ନିଶା ମାଫିଆଙ୍କୁ ଆଉ ନିସ୍ତାର ନାହିଁ ; ଧରା ପଡିଲେ ତଡ଼ିପାର କରିବ ପୋଲିସ

ଚନ୍ଦ୍ରଶେଖରପୁର ଥାନା ଆଦର୍ଶ ବସ୍ତିରେ ରହୁଥିବା ନିଶା ମାଫିଆ କିରନ ପଟ୍ଟନାୟକ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । କିରନ ବସ୍ତିରେ ସରକାରୀ ଜମିକୁ ଜବର ଦଖଲ କରି ଘର କରି ରହୁଥିଲା । ସେହି ଘରେ ଦୀର୍ଘଦିନ ଧରି ବ୍ରାଉନସୁଗର କାରବାର କରୁଥିଲା ।

ନିଶା ମାଫିଆଙ୍କୁ ଆଉ ନିସ୍ତାର ନାହିଁ ; ଧରା ପଡିଲେ ତଡ଼ିପାର କରିବ ପୋଲିସ

ନିଶା ମାଫିଆଙ୍କୁ ଆଉ ନିସ୍ତାର ନାହିଁ ; ଧରା ପଡିଲେ ତଡ଼ିପାର କରିବ ପୋଲିସ

  • Share this:
News 18 Odia Digital

ଭୁବନେଶ୍ୱର; ସହରାଞ୍ଚଳରେ ଅପରାଧକୁ ଦମନ କରିବା ନିମନ୍ତେ କମିସନରେଟ ପୋଲିସ ପକ୍ଷରୁ ଅନେକ ବିକଳ୍ପ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି । ସେଥିମଧ୍ୟରେ ତଡିପାର ବ୍ୟବସ୍ଥା ମଧ୍ୟ ରହିଛି । ସହରରେ ବାସ କରୁଥିବା ଅପରାଧୀ ମାନେ ଯଦି ନିୟମିତ ଭାବେ ଏକାଧିକ ମାମଲାରେ ଜଡିତ ରହିଥିବେ ତାହାଲେ ସେମାନଙ୍କ ବିରୋଧରେ ଏହି ବ୍ୟବସ୍ଥା ଲାଗୁ ହେବ । ଏନେଇ ବାରମ୍ବାର ଅପରାଧ କରୁଥିବା ଅଭିଯୁକ୍ତଙ୍କୁ ଚେତାବନୀ ଦେଇଛି କମିସନରେଟ ପୋଲିସ । ଅପରାଧିମାନଙ୍କୁ ଅପରାଧ ଛାଡ଼ ନଚେତ ଭୁବନେଶ୍ୱର ଛାଡିବାକୁ ଚେତାବନୀ ଦିଆଯାଇଛି ।

ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଆଦର୍ଶ ବସ୍ତିରେ ରହୁଥିବା ନିଶା ମାଫିଆ କିରନ ପଟ୍ଟନାୟକ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ପୋଲିସ ସୁଚନା ଅନୁସାରେ,  କିରଣ ପଟ୍ଟନାୟକ ବସ୍ତିରେ ସରକାରୀ ଜମିକୁ ଜବର ଦଖଲ କରିବା ସହ ଘର କରି ରହୁଥିଲା । ସେହି ଘରେ ଦୀର୍ଘଦିନ ଧରି ବ୍ରାଉନସୁଗର କାରବାର କରୁଥିଲା । ସେହି କାରଣରୁ ଗିରଫ ହୋଇ ଜେଲ ଯିବା ସହ ପରେ ଜାମିନରେ ଆସି ପୁଣି ନିଶା କାରାବର କରୁଥିଲା । ତେଣୁ ତାର ଘରକୁ ବିଡିଏ ଜରିଆରେ  ମାଟିରେ ମିଶାଇ ଦିଆଯାଇଛି ।

ସୂଚନାଯୋଗ୍ୟ, କିରନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନୀଳ ପଟ୍ଟନାୟକ ଏକାଧିକ ଅପରାଧିକ ମାମଲାରେ ଜଡିତ ଥିବା ସହ ବେଆଇନ ବ୍ରାଉନସୁଗାର ବିକ୍ରି ମାମଲାରେ ମଧ୍ୟ ସାମିଲ ଥିଲେ । ଗତ କିଛିଦିନ ପୂର୍ବରୁ କିରନ ପଟ୍ଟନାୟକଙ୍କ ବୋହୂ ମଧ୍ୟ ବ୍ରାଉନସୁଗାର୍ ବିକ୍ରି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । କମିଶନରେଟ ପୋଲିସ ତରଫରୁ ଅପରାଧୀଙ୍କ ବିରୋଧରେ ଏହି ଭଳି ଅଭିଯାନ ଆଗକୁ ଆହୁରି କଡାକଡି କରାଯିବ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେପଟେ ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସ । ସହିଦନଗର ଅଞ୍ଚଳରୁ ୧୧ ଗ୍ରାମ ବ୍ରାଉନସୁଗର ସହ ୨୮ ହଜାର ଟଙ୍କା ଜବତ ହୋଇଛି । ବ୍ରାଉନସୁଗର କାରାବର ଅଭିଯୋଗରେ ଅଭିଯୁକ୍ତ ଏସ.କେ ସଲିମକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ସଲିମ ଦୀର୍ଘଦିନ ଧରି ବସ୍ତି ମାନଙ୍କରେ ବ୍ରାଉନସୁଗର କାରବାର କରି ଆସୁଥିଲା । ଛୋଟଛୋଟ ପୁଡ଼ିଆ କରି ଅତି ସହଜରେ ବ୍ରାଉନସୁଗରକୁ ବିକୁଥିଲା । ପୂର୍ବରୁ ତା ବିରୁଦ୍ଧରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ତାକୁ ଧରିବାରେ ସହାୟକ ହୋଇ ନଥିଲା ।
Published by:Soubhagya Mishra
First published: