ଗଞ୍ଜାମ: ଅଦିନିଆ ବର୍ଷା ଓଜାଡ଼ି ଦେଲା ଫସଲ; ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷାର ପ୍ରକୋପ ରେ ପୁଣି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି ।

ଲଗାତାର ବର୍ଷା ଯୋଗୁଁ ଧାନ ନଷ୍ଟ ହୋଇଯାଇଛି (ପ୍ରତୀକାତ୍ମକ ଛବି)

ଲଗାତାର ବର୍ଷା ଯୋଗୁଁ ଧାନ ନଷ୍ଟ ହୋଇଯାଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷାର ପ୍ରକୋପ ରେ ପୁଣି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି ।

ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । ଯାହାର କ୍ଷତିଗ୍ରସ୍ତର ଆକଳନ କେନ୍ଦ୍ରୀୟ ଟିମ ଆସି ଫେରିଥିଲେ ମଧ୍ୟ ତାହାର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ବି ଆକଳନ ହୋଇପାରିଲା ନାହିଁ । ତଥାପି ଧାର କରଜ କରି ଚାଷ କରିଥିବା ଚାଷୀମାନେ ବଳକା ଧାନକୁ ସଂଗ୍ରହ କରି ନିଜ ଖଳାରେ ରଖିଥିବା ବେଳେ ଏବେ ପୁଣି ଗଲା ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ଲଗାତାର ୨ଦିନ ଧରି ସନ୍ଧ୍ୟା ସମୟରେ ବର୍ଷା  ସମୟରେ ହେଉଥିବା ହେତୁ ଧାନ ଖଳାରେ ଥିବା ଧାନ ପଚି ଏବେ ଖତ ହେବାକୁ ବସିଲାଣି । ଏବେ ବି ଦିନ ତମାମ ଆକାଶ ମେଘାଛନ ରହୁଛି  । ତେବେ ଏହି ଲଗାଣ ବର୍ଷାର ପ୍ରକୋପରେ ପୁଣି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି  ।

“ଚଳିତ ବର୍ଷ ଫସଲ କାର୍ଯ୍ୟ ଏକ ପ୍ରକାର ଉଜୁଡି ଯାଇଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଥିବା ବେଳେ ଏହାର ଏକ ସ୍ଵତର୍ନ୍ତ୍ର ଟିମ ଗଠନ କରାଯାଇ ଆକଳନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତି ପୁରଣ ଯୋଗାଇ ଦେବାର ମଧ୍ୟ ଆବଶ୍ୟକତା ରହିଛି,"କହିଛନ୍ତି କବିସୂର୍ଯ୍ୟନଗରର ଚାଷୀ ସୁଶାନ୍ତ ସାମଲ।

ଏହିଭଳି ସମୟରେ ମଧ୍ୟ ଫସଲ ନଷ୍ଟ କଥାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରକାର ସ୍ଵୀକାର କରିଥିବା ବେଳେ ଯାହାର ଫସଲ ନଷ୍ଟ ହୋଇଛି ସେମାନେ ନିକଟସ୍ଥ ରାଜସ୍ଵ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
Published by:Soumya Das
First published:
)}