ଭୁବନେଶ୍ୱରରେ ଡ୍ରୋନ୍ ଦ୍ୱାରା ବିଶୋଧନ କାର୍ଯ୍ୟ ଆରମ୍ଭ ହେଲା; ଲୋକଙ୍କ ଉପରେ ନଜର ବି ରଖୁଛି

ଗୋଟିଏ ବଡ଼ ଡ୍ରୋନ୍ ରାସାୟନିକ ପଦାର୍ଥ ସିଞ୍ଚି ବିଭିନ୍ନ ଅଞ୍ଚଳ ବିଶୋଧନ କରୁଛି, ଆଉ ଛୋଟଟି ଲୋକଙ୍କ ଉପରେ ନଜର ରଖିଛି । ଆଗକୁ ରାଜଧାନୀର ବହୁ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର ହେବ ।

ଭୁବନେଶ୍ୱରରେ ଡ୍ରୋନ୍ ଦ୍ୱାରା ବିଶୋଧନ କାର୍ଯ୍ୟ ଆରମ୍ଭ ହେଲା; ଲୋକଙ୍କ ଉପରେ ନଜର ବି ରଖୁଛି
ଭୁବନେଶ୍ୱରରେ ଡ୍ରୋନ୍ ଦ୍ୱାରା ବିଭିନ୍ନ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଚାଲିଛି ।
  • News18 Odia
  • Last Updated: April 14, 2020, 8:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋରନା ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇଁ ଆଜି ବିଏମସି ସହରକୁ ବିଶୋଧନ କରିବା ପାଇଁ ଡ୍ରୋନ୍‌ ବ୍ୟବହାର କରିଛି । ପରୀକ୍ଷାଅମୂଳକ ଭାବରେ ବାପୁଜି ନଗର,ରାଜମହଲ ଓ ଶିଶୁଭବନକୁ ଡ୍ରୋନ୍‌ ସାହାଯ୍ୟରେ କରାଯାଇଛି ବିଶୋଧନ ।

ଅଧିକ ସ୍ଥାନକୁ କମ୍‌ ସମୟରେ ବିଶୋଧନ କରିବା ପାଇଁ ଏକ ଘରୋଇ କମ୍ପାନୀର ସହଯୋଗରେ ସ୍ମାର୍ଟ ସିଟି ଓ ବିଏମସି ଆରମ୍ଭ କରିଛନ୍ତି ଡ୍ରୋନ ମାଧ୍ୟମରେ ବିଶୋଧନ । ଆଜି ଥିଲା ଡେମୋ । ଏହା ସଫଳ ହୋଇଛି । ଆଗକୁ ଜନଗହଳି ଓ ମାର୍କେଟ ଗୁଡିକ ବିଶୋଧନ କରାଯିବ।

ରାଜଧାନୀର ଆକାଶରେ ଦୁଇଟି ଡ୍ରୋନ୍‌ ବ୍ୟବହାର କରାଯାଇଛି । ଗୋଟିଏ ଛୋଟ ଓ ଅନ୍ୟଟି ବଡ଼ ଡ୍ରୋନ୍‌ । ବଡ଼ ଡ୍ରୋନ ରାସାୟନିକ ପଦାର୍ଥ ଦ୍ୱାରା ବିଶୋଧନ କରୁଛି, ଆଉ ଛୋଟଟି ଲୋକଙ୍କ ଉପରେ ନଜର ରଖିଛି । କିଭଳି ଲୋକଙ୍କ ଉପରେ ଏ ବିଷାକ୍ତ ରାସାୟନିକ ପଦାର୍ଥ ନ ପଡ଼େ ସେଥି ପାଇଁ ମନିଟରିଂ କରୁଛନ୍ତି ଏକ୍ସପର୍ଟମାନେ ।

ଉଡ଼ାଇବା ପୂର୍ବରୁ ଗୋଟିଏ ଡ୍ରୋନକୁ ପ୍ରସ୍ତୁତ କରୁଛନ୍ତି ଅଧିକାରୀମାନେ ।


ବଡ ଡ୍ରୋନରେ ଛଅଟି ଫ୍ୟାନ ଷ୍ଟାଣ୍ଡରେ ଲାଗିଛି ୧୨ଟି ପାତି ଓ ଚାରିଟି ଗ୍ରାଉଣ୍ଡ ଷ୍ଟାଣ୍ଡ । ଏହାର ଓଜନ ୩୦ କିଲୋରୁ ଅଧିକ । ୧୫ ଲିଟର ପାଣି ସହ ରାସାୟନିକ ପଦାର୍ଥ ଧରି ଏ ବଡ଼ ଡ୍ରୋନ ଉଡୁଛି ଆକାଶରେ । ଲଗାତାର ଦେଢ଼ ଘଣ୍ଟା ଧରି ଆକାଶରେ ଉଡିବା ପରେ ଏହାର ବ୍ୟାଟେରୀ ଚେଞ୍ଜ ହୋଇ ପୁଣି ନୂଆ ବ୍ୟାଟେରୀ ପଡ଼ୁଛି । Iଏକ କିଲୋମିଟର ଯାଏ ଏହା ଉଡିବାର କ୍ଷମତା ରଖିଛି, କିନ୍ତୁ ପରିବେଶ ଓ ପରିସ୍ଥିତିକୁ ଲକ୍ଷ କରି ଆବଶ୍ୟକତା ଅନୁସାରେ ଏହାକୁ ପରିଚାଳନା କରାଯାଉଛି।

‘‘କୃଷି ଓଡ଼ିଶା ପ୍ରଦର୍ଶନୀରେ ପ୍ରଥମେ ଏହି ଡ୍ରୋନ ପ୍ରଦର୍ଶନ ପାଇଁ ଆସିଥିଲା । କିଛି ଚାଷୀ ବି ଏହାକୁ କିଣିଥିଲେ । ବିଲରେ ସାର ଓ କୀଟନାଶକ ପାଇଁ ଏହାର ବ୍ୟବହାର ସଫଳ ହେବାରୁ ଏବେ ବିଏମସି ଏହାକୁ ଆଣି ବ୍ୟବହାର କରୁଛି,’’ କହିଛନ୍ତି ବିଏମସିର ଡେପୁଟି କମିଶନର ଶୁଭେନ୍ଦୁ ସାହୁ ।

ଆଜି ସକାଳୁ ସକାଳୁ ସିଲ କରାଯାଇଥିଲା ରାଜମହଲ, ବାପୁଜି ନଗର ଓ ଶିଶୁ ଭବନ ରାସ୍ତାକୁ । ରାସାୟନିକ ସିଞ୍ଚନ ପାଇଁ ପୋଲିସ ପ୍ରସ୍ତୁତ ହୋଇ ମାଇକ ଯୋଗେ ପ୍ରଚାର କରିବା ସହ ଘର ଭିତରୁ ବାହାରକୁ ନ ବାହାରିବା ପାଇଁ ସତର୍କ କରାଇଥିଲା । ତା’ ପରେ ଆରମ୍ଭ ହୋଇଥିଲା ରାସାୟନିକ ସିଞ୍ଚନର ଡେମୋ ପ୍ରକ୍ରିୟା ।

‘‘ଡେମୋ ସଫଳ ହୋଇଛି । ଆଗକୁ ରାଜଧାନୀର ବହୁ ଅଞ୍ଚଳ ହେବ ବିଶୋଧନ,’’ ସ୍ମାର୍ଟ ସିଟିର ଟେକ୍ନିକାଲ ଟିମର ସଦସ୍ୟ ଏ. ରାଜହଂସ କହିଛନ୍ତି ।

ଆଗକୁ ଏକ ନମ୍ବର ମାର୍କେଟ, ସୂର୍ଯ୍ୟ ନଗର, ସତ୍ୟ ନଗର ଓ ଝାରପଡା ଆଦି ଅଞ୍ଚଳକୁ ଡ୍ରୋନ୍‌ ସାହାଯ୍ୟରେ କରାଯିବ ସାନିଟାଇଜ଼ । ତା ପରେ ସବୁ ହାଟ ଓ ଦୋକାନ ବଜାର ଯେଉଁଠି ଗହଳି ରହୁଛି ତାହା ମଧ୍ୟ ସାନିଟାଇଜ୍‌ କରାଯିବ ।
First published: April 14, 2020, 8:59 PM IST
corona virus btn
corona virus btn
Loading