ରାଜ୍ୟରେ ଡ୍ରଗ୍ସ ମାଫିଆ ଓ ପୋଲିସ ଲିଙ୍କ୍ ନୂଆ କଥା ନୁହେଁ; ପୂର୍ବରୁ ଗିରଫ ହୋଇଛନ୍ତି ୨ ଜଣ ପୋଲିସ କର୍ମୀ

ନିଲମ୍ବିତ ହୋଇଥିବା ଜଳେଶ୍ୱର ଥାନାର IIC ଧନେଶ୍ୱରଙ୍କ ସାହୁଙ୍କର ସେହି ଅଡ଼ିଓ ଟେପ ଭାଇରାଲ ହେବାର ଯଥେଷ୍ଟ ପୂର୍ବରୁ ହିଁ ସେ STFର ସନ୍ଦେହ ଚକ୍ଷୁକୁ ଆସି ସାରିଥିଲେ l ଡ୍ରଗ୍ସ କାରବାରର ତଦନ୍ତ ବେଳେ STF ସହ ସେ ସହଯୋଗ କରୁ ନ ଥିଲେ l

ରାଜ୍ୟରେ ଡ୍ରଗ୍ସ ମାଫିଆ ଓ ପୋଲିସ ଲିଙ୍କ୍ ନୂଆ କଥା ନୁହେଁ; ପୂର୍ବରୁ ଗିରଫ ହୋଇଛନ୍ତି ୨ ଜଣ ପୋଲିସ କର୍ମୀ
ଜଳେଶ୍ୱର ଥାନାର IIC ଧନେଶ୍ୱର ସାହୁ
  • News18 Odia
  • Last Updated: August 19, 2020, 9:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନାର ଭାରପ୍ରାପ୍ତ ଅଧିକାରୀ ଇନସ୍ପେକ୍ଟର୍‌ ଧନେଶ୍ଵର ସାହୁଙ୍କୁ ଜଣେ ବ୍ରାଉନ୍‌ ସୁଗାର ସ୍ମଗଲର୍‌ ସହିତ ସମ୍ପର୍କ ଥିବାର ପ୍ରାଥମିକ ପ୍ରମାଣ ମିଳିବା ପରେ ନିଲମ୍ବିତ କରାଯାଇଛି । ହେଲେ ରାଜ୍ୟରେ ପୋଲିସ୍‌ ଓ ଡ୍ରଗ୍ସ ମାଫିଆ ମଧ୍ୟରେ ଥିବା ଭିତିରି ସମ୍ପର୍କ (ନେକ୍ସସ୍‌) କିଛି ନୂଆ କଥା ନୁହେଁ । ପୂର୍ବରୁ ଦୁଇ ଜଣ ପୋଲିସ କର୍ମୀ ଏହି ଅଭିଯୋଗରେ ଗିରଫ ହୋଇଛନ୍ତି ।

୨୦୧୯ ସେପ୍ଟେମ୍ବର ୨୧ରେ ଗିରଫ ହୋଇଥିଲେ ବାଲେଶ୍ଵରର ହାବିଲଦାର ରଞ୍ଜନ ସାହୁ l ସହଦେବଖୁଣ୍ଟା ଥାନାର ଟାଇପ ରାଇଟର ପ୍ରଦୀପ ଦେଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ l ଏବେ ଡ୍ରଗ୍ସ ମାଫିଆଙ୍କ ସହ ମୋବାଇଲ୍‌ ଫୋନରେ କଥାବାର୍ତ୍ତା କରିବା ଧନେଶ୍ଵରଙ୍କ ପାଇଁ ମହଙ୍ଗା ପଡ଼ିଛି  l

ଧନେଶ୍ୱରଙ୍କର ସେହି ଅଡ଼ିଓ ଟେପ ଭାଇରାଲ ହେବାର ଯଥେଷ୍ଟ ପୂର୍ବରୁ ହିଁ ସେ ଏସଟିଏଫର ସନ୍ଦେହ ଚକ୍ଷୁକୁ ଆସି ସାରିଥିଲେ l ଡ୍ରଗ୍ସ କାରବାରର ତଦନ୍ତ ବେଳେ ଏସଟିଏଫକୁ କୌଣସି ପ୍ରକାର ସହଯୋଗ କରୁ ନ ଥିଲେ ସେ l ଜଳେଶ୍ଵର ଥାନା ଅଞ୍ଚଳରେ ଖୋଲାଖୋଲି ଚାଲିଥିଲା ବ୍ରାଉନ ସୁଗାର କାରବାର l ହେଲେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲେ l

ଏସଟିଏଫ ଟିମ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ଯିବା ବେଳେ ଥାନା ଅଧିକାରୀ ଭାବେ ଯେତିକି ସହଯୋଗ ଦେବା କଥା ଧନେଶ୍ୱରଙ୍କ ଠାରୁ ତାହା ମିଳୁ ନ ଥିଲା ବୋଲି କହିଛନ୍ତି ଅଧିକାରୀମାନେ l  ସେତିକି ବେଳୁ ଧନେଶ୍ଵରଙ୍କ କାର୍ଯ୍ୟକଳାପ ସନ୍ଦେହ ଭିତରକୁ ଆସିଥିଲା l କିନ୍ତୁ  ଧନେଶ୍ଵରଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ  ଲାଗି ନ ଥିଲା ଏସଟିଏଫ ହାତରେ l ସେଇଥି ପାଇଁ ସେ ଏସଟିଏଫ ହାତରୁ ସେ ରକ୍ଷା ପାଇଯାଉଥିଲେ l

ବିଶେଷ ସୂତ୍ରରୁ ଜଣାପଡିଛି ଯେ ବହୁ ପୂର୍ବରୁ ଧନେଶ୍ଵରଙ୍କ କାର୍ଯ୍ୟକଳାପ ଉପରେ ଏସଟିଏଫର ସନ୍ଦେହ ଚକ୍ଷୁ ଘୁରିବୁଲୁଥିଲା l ଅନେକ ସମୟରେ ଡ୍ରଗ୍ସ କାରବାର ଲିଙ୍କରେ ଏସଟିଏଫ ଜଳେଶ୍ଵରରେ ରେଡ କରିଥିଲା l  କିନ୍ତୁ ଡ୍ରଗ୍ସ ମାଫିଆଙ୍କୁ ଧରିବାରେ ଥାନା ବାବୁ ଧନେଶ୍ୱରଙ୍କ ପକ୍ଷରୁ ଯେଉଁ ସହଯୋଗ ମିଳିବା କଥା ତାହା ମିଳୁ ନ ଥିଲା l

ପୂର୍ବତନ ପୋଲିସ ଡିଜି ସଞ୍ଜିବ ମାରିକ କହିଛନ୍ତି, ‘‘ଡ୍ରଗ୍ସ କାରବାରରେ ବ୍ରେକ ଲଗାଇବାକୁ ଏସଟିଏଫ ଦିନରାତି ରେଡ ପରେ ରେଡ କରୁଛି l କିନ୍ତୁ  ଡ୍ରଗ୍ସ ମାଫିଆଙ୍କ ସହ ପୋଲିସର ଯଦି ସିକ୍ରେଟ ରିଲେସନ ରହିବ ତେବେ ଡ୍ରଗ୍ସ କାରବାରରେ ବ୍ରେକ ଲଗାଇବାରେ ଏସଟିଏଫ ଯେ ସଫଳ ହେବ ତାହା କହିବା ମୁସ୍କିଲ ।’’

ଧନେଶ୍ଵର ୧୦ ବର୍ଷରୁ ଅଧିକ ସମୟ ହେଲା ବାଲେଶ୍ଵର ଜିଲ୍ଲାରେ ରହି ଆସିଛନ୍ତି l ବଦଳି ବେଳେ ଦୁଇ ତିନୋଟି ଥାନାକୁ ଛାଡ଼ିଦେଲେ ଅନ୍ୟ ଥାନାକୁ ତାଙ୍କର ବଦଳି ହୁଏନି l

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତା

ପ୍ରଶ୍ନ ଉଠୁଛି ଯେ କେମିତି ଓ କାହାକୁ ହାତ କରି ଧନେଶ୍ଵର ଗୋଟିଏ ଜିଲ୍ଲାରେ ୧୦ ବର୍ଷରୁ ଅଧିକ ସମୟ ରହି ଆସୁଥିଲେ? ଦୁଇତିନୋଟି ଥାନାକୁ ଛାଡ଼ିଦେଲେ ଅନ୍ୟ ଥାନାକୁ କାହିଁକି ତାଙ୍କର ବଦଳି ହେଉ ନ ଥିଲା? ଧନେଶ୍ଵରଙ୍କ ଉପରେ କେଉଁ ବଡ଼ବାବୁଙ୍କର ଆର୍ଶିବାଦ ଥିଲା?



‘‘ଧନେଶ୍ଵରଙ୍କୁ କେବଳ ନିଲମ୍ବିତ କରିଦେଲେ ହେବ ନାହିଁ । ତାଙ୍କର ଆର୍ଥିକ କାରବାର ଓ ସମ୍ପତ୍ତିର ତଦନ୍ତ ହେବାର ଆବଶ୍ୟକତା ରହିଛି l ତେଣୁ ମାମଲାକୁ ଇଡିକୁ ହସ୍ତାନ୍ତର କରାଯିବା ଉଚିତ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି ।
Published by: Anand Shankar Thankur Das
First published: August 19, 2020, 9:41 PM IST
corona virus btn
corona virus btn
Loading