News18 Odia Digital
ଭୁବନେଶ୍ବର: ବର୍ଷ ଆରମ୍ଭରୁ କୋଟିଏ ଟଙ୍କାର ବ୍ରାଉନସୁଗାର (Brown Sugar) ଜବତ। ନୟାଗଡ଼ ଜିଲ୍ଲା ଫତେଗଡ ଅଞ୍ଚଳରୁ ବ୍ରାଉନସୁଗାର ଜବତ କଲା ଜବତ କଲା କ୍ରାଇମବ୍ରାଞ୍ଚ ଏସ.ଟି.ଏଫ. (STF)।
ବ୍ରାଉନସୁଗାର ବିକିବା ଅଭିଯୋଗରେ ଗିରଫ ହେଲା ଡ୍ରଗ୍ସ ମାଫିଆ (Drug mafia) ହର ପ୍ରସାଦ ପୃଷ୍ଟି। ଅଭିଯୁକ୍ତ ହର ପ୍ରସାଦ ନିକଟରୁ ୧ କିଲୋ ୧୯୦ ଗ୍ରାମ ବ୍ରାଉନସୁଗାର ଓ ଗୋଟିଏ ପଲସର ବାଇକ ଜବତ କରିଛି ତଦନ୍ତକାରୀ ଟିମ। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣା ପଡ଼ିଛି।
https://odia.news18.com/news/odisha/having-sex-with-the-promises-of-marriage-is-not-immoral-said-odisha-highcourt-3ssd-08012023-ssd-146683.htmlଏସଟିଏଫ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଫତେଗଡ ଥାନା କଣ୍ଟିଲୋ ନାରାୟଣୀ ପୀଠ ନିକଟରେ ଅଭିଯୁକ୍ତ ହର ପ୍ରସାଦ ଓ ତାର ସହଯୋଗୀ ଏକ ବାଇକ ଯୋଗେ ଆସି ବେପାର ପାଇଁ ଯୋଜନା କରିଥିଲେ। ଉଭୟ ଏକ ଅନ୍ଧାର ସ୍ଥାନରେ ବସିଥିବା ବେଳେ ପୂର୍ବରୁ ଖବର ପାଇ ପିଛା କରୁଥିବା ଏସଟିଏଫ ମାଡ଼ି ବସିବା ବେଳକୁ ଜଣେ ଖସି ଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ବେପାର କରି ଆସୁଛନ୍ତି। ଖୋର୍ଦ୍ଧାରୁ ବ୍ରାଉନସୁଗାର ନେଇ ନୟାଗଡ଼ ଆଖପାଖ ଅଞ୍ଚଳରେ ବିକ୍ରି କରୁଛନ୍ତି।

୧ କିଲୋରୁ ଅଧିକ ଗ୍ରାମର ବ୍ରାଉନସୁଗାର ଜବତ
ସୂଚନାଯୋଗ୍ୟ, ୨୦୨୦ରୁ ବ୍ରାଉନସୁଗର କାରବାର ରୋକିବା ପାଇଁ ଅପରେସନ ଆରମ୍ଭ କରିଥିଲା ଏସଟିଏଫ। ଏଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ୨୦୨୦ରୁ ଏବେ ପର୍ଯ୍ୟନ୍ତ ରାଜ୍ୟରୁ ୬୮ କିଲୋ ବ୍ରାଉନସୁଗାର ଜବତ କରିଥିବା ବେଳେ ୨୦୨ ଗ୍ରାମ କୋକେନ୍, ୧୧୧ କୁଇଣ୍ଟାଲ ଗଞ୍ଜେଇ, ୭୫୦ ଅଫିମ ଜବତ ହୋଇଥିବା ବେଳେ ୧୬୬ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।