ନିଶା ନିଶା ରାତି... ସୁନ୍ଦରୀ ଝିଅ ସାଥି... ନଗ୍ନ ଭିଡିଓ ପ୍ରସ୍ତୁତ ପୂର୍ବରୁ ବ୍ୟବହାର ହେଉଥିଲା ନିଶାଦ୍ରବ୍ୟ

ରାଜ୍ୟରେ ଅନେକ ନାମକରା ବ୍ୟକ୍ତି ବିଶେଷ ଓ ରାଜନେତାଙ୍କୁ ପ୍ରସ୍ତୁତ କରୁଥିବା ନଗ୍ନ ଭିଡିଓ ଦେଖାଇ ବ୍ଲାକମେଲ କରି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଘଟଣା ଉପରୁ ଧିରେ ଧିରେ ପରଦା ଉଠିବାରେ ଲାଗିଛି ।

ନିଶା ନିଶା ରାତି... ସୁନ୍ଦରୀ ଝିଅ ସାଥି... ନଗ୍ନ ଭିଡିଓ ପ୍ରସ୍ତୁତ ପୂର୍ବରୁ ବ୍ୟବହାର ହେଉଥିଲା ନିଶାଦ୍ରବ୍ୟ

ନିଶା ନିଶା ରାତି... ସୁନ୍ଦରୀ ଝିଅ ସାଥି... ନଗ୍ନ ଭିଡିଓ ପ୍ରସ୍ତୁତ ପୂର୍ବରୁ ବ୍ୟବହାର ହେଉଥିଲା ନିଶାଦ୍ରବ୍ୟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ଅନେକ ନାମକରା ବ୍ୟକ୍ତି ବିଶେଷ ଓ ରାଜନେତାଙ୍କୁ ପ୍ରସ୍ତୁତ କରୁଥିବା ନଗ୍ନ ଭିଡିଓ ଦେଖାଇ ବ୍ଲାକମେଲ କରି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଘଟଣା ଉପରୁ ଧିରେ ଧିରେ ପରଦା ଉଠିବାରେ ଲାଗିଛି । ନିଜ ସ୍ୱାମୀ ଓ ସହଯୋଗୀଙ୍କ ସହ ମିଶି ନକ୍ସା ପ୍ରସ୍ତୁତ କରି କେବଳ ବଡ ବଡିଆଙ୍କୁ ଟାର୍ଗେଟ କରୁଥିଲେ ଅର୍ଚ୍ଚନା । ଭିଡିଓ ଭାଇରାଲ କରିବାକୁ ଧମକ ଦେବା ସହ ଗୁପ୍ତ ସ୍ଥାନରେ ହେଉଥିଲା କୋଟିକୋଟି ଟଙ୍କାର ଡିଲ୍ । ନିଜ ମାନ ସମ୍ମାନ ଚାଲିଯିବା ଭୟରେ ଅନେକ ବ୍ୟକ୍ତି ଟଙ୍କା ଦେଉଥିଲେ ଅର୍ଚ୍ଚନାଙ୍କୁ । ସେହି ଟଙ୍କାରେ ବଳିୟାନ ହେଉଥିଲେ ଅର୍ଚ୍ଚନା । ଆଉ ଟଙ୍କାର ମୋହରେ ପଡି ଗୋଟିଏ ପରେ ଆଉଗୋଟେ ଶିକାର କରିବାକୁ ତିଆରି କରୁଥିଲେ ବ୍ଲୁ ପ୍ରିଣ୍ଟ୍ ।

ତେବେ ଖଣ୍ଡଗିରି ଥାନାରେ ଜଣେ ପୀଡିତା ଅଭିଯୋଗ କରିବା ପରେ ଲୋକ ଲୋଚନକୁ ଆସିଛି ପୂରା ଘଟଣା । ଅକ୍ଟୋବର ୨ ତାରିଖରେ ହୋଇଥିବା ଅଭିଯୋଗ ପରେ ପୋଲିସର ମୁଣ୍ଡ ବିନ୍ଧାର କାରଣ ହୋଇଛି ଏହି ଘଟଣା । ଏଫଆଇଆର କପିରେ ଥିବା ଅଭିଯୋଗ ଅନୁସାରେ ୪ ବର୍ଷ ତଳେ ଅର୍ଚ୍ଚନାଙ୍କ ସହ ପୀଡିତାଙ୍କର ଦେଖା ହୋଇଥିଲା । ଗୋଟିଏ ଫ୍ଲାଟରେ ଉଭୟେ ରହୁଥିବାରୁ ସମ୍ପର୍କ ଆହୁରୀ ମଜବୁତ ହୋଇଥିଲା । କିନ୍ତୁ ପରେ ନିଜ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ମିଶି ଫସେଇବାକୁ  ପୂରା ପ୍ଲାନ ହେଉଥିଲା ପ୍ରସ୍ତୁତ । ଏଥିରେ ଖଗେଶ୍ୱର ନାମକ ଜଣେ ବ୍ୟକ୍ତି ମଧ୍ୟ ସହଯୋଗ କରୁଥିଲେ । ଚାକିରି କରେଇ ଦେବାକୁ କହି ମୃଦୁପାନୀୟରେ ନିଶା ମିଶାଇ ସ୍ୱାମୀଙ୍କ ସହଯୋଗରେ ବ୍ଲୁ ଫିଲ୍ମ ପ୍ରସ୍ତୁତ କରିଥିଲେ ଅର୍ଚ୍ଚନା । ନିଶା ଛାଡିବା ପରେ ସେ ଦେଖିବାକୁ ପାଇଥିଲେ ତାଙ୍କ ଦେହରେ କପଡା ନଥିଲା । ସେହି ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ବ୍ଲାକମେଲ କରିବା ସହ ଏଥିରେ ଭଲ ଲାଭ ହୁଏ ବୋଲି ପୀଡିତାଙ୍କୁ ମଧ୍ୟ ଲୋଭ ଦେଖାଉଥିଲେ ।

ବ୍ଲାକମେଲରେ ଶିକାର ହୋଇଥିବା ପୀଡିତାଙ୍କୁ ହାତ କରି ତାଙ୍କ ଦ୍ୱାରା ଓଲିଉଡ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଟାର୍ଗେଟ କରିଥିଲେ ଅର୍ଚ୍ଚନା । ଅକ୍ଷୟଙ୍କ ସହ ପୀଡିତା ଜଣକ ଚାଟିଂ କରି ଫସାଇଥିଲେ । ଏଥିସହ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ସୁଯୋଗ ଦେଇଥିଲେ । ଏବଂ ସେହି ଦୃଶ୍ୟକୁ କଏଦ କରିବା ପରେ ଅକ୍ଷୟ ମଧ୍ୟ ଅର୍ଚ୍ଚନାଙ୍କ ଦ୍ୱାରା ବ୍ଲାକମେଲର ଶୀକାର ହୋଇଥିଲେ । ତେବେ ଏସବୁ ଭିତରେ ଖଗେଶ୍ୱରଙ୍କୁ ନେଇ ପୋଲିସ କାହିଁକି ଖୋଳତାଡ କରିନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ସେପଟେ ଖଗେଶ୍ୱରଙ୍କ କହିବାନୁସାରେ ସେ ଜଗବନ୍ଧୁକୁ ଜାଣିଛନ୍ତି କିନ୍ତୁ ଏସବୁ ବ୍ଲାକମେଲ ଓ ନଗ୍ନ ଭିଡିଓ ସୁଟିଂ ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜଗବନ୍ଧୁଙ୍କ ନିଜ ଘର ବାଲେଶ୍ୱରରେ ମଧ୍ୟ ଅନେକ ଚର୍ଚ୍ଚା ଚାଲୁଥିବା ଖବର ମିଳିଛି । ଅଞ୍ଚଳର ଅନେକ ନେତା, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡବଡ ଅଫିସରଙ୍କ ସହ ଜଗବନ୍ଧୁଙ୍କର ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଛି । ଏପରିକି ନିଜ ଅଞ୍ଚଳର କିଛି ବ୍ୟକ୍ତିବିଶେଷଙ୍କ ନଗ୍ନ ଭିଡିଓ ଜବତ ହୋଇଥିବା ଲାପଟପରେ ରହିଛି ବୋଲି ମଧ୍ୟ କୁହାଯାଉଛି । ତେଣୁ ଯଦି ତଦନ୍ତ ସଠିକ ହୁଏ ତେବେ ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ବିବାଦ ଭିତରକୁ ଆସିପାରନ୍ତି ।
Published by:Soubhagya Mishra
First published: