ମହମ୍ମଦ ମୋକିମ (ପ୍ରତୀକାତ୍ମକ ଛବି)
News18 Odia Digital
ଦିନେ ଦଳର ନିଷ୍ପତ୍ତି ବିରୋଧରେ ଯାଇ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ନେତା ମହମ୍ମଦ ମୋକିମ। ଏହା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମୁର୍ମୁଙ୍କ ବିଜୟ ପରେ ବେଶ ଗର୍ବିତ ଅନୁଭବ କରୁଥିବାର କହିଛନ୍ତି ମୋକିମ।
ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଆ ଝିଅ ହିସାବରେ ସମର୍ଥନ କରିଥିଲି, NDA ପ୍ରାର୍ଥୀ ହିସାବରେ ନୁହେଁ। ଲୋକଙ୍କ ଭାବାବେଗକୁ ନେଇ ମୁଁ ମଧ୍ୟ ଅନୁଭବ କରିଥିଲି ଯେ ତାଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ ଭୋଟ ଦେଇଥିଲି ଓ ସ୍ୱୀକାର ମଧ୍ୟ କରିଥିଲି। ବିଜୟ ପରେ ମୁଁ ମଧ୍ୟ ଆନନ୍ଦିତ ଅଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ହେଉଛି ସ୍ୱତନ୍ତ୍ର ନିର୍ବାଚନ। ଏଥିରେ ଦଳର ହ୍ବିପ ନଥାଏ। ଯେହେତୁ ଜଣେ ଓଡ଼ିଶାର ଜଣେ ଝିଅ ଠିଆ ହୋଇଥିଲେ। ଦଳ ଅନୁଭବ କରିବ ମୁଁ ଠିକ କରିଛି।
ଓଡ଼ିଆ ଭାବେ ମୁଁ ଗର୍ବିତ। ଆମେ ମଧ୍ୟ ଆଶା କରିବା ଯେ ସେ ଦଳିତ ଆଦିବାସୀ ମାନଙ୍କର ସମସ୍ୟା ବେଦନା ବୁଝିବା ଉଚିତ। ଓଡିଶାର ସମସ୍ୟାର ସମାଧାନ କରିବେ। ସେ ଏକତା ଡୋରୀରେ ସମସ୍ତଙ୍କୁ ବାନ୍ଧି ରଖିବେ ବୋଲି ମୋର ଆଶା। ମୁଁ ଖୁସି ବୋଲି କହିଛନ୍ତି ମୋକିମ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।