ଗତ ବର୍ଷ ଜୁଲାଇ ୨୦ ତାରିଖ ଦିନ ହିରାକୁଦରେ ଦୁଇଟି ଗେଟ୍ ଖୋଲାଥିଲା ଏବଂ ୪୬ ହଜାର କ୍ୟୁଉସେକ ଜଳ ନିଷ୍କାସିତ ହେଉଥିଲା । ଏବେ ହୀରାକୁଦର କୌଣସି ଗେଟ ଖୋଲାନାହିଁ । ଗତ ବର୍ଷ ଜୁଲାଇ ୨୦ ତାରିଖରେ ଖଇରମାଳ ଦେଇ ୮୮ ହଜାର କ୍ୟୁସେଜ ଜଳ ନିଷ୍କାସିତ ହେଉଥିବା ବେଳେ ଏ ବର୍ଷ ଜୁଲାଇ ୨୦ ତାରିଖରେ ମାତ୍ର ୩୧୬୦୦ କ୍ୟୁସେକ ପାଣି ଯାଉଛି । ସେହିଭଳି ଭାବେ ମୁଣ୍ଡଳୀ ଦେଇ ଗତ ବର୍ଷ ଜୁଲାଇ ୨୦ ତାରିଖରେ ଏକ ଲକ୍ଷ ତିନି ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଥିବା ବେଳେ କିନ୍ତୁ ଏବେ ମାତ୍ର ୩୫ ହଜାର କ୍ୟୁସେଜ ପାଣି ନିଷ୍କାସିତ ହେଉଛି ।
Published by: Soumya Das
First published: July 21, 2021, 12:45 PM IST