ଚନ୍ଦ୍ର ଗ୍ରହଣ ଯୋଗୁଁ ଦେବନୀତି ଶେଷ; ଭୋର ପୂର୍ବରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ନୀତି ନିର୍ଘଣ୍ଟ ଅନୁସାରେ ଦେବନୀତି ସମ୍ପନ୍ନ ହୋଇଛି । ସକାଳ ୫.୩୯ରୁ ଗ୍ରହଣ ସ୍ପର୍ଶ ହେଉଥିବାରୁ ଭୋର ପୂର୍ବରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ।

ଗ୍ରହଣ ଯୋଗୁଁ ଦେବନୀତି ଶେଷ

ଗ୍ରହଣ ଯୋଗୁଁ ଦେବନୀତି ଶେଷ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନୀତି ନିର୍ଘଣ୍ଟ ଅନୁସାରେ ଦେବନୀତି ସମ୍ପନ୍ନ ହୋଇଛି । ସକାଳ ୫.୩୯ରୁ ଗ୍ରହଣ ସ୍ପର୍ଶ ହେଉଥିବାରୁ ଭୋର ପୂର୍ବରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ।

ଜ୍ୟୋତିଷ ଗଣନା ମୁତାବକ ମଙ୍ଗଳବାର ଅର୍ଥାତ ଆଜି ଦିନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେଉଛି। ପ୍ରାତଃ ୫.୩୯ ମିନିଟ ଠାରୁ ଦେବନୀତି ବନ୍ଦ ରହିଛି ଓ ପାକତ୍ୟାଗ (ଅନ୍ନଭୋଜନ) ବନ୍ଦ ରହିବ ଅର୍ଥାତ୍ ଆଜି ପ୍ରାତଃ ୫.୩୯ ମିନିଟ୍ ଠାରୁ ସନ୍ଧ୍ୟା ୬.୧୯ ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନ କରିବା ନିଷେଧ  ବୋଲି ଶାସ୍ତ୍ରାନୁମତ ରହିଛି। ଏଣୁ ଲିଙ୍ଗରାଜ ମନ୍ଦିରରେ ଗତକାଲି ରାତି ୧୦ଟା ପରେ ବାବା ଲିଙ୍ଗରାଜଙ୍କ ଦେବ ନୀତି ପୁର୍ଣିମା ପାଇଁ ଆରମ୍ଭ ହୋଇଥିଲା। ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ସକାଳ ୫.୩୫ ପର୍ଯ୍ୟନ୍ତ ଟେରାଫିଟା ନୀତି ସମ୍ପନ୍ନ ହୋଇଥିଲା।

ଡଙ୍ଗା ଭସାଣ ପାଇଁ ସୋମବାର ରାତି ୨ଟାରୁ ମଙ୍ଗଳବାର ସକାଳ ୫ଟା ୩୮ ମିନିଟ୍ ସମୟ ଧାର୍ଯ୍ୟ ହୋଇଥିଲେ।  ଲୋକମାନେ ମଧ୍ଯ ଏହି ସମୟ ମଧ୍ଯରେ ଡଙ୍ଗା ଭସାଣ ସମ୍ପନ୍ନ କରିଛନ୍ତି । ଏହି ସମୟରେ ଦେବନୀତି ମଧ୍ୟ ଶେଷ ହୋଇଛି।

ଜ୍ୟୋତିଷ ଗଣନା କହୁଛି, ସକାଳ ୫ଟା ୩୯ରୁ ସନ୍ଧ୍ୟା ୬ଟା ୧୯ ଯାଏଁ ପାକତ୍ୟାଗ ବା ହାଣ୍ଡିଛାଡ ହେବ। ଏଣୁ ଏହି ସମୟରେ ରୋଷେଇ କରି ଖାଦ୍ୟ ଗ୍ରହଣ କରିବା ନିଷେଧ। ଅନ୍ନ ଭୋଜନ ମଧ୍ୟ ନିଷିଦ୍ଧ। ଗ୍ରହଣର ମଧ୍ୟବର୍ତ୍ତୀ ସମୟ ହେଉଛି ସନ୍ଧ୍ୟା ୫ଟା ୧୧ ମିନିଟ୍। ଆକାଶରେ ଗ୍ରହଣ ଏହି ସମୟରେ ଦୃଶ୍ୟମାନ ହେବ। ସନ୍ଧ୍ୟା ୬ଟା ୧୮ରେ ଗ୍ରହଣ ସର୍ବମୋକ୍ଷ ହେବ।

ଅନ୍ଯପଟେ ବଡ ଏକାଦଶୀରେ ମହାପ୍ରଭୁ ଜଗନ୍ନାଥ ଲକ୍ଷ୍ମୀ ନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ ଦେଇଛନ୍ତି । ଚନ୍ଦ୍ରଗ୍ରହଣରେ ଦିନ ମହାପ୍ରଭୁଙ୍କ ସୁନାବେଶ ରହିଥିଲା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସୂର୍ଯ୍ୟୋଦୟ ପୂର୍ବରୁ ନୀତିକାନ୍ତି ସରିଛି । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତି ହୋଇଥିଲା ।
Published by:Soumya Das
First published: