ପ୍ରଚଣ୍ଡ ଖରାରେ ସିଝୁଛି ଗଞ୍ଜାମ; ଜମୁଛି ଆଖୁ ରସ ସାଙ୍ଗକୁ ତାଳ ବେପାର

ଗଞ୍ଜାମ ଭଞ୍ଜନଗର ସହର ସମେତ ସମସ୍ତ ଅଞ୍ଚଳରେ ମଧ୍ୟ ଏକ ପ୍ରକାର ଖରାର ପ୍ରକୋପରେ ଘାଣ୍ଟି ହେଉଛନ୍ତି ଲୋକେ। ଖରାର ପ୍ରକୋପ ବୃଦ୍ଧି ଅନୁସାରେ ମଧ୍ୟ ବଢିବାରେ ଲାଗିଛି ଥଣ୍ଡାପାନୀୟ ବେପାର ।

ଗଞ୍ଜାମରେ ଗରମ ଯୋଗୁଁ ଥଣ୍ଡା ପାନୀୟର ଚାହିଦା ବଢୁଛି (ଫଟୋ ସୌଜନ୍ଯ : ସୋସିଆଲ ମିଡ଼ିଆ)

ଗଞ୍ଜାମରେ ଗରମ ଯୋଗୁଁ ଥଣ୍ଡା ପାନୀୟର ଚାହିଦା ବଢୁଛି (ଫଟୋ ସୌଜନ୍ଯ : ସୋସିଆଲ ମିଡ଼ିଆ)

  • Share this:
News18 Odia Digital

ଗଞ୍ଜାମ: ପ୍ରଚଣ୍ଡ ଖରାରେ ସିଜୁଛି ସାରା ରାଜ୍ୟ । ସକାଳ ୮ଟାରୁ ଖରାର ପ୍ରକୋପ ବଢୁଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ଘରୁ ବାହରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଗଞ୍ଜାମ ଭଞ୍ଜନଗର ସହର ସମେତ ସମସ୍ତ ଅଞ୍ଚଳରେ ମଧ୍ୟ ଖରାର ପ୍ରକୋପରେ ଘାଣ୍ଟି ହେଉଛନ୍ତି ଲୋକେ। ଏମିତି କି ଖରାର ତାତିରେ ମଧ୍ୟାହ୍ନ ସମୟରେ ସାରା ସହର ଗୁଡିକ ଖାଁ ଖାଁ ହୋଇଯାଉଥିବା ବେଳେ ଥଣ୍ଡା ପାନୀୟ ବେପାର ମଧ୍ୟ ବେଶ ଜମିବାରେ ଲାଗିଛି ।

ଗ୍ରୀଷ୍ମ ପ୍ରବାହର ପ୍ରକୋପରେ ଏବେ ସାରା ଭଞ୍ଜନଗର ସହର ସମେତ ପୁରା ଜିଲ୍ଲା ସିଝୁଛି । ଦିନ ୧୦ ବାଜିଗଲେ ଏକ ପ୍ରକାର ସହର ଖାଁ ଖାଁ ପାଲଟିଯାଉଛି । ଘରୁ ବାହରିବା ଏକ ପ୍ରକାର ମଧ୍ୟ କଷ୍ଟକର ହୋଇପଡୁଛି । ତଥାପି ଜରୁରୀ କାର୍ଯ୍ୟରେ ଲୋକେ ଘରୁ ବାହରିବାକୁ ହେଲେ ଛତା ଓ ମୁଣ୍ଡରେ ଚାଦର ଘୋଡାଇ ବାହାରୁଥିବାର ଦେଖିବାକୁ ମିଳୁଛି ।

“ଚଳିତ ବର୍ଷ ଏତେ ମାତ୍ରାରେ ଖରାର ତାତି ବଢୁଛି ଯେ ବାହାରେ ବୁଲିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡିଛି । ତଥାପି ବାହାରକୁ ବାହରିଲେ ମୁଣ୍ଡରେ ଓଦା ଚଦର ପକାଇ ବାହାରିଥାଉ । ଆଉ ବାଟରେ ଆଖୁରଶ , ଲେମ୍ବୁ ସରବତ ପିଇ ଫେରିବାକୁ ପଡୁଛି,"କହିଛନ୍ତି ଭେଟନାଇ ଗ୍ରାମର ବଂଶିଧର ବାଡତ୍ୟା।

ଅନ୍ୟପଟେ କିନ୍ତୁ ଖରାର ପ୍ରକୋପ ବୃଦ୍ଧି ଅନୁସାରେ ମଧ୍ୟ ବଢିବାରେ ଲାଗିଛି ଥଣ୍ଡାପାନୀୟ ବେପାର । ଉଦଉଦିଆ ଖରାରେ ଆଖୁରସ , ତରୁଭୁଜ ଓ ତାଳକୁ ଲୋକେ ଆପଣାଉଥିବା ବେଳେ ଆଖୁରସ ସାଙ୍ଗକୁ ତରୁଭୁଜ ବେପାର ମଧ୍ୟ ବଢିବାରେ ଲାଗିଛି ।

“ଖରାର ପ୍ରକୋପକୁ ନେଇ ଆଖୁରସ ସାଙ୍ଗକୁ ତାଳ ଭଳି ବେପାର ମଧ୍ୟ ବେସ ଜମିଥିବା କୁହନ୍ତି ବ୍ୟବସାୟୀ । କିନ୍ତୁ ବ୍ୟବାସାୟ ବଢିଥିଲେ ମଧ୍ୟ ଟିକିଏ ବର୍ଷା ହେଲେ ଅନ୍ତତ୍ଵ ପକ୍ଷେ ଟିକିଏ ଖରା ଦାଉର ରକ୍ଷା ମିଳନ୍ତା,"କହିଛନ୍ତି ତାଳ ବ୍ୟବସାୟୀ ସୋନୁ ବାଡତ୍ୟା।
Published by:Soumya Das
First published: