ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ଆଶଙ୍କା; ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ଆଶଙ୍କା; ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କଟକ, ମାଲକାନଗିରି, ନୟାଗଡ଼, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ସମ୍ବଲପୁର, ଝାରସୁଗୁଡା, କେଉଁଝର, ଅନୁଗୁଳ, ବୌଦ୍ଧ, ଯାଜପୁର ଓ ଭଦ୍ରକରେ ସିଭିୟର ବୃଷ୍ଟିପାତ ହୋଇଥିବା ବେଳେ ଅବଶିଷ୍ଟ ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠୁ ବି କମ୍ ବୃଷ୍ଟିପାତ ରେକର୍ଡ କରାଯାଇଛି ।

ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ଆଶଙ୍କା; ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ଆଶଙ୍କା
  • News18 Odia
  • Last Updated: August 23, 2021, 4:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଚାଷୀ କୁଳକୁ ଡ଼ରାଉଛି ବର୍ଷାର ଲୁଚକାଳି ଖେଳ। ଶ୍ରାବଣ ମାସ ଶେଷ ହେବା ସହ ମୌସୁମୀ ଦୁର୍ବଳ ହେଉ ଥିଲେ ବି ବର୍ଷାର ଲୁଚକାଳି ଖେଳ ଚାଷୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ସରକାରୀ ତଥ୍ୟ ଅନୁସାରେ ଜୁନ ମାସରୁ ଅଗଷ୍ଟ ମାସ ମଧ୍ୟରେ ରାଜ୍ୟରେ ପାଞ୍ଚଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ କମ୍ ବର୍ଷା ହୋଇଛି, ଯାହାକୁ ଦୃଷ୍ଟିରେ ରଖି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସାତଟି ଜିଲ୍ଲାରେ ଅତ୍ୟଧିକ କମ ବର୍ଷା ହୋଇଛି। କଟକ, ମାଲକାନଗିରି, ନୟାଗଡ଼, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ସମ୍ବଲପୁର, ଝାରସୁଗୁଡା, କେଉଁଝର, ଅନୁଗୁଳ, ବୌଦ୍ଧ, ଯାଜପୁର ଓ ଭଦ୍ରକରେ ସିଭିୟର ବୃଷ୍ଟିପାତ ହୋଇଛି। ଅବଶିଷ୍ଟ ୧୭ ଜିଲ୍ଲାରେ ସ୍ୱାଭାବିକ ଠୁ ବି କମ୍ ବୃଷ୍ଟିପାତ ହୋଇଛି।

କମ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଆଜି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। କୃଷି ଉତ୍ପାଦ କମିଶନର ଓ ଉନ୍ନୟନ କମିଶନରଙ୍କ ଉପସ୍ଥିତିରେ ଜିଲ୍ଲା ପାଳଙ୍କ ସହ ଆଲୋଚନା କରି ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିକି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ


ସମସ୍ତ ଜଳସେଚନ ଉତ୍ସକୁ ଚାଲୁ ରଖିବା ସହ ସବୁ ଉଠା ଜଳସେଚନ ପ୍ରକଳ୍ପ, ବୋର ୱେଲକୁ ବିଦ୍ୟୁତ ସଂଯୋଗ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ପାଣି ପଞ୍ଚାୟତ ଓ ବିଦ୍ୟୁତ ବିତରକ କମ୍ପାନୀମାନଙ୍କ ମଧ୍ୟରେ ମିଳିତ ବୈଠକ କରି ସମସ୍ତ ଜଳସେଚନ ପଏଣ୍ଟ୍‌ ଚାଲୁ ରଖିବାକୁ କୁହାଯାଇଛି ।

ସମସ୍ତ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବା ପାଇଁ ଆବଶ୍ୟକୀୟ କେନାଲ ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବା । କେନାଲମାନଙ୍କରେ ରୋଟେସନ୍ ଭିତ୍ତିରେ ଆବଶ୍ୟକତା ଅନୁସାରେ ପାଣି ଚାଲୁ ରଖିବା, ପ୍ରତି ଜିଲ୍ଲାକୁ ବ୍ଲକ୍ ଓ ପଞ୍ଚାୟତୱାରୀ ବିକଳ୍ପ ଫସଲ ନିମନ୍ତେ 'କଣ୍ଟିଜେନ୍ସି ପ୍ଲାନ୍' ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କମ୍ ବୃଷ୍ଟିପାତ ଥିବା ବ୍ଲକ୍‌ମାନଙ୍କରେ ଅଣଧାନ ଚାଷକୁ ଉପରେ ଗୁରୁତ୍ବ ଦେବା ସହ ଆବଶ୍ୟକୀୟ ବିହନ ଓ ମଞ୍ଜି ଯୋଗାଇବାକୁ ରାଜ୍ୟ ସିଡ୍ ବର୍‌ପୋରେସନ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଵିଶେଷ କରି ମହାତ୍ମା ଗାନ୍ଧି ନରେଗାରେ ଅଧିକରୁ ଅଧିକ ପ୍ରକଳ୍ପ, ଫାର୍ମ ପଣ୍ଡ ସହ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ଅଧିକ ୨୦ ଲକ୍ଷ କର୍ମ ଦିବସ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ବୈଠକରୁ ଜଣା ପଡ଼ିଛି ଅଗଷ୍ଟ ମାସରେ ରାଜ୍ୟରେ ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି । ଚଳିତ ବର୍ଷ ବର୍ଷା ଋତୁରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୮.୮ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି ।

କମ୍ ବୃଷ୍ଟିପାତ ହେତୁ ପ୍ରାୟ ୧୫ ଟି ଜିଲ୍ଲାର ପ୍ରାୟ ୩୦ଟି ବ୍ଲକ୍‌ରେ ଜମି ଆଦ୍ରତା କମିଛି । ମୁଖ୍ୟତଃ ଅନୁଗୁଳର ୪ ବ୍ଲକ୍, ବଲାଙ୍ଗିର ୨ ବ୍ଲକ୍‌, ଭଦ୍ରକ ୧ ବ୍ଳକ୍, ବୌଦ୍ଧ ୨ ବ୍ଲକ୍, ଢ଼େଙ୍କାନାଳ ୪ ବ୍ଲକ୍‌, ଗଞ୍ଜାମ ୧ ବ୍ଲକ୍, ଗଜପତି ୧ ବ୍ଲକ୍‌, ଯାଜପୁର ୨ ବ୍ଲକ୍, କେନ୍ଦୁଝର ୩ ବ୍ଲକ୍‌, ରାୟଗଡା ୫ ବ୍ଲକ୍‌, ସମ୍ବଲପୁର ୧ ବ୍ଲକ୍, ଝାରସୁଗୁଡା ୧ ବ୍ଲକ୍, ନବରଙ୍ଗପୁର ୧ ବ୍ଲକ୍‌, ନୟାଗଡ ୧ ବ୍ଲକ୍ ଆଦିର ଚାଷ କାର୍ଯ୍ୟ ପାଇଁ ଜମିର ଆର୍ଦ୍ରତା କମିଛି ।

ବୈଠକ ପରେ କୃଷି ସଚିବ ଏସ.କେ.ବଶିଷ୍ଟ କହିଛନ୍ତି ୧୫ ଜିଲ୍ଲାରେ ୩୦ ବ୍ଲକରେ ସ୍ୱାଭାବିକ ଠୁ କମ୍ ବର୍ଷା ହୋଇଛି। ମୁଖ୍ୟ ଶାସନ ସଚିବ ଏପିସି ଓ ଉନ୍ନୟନ କମିଶନଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ବର୍ତ୍ତମାନ କମ ବର୍ଷା ହେଉଛି ଓ ଆଗାମୀ ୧୦ ଦିନରେ କମ ବର୍ଷା ହେଲେ କ'ଣ କରାଯିବ ସେ ନେଇ ଆଲୋଚନା ହୋଇଛି।

ତିନୋଟିଟି ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁ ଜଳସେଚନ ପ୍ରକଳ୍ପ ରହିଛି ତାକୁ କିପରି ଭଲ ପ୍ରକାର ଉପଯୋଗ କରାଯିବ ସେ ନେଇ ଆଲୋଚନା ହୋଇଛି। ଉଠା ଜଳସେଚନ ପ୍ରକଳ୍ପକ ପାଇଁ ପାଣି ପଞ୍ଚାୟତ ସ୍ତରରେ ଆଲୋଚନା କରାଯିବ।

ଆବଶ୍ୟକ ସ୍ଥଳେ କୃଷି ଶ୍ରମିକଙ୍କଙ୍କୁ ମନରେଗା କିମ୍ଭା ଅନ୍ୟ ସ୍କିମରେ କାମ ଯୋଗାଇ ଦିଆଯିବ ସେ ନେଇ ଆଲୋଚନା ହୋଇଛି। ବର୍ତ୍ତମାନ ଜମିର ଆଦ୍ରତ କମିଛି । ମରୁଡି ସ୍ଥିତି ନୁହେଁ ବୋଲି କହିଛନ୍ତି କୃଷି ସଚିବ।

କମ ବୃଷ୍ଟିପାତ ଯୋଗୁଁ କେଉଁଝର ଜିଲ୍ଲାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଠାରେ ଅଧିକାଂଶ ଲୋକ ଚାଷ କରି ପେଟ ପୋଷନ୍ତି । ହେଲେ, ସ୍ବଳ୍ପବୃଷ୍ଟି ଯୋଗୁଁ ଏବର୍ଷ ଚାଷ କାର୍ଯ୍ୟ ସମ୍ପୁର୍ଣ୍ଣ ବ୍ୟାହତ ହୋଇଛି । କେଉଁଠି ତଳି ରୁଆ ସରିଛି, ହେଲେ ବର୍ଷା ଅଭାବରୁ ତଳି ଶୁଖି ଗଲାଣି । ଅନେକ ସ୍ଥାନରେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିବା ବେଳେ, ଅନ୍ୟ ସ୍ଥାନରେ ଏ ବର୍ଷ ତଳି ରୁଆ ହୋଇ ପାରିନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ।

ଚାଷୀ ରଘୁନାଥ ସାହୁ କହିଛନ୍ତି, "ବର୍ଷା ସ୍ୱାଭାବିକ ହୋଇଥିଲେ ଚାଷ କାର୍ଯ୍ୟ ବହୁତ ଆଗେଇ ସାରିଥାନ୍ତା । ହେଲେ ବର୍ଷା ନ ହେବାରୁ ଚାଷ କାର୍ଯ୍ୟ ନେଇ ବାଧା ଉପୁଜିଛି। ଆଗକୁ ବର୍ଷା ନ ହେଲେ ଚାଷ କାର୍ଯ୍ୟ ହୋଇପାରିବ ନାହିଁ। ସରକାର କିଛି ପଦକ୍ଷେପ ନେବା ଜରୁରୀ।’’
Published by: Lipina Das
First published: August 23, 2021, 4:38 PM IST