ନନ୍ଦୋତ୍ସବ ପାଳନ ସମୟରେ ନିଶାସକ୍ତ ଯୁବକର ନାରକୀୟ କାଣ୍ଡ: ୧୬ଜଣଙ୍କୁ ଫୋଡ଼ିଲା HIV ସଂକ୍ରମିତ ସେଫ୍‌ଟି ପିନ୍‌

ଘଟଣାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି । ଗାଁରେ ଥିବା ଆଶା କର୍ମୀ ଲୋକଙ୍କୁ ବୁଝାସୁଝା କରିବା ପରେ ୨୪ ଘଣ୍ଟା ପରେ ୨ ଜଣ ଯୁବକଙ୍କ ସହ ୧୪ ଜଣ ନାବାଳକ ରେବେଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ଟିଟାନାସ୍ ଟିକା ନ ଥିବାରୁ ବାହାରୁ କିଣି ସମସ୍ତେ ନେଇଥିଲେ ।

ନନ୍ଦୋତ୍ସବ ପାଳନ ସମୟରେ ନିଶାସକ୍ତ ଯୁବକର ନାରକୀୟ କାଣ୍ଡ: ୧୬ଜଣଙ୍କୁ ଫୋଡ଼ିଲା HIV ସଂକ୍ରମିତ ସେଫ୍‌ଟି ପିନ୍‌
ବ୍ରହ୍ମଗିରି ଥାନା ପୁରୀ
  • News18 Odia
  • Last Updated: August 18, 2020, 10:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ବ୍ରହ୍ମଗିରି ଥାନା ଅଧିନସ୍ଥ ଏକ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ନନ୍ଦୋତ୍ସବ ପାଳନର ଭିଡ଼ ଭିତରେ ଜଣେ ଦୁର୍ବୃତ୍ତ ଏକ ନାରକୀୟ କାଣ୍ଡ ଘଟାଇଛନ୍ତି । ଜଣେ ଏଚ୍ଆଇଭି ସଂକ୍ରମିତ ନାବାଳକ ଦେହରେ ସେଫ୍ଟିପିନ୍‌ ଫୋଡ଼ି ପରେ ଏହାକୁ ଆଉ ୧୬ ଜଣଙ୍କ ଦେହରେ ଫୋଡ଼ି ଆତଙ୍କ ଖେଳାଇଛି ବୋଲି ଅଭିଯୋଗ ହେଉଛି । କରୋନା କଟକଣାକୁ ଉଲଙ୍ଘନ କରି ଗ୍ରାମରେ ନନ୍ଦୋତ୍ସବ ପାଳନକରିଥିବାରୁ ଥାନାରେ ରିପୋର୍ଟ ଦେଉନାହାନ୍ତି ଗ୍ରାମବାସୀ ।

ଜନ୍ମାଷ୍ଟମୀ ପରେ ବ୍ରହ୍ମଗିରିର ଏକ ଗୋପାଳ ସମ୍ପ୍ରଦାୟ ରହୁଥିବା ଗ୍ରାମରେ ନନ୍ଦୋତ୍ସବ ପାଳନ କରାଯାଉଥିଲା । ଗୋପାଳମାନେ କୃଷ୍ଣ ବଳରାମ ବେଶରେ ଗାଁ ପରିକ୍ରମା କରୁଥିଲେ । ଭିଡ଼ ଭିତରେ ଜଣେ ନିଶାସକ୍ତ ୨୩ ବର୍ଷର ଯୁବକ ରଚିଥିଲା ଏହି ଅଭାବନୀୟ କାଣ୍ଡ । ଯୁବକ ଜଣକ କୌଣସି ଏକ କାରଣରୁ ଗାଁର କିଛି ନାବାଳକଙ୍କ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା । ଏହି ଗାଁରେ ଜଣେ ନାବାଳକ ଥିଲା ଏଚ୍‌ଆଇଭି ସଂକ୍ରମିତ । ସୂଚନାଯୋଗ୍ୟ ଯେ, ନାବାଳକଟି ଆଉ ଏକ ଗ୍ରାମର ହୋଇଥିବା ବେଳେ ସେହି ଉକ୍ତଗାଁରେ ମାଉସୀ ଘରେ ପିଲାଟିବେଳୁ ରହିଆସୁଛି । ସୁରଟରୁ ତାର ବାପା ଫେରିଥିବା ବେଳେ ଏଚ୍ଆଇଭି ସଂକ୍ରମିତ ହୋଇଥିଲା । ଏହି ପିଲାଟିର ଜନ୍ମ ପରେ ଉଭୟ ମୃତ୍ୟୁବରଣ କରିଥିଲେ । ପିଲାଟେବେଳୁ କୁନି ପିଲାଟି ଦିବ୍ୟାଙ୍ଗ ସହ ଏଚ୍ଆଇଭି ସଂକ୍ରମିତ ରହିଛି । ସେ ତା ମାଉସୀ ଘରେ ରହିଆସୁଛି । ନିଶାସକ୍ତ ଯୁବକ ଜଣକ ଏହି ନାବାଳକ ଦେହରେ ଏକ ସେଫ୍ଟିପିନ୍‌ ଫୋଡ଼ିଥିଲା । ପରେ ଭିଡ଼ ଭିତରେ ଉକ୍ତ ସେଫ୍ଟିପିନ୍‌‌ ୧୪ ଜଣ ନାବାଳକଙ୍କ ସହ ୨ ଜଣ ଯୁବକଙ୍କ ଦେହରେ ଫୋଡ଼ି ଫେରାର ହୋଇ ଯାଇଥିଲା । କିଛି ନାବାଳକ ସେଫ୍ଟିପିନ ଫୋଡ଼ିବାବେଳେ ସମ୍ପୃକ୍ତ ଯୁବକକୁ ଚିହ୍ନିପାରି ବିରୋଧ ମଧ୍ୟ କରିଥିଲେ ।

"ଅଗଷ୍ଟ ୧୩ ତାରିଖ ଦିନ ଅର୍ଥାତ ନନ୍ଦୋତ୍ସବ ପାଳନର ପରଦିନ ଜଣେ ସଂକ୍ରମିତ ନାବାଳକର ଦେହରେ ଛୁଞ୍ଚି ଫୋଡ଼ି ହୋଇଥିବା ସ୍ଥାନ ଫୁଲିଯାଇଥିଲା । ଏ ନେଇ ସେ ସମ୍ପୃକ୍ତ ଯୁବକ ଫୋଡ଼ିଥିବା ଘରେ କହିଥିଲା । ତା ପରେ ଗାଁର ଅନେକ ନାବାଳକ ସେହି କଥା କହିଥିଲେ । ଘଟଣାକୁ କେନ୍ଦ୍ର କରି ଗାଁରେ ଏକ ବୈଠକ ବସିଥିଲା । କରୋନା କଟକଣା ଉଲଙ୍ଘନ କରି ନନ୍ଦୋତ୍ସବ ପାଳନ ହୋଇଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଁ କଥା ଗାଁରେ ରହିବ ବୋଲି ସ୍ଥିର କରାଯାଇଥିଲା "ବୋଲି ନିଜ ନାମ ଗୋପନ ରଖି କହିଛନ୍ତି ସେହି ଗାଁର ଗ୍ରାମବାସୀ ।

ଘଟଣାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି । ଗାଁରେ ଥିବା ଆଶା କର୍ମୀ ଲୋକଙ୍କୁ ବୁଝାସୁଝା କରିବା ପରେ ୨୪ ଘଣ୍ଟା ପରେ ଅର୍ଥାତ ଅଗଷ୍ଟ ୧୪ ସଂନ୍ଧ୍ୟାରେ ୨ ଜଣ ଯୁବକଙ୍କ ସହ ୧୪ ଜଣ ନାବାଳକ ରେବେଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆସିଥିଲେ । ହେଲେ ସେଠାରେ ଟିଟାନାସ୍ ଟୀକା ନ ଥିବାରୁ ବାହାରୁ କିଣି ସମସ୍ତେ ନେଇଥିଲେ । ଅଗଷ୍ଟ ୧୫ ରେ ପୁଣି ସେମାନେ ଡାକ୍ତରଖାନା ଆସି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ ।

"ହେଲେ ସେଫ୍ଟିପିନ୍ ଫୋଡ଼ିବା ପରେ ହଠାତ୍ ସଂକ୍ରମଣ ନେଇ ଜଣା ପଡ଼ିନଥାଏ । କିଛି ଦିନ ପରେ ତେବେ ୧୫ ଦିନ ଗଲେ ଏଚ୍ଆଇଭି ପରୀକ୍ଷା କରାଗଲେ ଜଣାପଡ଼ିବ, ସଂକ୍ରମିତ ହୋଇଛନ୍ତି କି ନାହିଁ,” କହିଛନ୍ତି ରେବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ପ୍ରଣବ ପ୍ରକାଶ ପୁର୍ଣ୍ଣେ ।

"ତେବେ ଘଟଣାକୁ ନେଇ ଥା,,,ନାରେ କୌଣସି ଏତାଲା ହୋଇନାହିଁ କି କେହିବି ଏଯାବତ ଲିଖିତ ଅଭିଯୋଗ ଦେଇନାହାନ୍ତି । ତେବେ ସମ୍ପୃକ୍ତ ଯୁବକ ଥଟ୍ଟାମଜାରେ ଫୋଡ଼ି ଏଭଳି ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ ବୋଲି ସରପଞ୍ଚଙ୍କ ଠାରୁ ପଚାରିବା ପରେ ଜଣାପଡିଛି । ଏଚ୍ଆଇଭି ନୁହେଁ ଏହା ଦୁର୍ବୃତ୍ତର ନାବାଳକଙ୍କ ସହ ଝଗଡ଼ାକୁ ନେଇ ଏଭଳି ନିଶାସକ୍ତ ହୋଇ କରିଛି । ତେବେ ପୁଲିସ ନିକଟରେ ଅଭିଯୋଗ ପହଞ୍ଚିଲେ ପଦକ୍ଷେପ ନିଆଯିବ," କହିଛନ୍ତି ବ୍ରହ୍ମଗିରି ଥାନା ଆଇଆଇସି ମନୋଜ ଶତପଥି ।

ଥଟ୍ଟା ମଜାରେ ଏଭଳି ସେଫ୍ଟିପିନ୍ ଫୋଡ଼ି ସଂକ୍ରମିତ କରିବା ଆଇନତଃ ଦଣ୍ଡନୀୟ । ଉକ୍ତ ଗ୍ରାମବାସୀମାନେ ଏତେ ବଡ଼ ଘଟଣା ହୋଇଥିବା ବେଳେ କାହିଁକି ଚାପି ହୋଇ ରହିଛନ୍ତି । ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାସ୍ତବିକ ଘଟଣାର ରହସ୍ୟ ଉନ୍ମୋଚନ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Published by: Jagdish Barik
First published: August 18, 2020, 10:18 AM IST
corona virus btn
corona virus btn
Loading