ଧଳାଜହର ବଳୟରେ ଶ୍ରୀକ୍ଷେତ୍ର, ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ: ଶ୍ରୀକ୍ଷେତ୍ରରୁ ପୁଣି ଧଳାଜହର ଜବତ । ଏସଟିଏଫ ଓ ବଳିଆ ପଣ୍ଡା ଥାନା ପୋଲିସର ମିଳିତ ପ୍ରୟାସରେ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଏଥିସହ ପାଞ୍ଚଜଣ ଆନ୍ତଃ ଜିଲ୍ଲା ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କାକଟପୁର ଖଣ୍ଡା ସାହିର ଅବିନାଶ ପରିଡା, ପୁରୀ ବାଲି ନୋଳିଆ ସାହିର ପି. କାଳିଆ, ଗୋପାଳପୁର ଭୋଇ ସାହିର ତୋଫାନ ଭୋଇ, ମଙ୍ଗଳା ସାହିର ଶଙ୍କର ମଲ୍ଲିକ, ଖୋର୍ଦ୍ଧା ଗାନ୍ଧୀ ପଡ଼ିଆର ରାମଚନ୍ଦ୍ର ଦାସ । ଏହି ଅଭିଯୁକ୍ତ ମାନେ ଷ୍ଟର୍ଲିଙ୍ଗ ଛକଠାରେ ବ୍ରାଉନ ସୁଗାର ଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ ମାଡ଼ି ବସିଥିଲା । ଅଭିଯୁକ୍ତଙ୍କ ଠାରୁ ୫୫ ଗ୍ରାମ ବ୍ରାଉନ ସୁଗାର, ଚାରୋଟି ବାଇକ୍ ଓ ମୋବାଇଲ ଫୋନ ସହ ନଗଦ ୧୦୮୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି ପୁରୀ ପୋଲିସ । ତେବେ ଏଯାବତ ପୁରୀ ପୋଲିସ ୮ କେଜି ୭୫ ଗ୍ରାମ ଅର୍ଥାତ ୮ କୋଟି ଟଙ୍କାର ବ୍ରାଉନସୁଗାର ଜବତ କଲେଣି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।