ପୁରୁଷୋତ୍ତମ ଏକ୍ସପ୍ରେସରେ ନିଶା ଦେଇ ଲୁଟ; ପୁରୀରୁ ଦମ୍ପତ୍ତି ଉଦ୍ଧାର

ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ ଯୋଗେ ଦିଲ୍ଲୀରୁ କଟକ ଆସିଥିଲେ ଦମ୍ପତ୍ତି । ହେଲେ ସେମାନଙ୍କୁ ନିଶା ଦିଆଯାଇଥିବାରୁ କଟକ ପରିବର୍ତ୍ତେ ପୁରୀରେ ପହଞ୍ଚିଥିଲେ ।

ପୁରୁଷୋତ୍ତମ ଏକ୍ସପ୍ରେସରେ ନିଶା ଦେଇ ଲୁଟ; ପୁରୀରୁ ଦମ୍ପତ୍ତି ଉଦ୍ଧାର

ପୁରୁଷୋତ୍ତମ ଏକ୍ସପ୍ରେସରେ ନିଶା ଦେଇ ଲୁଟ; ପୁରୀରୁ ଦମ୍ପତ୍ତି ଉଦ୍ଧାର

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ପୁରୁଷୋତ୍ତମ ଏକ୍ସପ୍ରେସରେ (Purusottam express ) ଯାତ୍ରୀଙ୍କୁ ନିଶା ଦେଇ ଲୁଟ କରିଛନ୍ତି ଦୁବୃର୍ତ୍ତ । ପୁରୀ ଆରପିଏଫ (RPF) ଦ୍ୱାରା ରେଳଷ୍ଟେସନରୁ ଦମ୍ପତ୍ତିଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ( District headquarter Hospital ) ଭର୍ତ୍ତି କରାଯାଇଛି । ଦମ୍ପତି ହେମନ୍ତ ମଲ୍ଲ ଓ ତାଙ୍କ ପତ୍ନୀ କୁନି ମଲ୍ଲଙ୍କ ଘର ଜଗତସିଂହପୁର ଜନାର୍ଦନପୁରରେ ।

ଯାହା ଜଣାପଡିଛି ଯେ, ଦମ୍ପତି ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ ଯୋଗେ ଦିଲ୍ଲୀରୁ କଟକ ଆସିଥିଲେ । ହେଲେ ସେମାନଙ୍କୁ ନିଶା ଦିଆଯାଇଥିବାରୁ କଟକ ପରିବର୍ତ୍ତେ ପୁରୀରେ ପହଞ୍ଚିଥିଲେ । ଆଜି ସକାଳ ୬ ଟାରେ ପୁରୀ ରେଳଷ୍ଟେସନରେ ଟ୍ରେନ ପହଞ୍ଚିଥିଲା । ପରେ ଦମ୍ପତି ଟ୍ରେନରୁ ଓହ୍ଲାଇ ପ୍ଲାଟ ଫର୍ମରେ ଶୋଇପଡ଼ିଥିଲେ । ଆରପିଏଫ ପକ୍ଷରୁ ଦମ୍ପତିଙ୍କୁ ମେଡିକାଲ ନିଆଯିବା ସହ ତାଙ୍କର ଲଗେଜ ଉଦ୍ଧାର କରାଯାଇ ଆରପିଏଫ ପୋଷ୍ଟକୁ ନେଇଥିଲେ । ଏହି ଘଟଣା ନେଇ ଆରପିଏଫ ଓ ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି । ଖବର ସଂଗ୍ରହ ବେଳକୁ ଦମ୍ପତି ଚେତା ଶୂନ୍ୟ ଥିଲେ ।

ଅଧିକ ଖବର ପଢ଼ନ୍ତୁ- http://ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ କୋଟିଏ ନୁହେଁ.. ସୁନାକଳସ ଦାମ ୧୦ଲକ୍ଷ; ପାପରୁ ବଞ୍ଚିବାକୁ ଦାନ - ସୁର ରାଉତରାୟ
Published by:Soubhagya Mishra
First published: