୯୦ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ; ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଯାଏଁ ଲମ୍ବିଛି ଧଳାଜହର ଚେର

ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଯାଏଁ ଲମ୍ବିଛି ଧଳାଜହର ଚେର । ପୁରୀ ମଙ୍ଗଳାଘାଟରୁ ଧରାହେଲା ୮୯୦ ଗ୍ରାମର ଧଳାଜହର । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ । ଏହାକୁ ମିଶାଇ ଚଳିତ ବର୍ଷ ଏଯାବତ ପୁରୀ ପୋଲିସ ପ୍ରାୟ ୫ କୋଟି ଟଙ୍କାର ବ୍ରାଉନସୁଗାର ଧରିବାରେ ସଫଳ ହୋଇଛି ।

୯୦ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ; ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଯାଏଁ ଲମ୍ବିଛି ଧଳାଜହର ଚେର

୯୦ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ; ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଯାଏଁ ଲମ୍ବିଛି ଧଳାଜହର ଚେର

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ ;ବାସେଳୀସାହୀ ଥାନା ମଙ୍ଗଳାଘାଟ ଅଞ୍ଚଳରୁ ପାଖାପାଖି ଏକ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି ।  ସୋମବାର ଦିନ ବାସେଳୀସାହୀ ଥାନା ପକ୍ଷରୁ ଜବତ ହୋଇଥିବା ବ୍ରାଉନ ସୁଗାରର ଓଜନ ପ୍ରାୟ ୮୯୦ଗ୍ରାମ ଥିବା ସୂଚନା ମିଳିଛି । ପୁରୀକୁ ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦୁଇ ମୁଖ୍ୟ ସପ୍ଲାୟରଙ୍କ ସହ ଚାରି ଜଣଙ୍କୁ ଗିରଫ କରାଯାଇଛି । ଦୁଇ ପ୍ରମୁଖ ସପ୍ଲାୟର ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟ ଦୁଇଜଣ ହେଉଛନ୍ତି ଖୋର୍ଦ୍ଧା ଓ ଜଗସିଂହପୁର ଜିଲ୍ଲାର।

ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମ ବଙ୍ଗର ହସନ୍ ଅଲ୍ଲି, ଅଜିଜୁର୍ ରେହମାନ୍, ଖୋର୍ଦ୍ଧା ଜିଲ୍ଲା ତରବୋଇର ଆଜାଦ୍ ଅଲ୍ଲି, ଜଗତସିଂହପୁର ମାଛ ଗାଁର ବିପ୍ଳବ ମଲ୍ଲିକ୍। ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧୧ ହଜାର ୫ଶହ ଟଙ୍କା, ୯ଟି ଦାମି ମୋବାଇଲ୍, ଗୋଟିଏ ଚାରିଚକିଆ ଯାନ ସହ ଗୋଟିଏ ବୁଲେଟ ମୋଟର ସାଇକେଲ ଜବତ କରିଛି ପୋଲିସ । ଆଜି ସକାଳେ ପୁରୀ ବାସେଳୀ ସାହି ଥାନା ଅଧିନ ମଙ୍ଗଳାଘାଟ ଛକ ନିକଟରେ ଥିବା ସ୍ବେରେଜ ବୋର୍ଡ ଟ୍ରିଟମେଣ୍ଟ ପ୍ଲାଣ୍ଟ ଠାରେ ଏହି ଅଭିଯୁକ୍ତମାନେ ବ୍ରାଉନ ସୁଗାର ଚାଲାଣ କରୁଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା । ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଆନ୍ତଃ ରାଜ୍ୟ ବ୍ରାଉନ ସୁଗାର ଚାଲାଣକାରୀ ଥିବା ବେଳେ ଦୁଇଜଣ ଆନ୍ତଃ ଜିଲ୍ଲା ଚାଲାଣକାରୀ ଥିବା ପୋଲିସ କହିଛି । ଏହି ଅଭିଯୁକ୍ତଙ୍କ ଆଉ କାହା ସହ ଲିଙ୍କ ରହିଛି ଏବଂ ଆଗରୁ ଅନ୍ୟ ଥାନାରେ କିଛି ମାମଲା ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।
Published by:Soubhagya Mishra
First published: