ମହାନଦୀର ବିକଳ ସ୍ଥିତି: ଛତିଶଗଡ଼ କାରଣରୁ ମହାନଦୀ ପାଲଟିଛି ମଲା ନଈ !

ମହାନଦୀ ଉପରମୁଣ୍ଡ କଲମା ବ୍ୟାରେଜରେ ମହାନଦୀର ଅସଲ ଚିତ୍ର ଆସିଛି ସାମ୍ନାକୁ । ମହାନଦୀର ଏହି ସ୍ଥିତି ପାଇଁ ତଳମୁଣ୍ଡରେ ଥିବା ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ମହାନଦୀର ଜିଲ୍ଲାର ଉପକୂଳ ଲୋକଙ୍କ ଜୀବନ ଜୀବିକା ହୋଇଛି ବିପନ୍ନ ।

ମହାନଦୀର ବିକଳ ସ୍ଥିତି: ଛତିଶଗଡ଼ କାରଣରୁ ମହାନଦୀ ପାଲଟିଛି ମଲା ନଈ !

ମହାନଦୀର ବିକଳ ସ୍ଥିତି: ଛତିଶଗଡ଼ କାରଣରୁ ମହାନଦୀ ପାଲଟିଛି ମଲା ନଈ !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଅଣମୌସୁମୀ ଋତୁରେ ପୁଣି ସାମ୍ନାକୁ ଆସିଲା ମହାନଦୀର ଗ୍ରୀଷ୍ମ (summer) ସ୍ଥିତି । କେମିତି ଛତିଶଗଡ଼ ପଟ ମହାନଦୀ ପାଣି (water)ରେ ଭରିଥିବା ବେଳେ ଓଡ଼ିଶା ପଟ ପଡ଼ିଛି ଶୁଖିଲା (dry) । ମହାନଦୀ ଉପରମୁଣ୍ଡ କଲମା ବ୍ୟାରେଜରେ ମହାନଦୀର ଅସଲ ଚିତ୍ର ଆସିଛି ସାମ୍ନାକୁ । ମହାନଦୀର ଏହି ସ୍ଥିତି ପାଇଁ ତଳମୁଣ୍ଡରେ ଥିବା ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ମହାନଦୀର ଜିଲ୍ଲାର ଉପକୂଳ ଲୋକଙ୍କ ଜୀବନ ଜୀବିକା ହୋଇଛି ବିପନ୍ନ ।

ଅଣମୌସୁମି ଋତୁରେ ମହାନଦୀର ବିକଳ ସ୍ଥିତି ଦେଖିବାକୁ ମିଳିଛି । ଉପରମୁଣ୍ଡରେ ବ୍ୟାରେଜ କରି ଛତିଶଗଡ଼ ସରକାର ପାଣି ଅଟକାଇ ଦେବା ପରେ ଓଡ଼ିଶାକୁ ବହି ଯାଇଥିବା ମହାନଦୀ ପାଲଟିଯାଇଛି ମଲା ନଈ । ଆଉ ଜଳଶୂନ୍ୟ ମହାନଦୀ ଯୋଗୁଁ ତଳମୁଣ୍ଡରେ ଥିବା ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଉଛି । ମହାନଦୀରେ ନା ପିଇବାକୁ ପାଣି ଅଛି ନା ଚାଷ ପାଇଁ, ମାଛ (fish) ମାରିବା ତ ଦୂରର କଥା ।

କଳକାରଖାନା (plant) ପାଇଁ ବନ୍ଧ ବାନ୍ଧି ମହାନଦୀ ପାଣି ଟାଣି ନେଉଛି ଛତିଶଗଡ଼ (Chhattisgarh) । ତଳମୁଣ୍ଡରେ ଛଟପଟ ହେଉଛନ୍ତି ଓଡ଼ିଶାର ଲୋକେ । ଓଡ଼ିଶା ପଟ ମହାନଦୀ ଶୁଖିବା ସହ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଖସିଯାଉଛି । ଦେଖନ୍ତୁ, ସୁବର୍ଣ୍ଣପୁର ଦେଇ ବହିଯାଇଥିବା ମହାନଦୀର ଚିତ୍ର । ଗ୍ରୀଷ୍ମ ଆରମ୍ଭରୁ ବାଲିମୟ ଦିଶୁଛି ମହାନଦୀର ପଠା । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଶହେ କିଲୋମିଟର ବ୍ୟାପୀ ମହାନଦୀ ପ୍ରବାହିତ ହେଉଛି । ପ୍ରାୟ ୨ ଲକ୍ଷ ଲୋକଙ୍କ ଜୀବନଧାରା ପାଲଟିଥିବା ମହାନଦୀର ଗ୍ରୀଷ୍ମ ସ୍ଥିତି ହେଉଛି ସାଂଘାତିକ । ପ୍ରଭାବିତ ହେଉଛି ଚାଷ, ଉତ୍କଟ ହେଉଛି ଜଳକଷ୍ଟ ।

ବୌଦ୍ଧ ଜିଲ୍ଲାରେ ବି ମହାନଦୀର ଚିତ୍ର ସମାନ । ଜିଲ୍ଲା ଦେଇ ପ୍ରାୟ ୮୦ କିଲୋମିଟର ଧରି ପ୍ରବାହିତ ମହାନଦୀକୁ ନେଇ ଚିନ୍ତାରେ ଶହ ଶହ ମତ୍ସ୍ୟଜୀବୀ ପରିବାର । ମାଛ ମାରିବାକୁ ପାଣି ନାହିଁ । ବାଧ୍ୟ ହୋଇ ଲୋକେ ଗାଁ ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି । ତାଛଡ଼ା ବୌଦ୍ଧ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ ହେଉଛନ୍ତି ପ୍ରଭାବିତ । ମହାନଦୀରେ ପାଣି ନ ଥିବାରୁ ଜଳସେଚନ ପ୍ରକଳ୍ପ ହେଉଛି ଅକାମୀ ।

ବର୍ଷାଦିନରେ କୂଳ ଲଂଘୁଥିବା ମହାନଦୀର ପଠାରେ ଏବେ ପାହାଡ଼ ସଦୃଶ ବାଲି । ନୟାଗଡ଼ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ଏହି ସ୍ଥିତି ଚାଷକୁ କରିଛି ପ୍ରଭାବିତ । ଜିଲ୍ଲାରେ ପ୍ରାୟ ୨ ଲକ୍ଷ ୬୭ ହଜାର ହେକ୍ଟର ଜମିରେ ଚାଷ ମହାନଦୀ ପାଣି ଉପରେ ନିର୍ଭର କରିଥାଏ । ଖରାଦିନେ ମହାନଦୀ ଶୁଖି ଯାଉଥିବାରୁ ଚାଷୀଙ୍କ ହଁସା ଉଡ଼ିଯାଇଛି ।

ଏହି ଖବର ପଢ଼ନ୍ତୁ -  ସୁନାବେଡ଼ାରେ ବାଘ ଆକ୍ରମଣ: ମହିଳାଙ୍କୁ ମାରିଛି କଲରାପତରିଆ ବାଘ- ପିସିସିଏଫ

ମହାନଦୀର ଜଳକୁ ନେଇ ଚାଲିଛି ଓଡ଼ିଶା-ଛତିଶଗଡ଼ ଯୁଦ୍ଧ । ଅଦାଲତରେ ବି ସମାଧାନ ହୋଇପାରୁନି ଏହି ଜଳ ବିବାଦ । ଖରାଦିନେ ମହାନଦୀର ବିକଳ ଚିତ୍ର ଜଳ ଦଳ ହୋଇ ଦିଶୁଛି ।
Published by:Soubhagya Mishra
First published: