‘ଡ୍ରାଇଭରଙ୍କ ନାଁରେ ଅଣଡ୍ରାଇଭର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’- ମୁଖ୍ୟ ଶାସନ ସଚିବ

ଡ୍ରାଇଭରଙ୍କୁ ପୁଣି ଅନୁରୋଧ କଲେ CS ପ୍ରଦୀପ ଜେନା । ୩ ମାସରେ ଦାବି ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ।‘ଆନ୍ଦୋଳନ ନାଁରେ ଆଇନକୁ ହାତକୁ ନେବା ଠିକ୍ ନୁହେଁ’ ‘ଡ୍ରାଇଭରଙ୍କ ନାଁରେ ଅଣଡ୍ରାଇଭର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’ । ଆନ୍ଦୋଳନ ଯୋଗୁଁ ରୋଗୀ ଓ ପରୀକ୍ଷାର୍ଥୀ ହଇରାଣ ହୋଇଛନ୍ତି ।

‘ଡ୍ରାଇଭରଙ୍କ ନାଁରେ ଅଣଡ୍ରାଇଭର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’- ମୁଖ୍ୟ ଶାସନ ସଚିବ

‘ଡ୍ରାଇଭରଙ୍କ ନାଁରେ ଅଣଡ୍ରାଇଭର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’- ମୁଖ୍ୟ ଶାସନ ସଚିବ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମିଳିତ ଭାବରେ ପୁଣିଥରେ ଡ୍ରାଇଭରଙ୍କୁ (driver) ଅପିଲ କରିଛନ୍ତି । ମୁଖ୍ୟ ଶାସନ ସଚିବ (chief secretary)  ପ୍ରଦୀପ ଜେନା ଡ୍ରାଇଭରଙ୍କୁ ଅନୁରୋଧ କରି କହିଛନ୍ତି ଯେ , ରାଜ୍ୟ ସରକାର ଆସନ୍ତା ୩ମାସ ମଧ୍ୟରେ ଦାବି ପୂରଣ ନେଇ ଦୃଢ ପ୍ରତିଶୃତି ବଦ୍ଧ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଗତକାଲି ମଧ୍ୟ ଏହି ପ୍ରତିଶୃତି ଦେଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରଙ୍କୁ ଲିଖିତ ପ୍ରତିଶୃତି ସତ୍ୱେ ଏବେ ବି କିଛି ଯାଗାରେ ଧାରଣା ଓ ଆନ୍ଦୋଳନରେ ସାମିଲ ଅଛନ୍ତି କିଛି ଡ୍ରାଇଭର । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପୁଣିଥରେ ଆନ୍ଦୋଳନରୁ ଡ୍ରାଇଭରଙ୍କୁ ଓହରିବା ପାଇଁ ଅନୁରୋଧ କରାଯାଇଛି । ଗତ ୨ଦିନ ଧରି ସାରା ରାଜ୍ୟରେ ଆନ୍ଦୋଳନ ଯୋଗୁ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଏପରି କି ପରୀକ୍ଷାର୍ଥୀ ଓ ରୋଗୀମାନେ (patients) ମଧ୍ୟ ଯାଇପାରୁନାହାନ୍ତି । ଅତ୍ୟବଶ୍ୟକିୟ ସାମଗ୍ରୀ ପରିବହନ ପ୍ରଭାବିତ ହୋଇଥିବାରୁ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହରତାଳ କରିବାର ଅଧିକାର ରହିଛି ସତ କିନ୍ତୁ ଲୋକଙ୍କୁ ହଇରାଣ କରିପାରିବେ ନାହିଁ । ଏହି ପରିପେକ୍ଷୀରେ ଡ୍ରାଇଭର ସଙ୍ଘକୁ ସଚେତନ କରାଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । କିଛି ସ୍ଥାନରେ ଡ୍ରାଇଭର ନାଁରେ ଅଣଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇ ବିଶୃଙ୍ଖଳା ସୃଷ୍ଟି କରିବା ସହ ଆଇନକୁ ହାତକୁ ନେଇଛନ୍ତି । ଏଦିଗରେ ଡ୍ରାଇଭର ସଂଘ ମଧ୍ୟ ସଚେତନ ହେବା ଜରୁରୀ ।

ସେହିପରି ପୋଲିସ ଡିଜି (police dg) ସୁନିଲ ବଂଶଲ ଡ୍ରାଇଭର ସଂଘକୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ମଧ୍ୟ ଆନ୍ଦୋଳନ ନାଁରେ ଆଇନକୁ ହାତକୁ ନେବା ଠିକ ନୁହେଁ । ଆନ୍ଦୋଳନ ବେଳେ କିଛି ଅସାମାଜିକ ବ୍ୟକ୍ତି ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ଯାହା ସମ୍ପୂର୍ଣ୍ଣ ଭାବରେ ବେଆଇନ । ଯଦି କୌଣସୀ ସ୍ଥାନରେ ହିଂସା ସୃଷ୍ଟିହୁଏ ତେବେ ସମୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ନେବାକୁ ପୋଲିସ ବାଧ୍ୟ ହେବ । ଡ୍ରାଇଭର ସଂଘ କହିଥିଲେ ଶାନ୍ତିପୂର୍ଣ୍ଣ ଭାବରେ ହରତାଳ କରିବେ କିନ୍ତୁ ରାଜରାସ୍ତା ଅବରୋଧ କରିବା ବେଆଇନ । ତେଣୁ ପୋଲିସ ବିଭାଗ ପକ୍ଷରୁ ଡ୍ରାଇଭରଙ୍କୁ ଅନୁରୋଧ କରାଯାଉଛି ଡ୍ରାଇଭରମାନେ ଆନ୍ଦୋଳନରୁ ଓହରନ୍ତୁ ଏଅବଂ ରାଜ୍ୟ ସରକାର ମଧ୍ୟ ସେ ଦିଗରେ ପଦକ୍ଷପ ନେବେ ।
Published by:Soubhagya Mishra
First published: