ଶ୍ରୀମନ୍ଦିର ଡ୍ରୋନ ଭିଡ଼ିଓ ଭାଇରାଲ୍ କଲେ ଜଣେ ବଙ୍ଗୀୟ ୟୁଟ୍ୟୁବର; ପୁଣି ସୁରକ୍ଷାକୁ ନେଇ ପ୍ରଶ୍ନ ?

ଭିଡ଼ିଓ ପାଇଁ ଅନୁମତି ଦେଇଥିବାରୁ ପୁରୀ ପୋଲିସ ଓ ଓଡ଼ିଶା ପୋଲିସ ବିଭାଗକୁ ସ୍ୱତନ୍ତ୍ର ଧନ୍ୟବାଦ ଜ୍ଞାପନ ମଧ୍ୟ କରିଛନ୍ତି । କହିଲେ ଶ୍ରୀମନ୍ଦିର ଅନ୍ୟ ଭିଡ଼ିଓ ବି ଅଛି । ଆବଶ୍ୟକ ହେଲେ ୨୦ ହଜାର ଦେଇ କିଣନ୍ତୁ ।

ଶ୍ରୀମନ୍ଦିର ଡ୍ରୋନ ଭିଡ଼ିଓ ଭାଇରାଲ୍ କଲେ ଜଣେ ବଙ୍ଗୀୟ ୟୁଟ୍ୟୁବର; ପୁଣି ସୁରକ୍ଷାକୁ ନେଇ ପ୍ରଶ୍ନ ?

ଶ୍ରୀମନ୍ଦିର ଡ୍ରୋନ ଭିଡ଼ିଓ ଭାଇରାଲ୍ କଲେ ଜଣେ ବଙ୍ଗୀୟ ୟୁଟ୍ୟୁବର; ପୁଣି ସୁରକ୍ଷାକୁ ନେଇ ପ୍ରଶ୍ନ ?

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଆଜିକୁ କିଛି ଦିନ ତଳେ ଶ୍ରୀମନ୍ଦିରର ଭିତର କାଠ ନିକଟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ବାଂଲାଦେଶର ଜଣେ ଯୁବକ ଗିରଫ ହୋଇଥିବା ବେଳେ ମାତ୍ର ଦୁଇ ସପ୍ତାହ ତଳେ ୟୁଟ୍ୟୁବରେ Unified Animesh ନାମକ ଜଣେ ବଙ୍ଗୀୟ ୟୁଟ୍ୟୁବର ଏକ ଡ୍ରୋନରେ ନିଆଯାଇଥିବା ଭିଡ଼ିଓ ପୋଷ୍ଟ କରିଛନ୍ତି ।

୫ମିନିଟ ୪୩ସେକେଣ୍ଡ ଅବଧିର ଏକ ଭିଡ଼ିଓରେ ସେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ମ୍ୟାପିଙ୍ଗ କରିଛନ୍ତି । ନୀଳଚକ୍ରଠାରୁ ସିଂହଦ୍ଵାର ଯାଏଁ କେଉଁଠି କଣ ଅବସ୍ଥିତ ତାକୁ ଡ୍ରୋନ ମାଧ୍ୟମରେ ଦେଖଉଛନ୍ତି । ଶ୍ରୀମନ୍ଦିର ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି କି ,ଏଠି ପ୍ରଶ୍ନ ଉଠେ ଏ ଅହେତୁକ ଅନୁକମ୍ପା କାହିଁକି ? ୟୁଟ୍ୟୁବର ଜଣକ ଭିଡ଼ିଓ ଆରମ୍ଭରେ ସାବଧାନ କରେଇ କହିଛନ୍ତି, ଏହି ଭିଡ଼ିଓ ତାଙ୍କର ଐକିକୃତ ଅଧିକାର କୌଣସି ବ୍ୟକ୍ତି ଅଥବା ସଂସ୍ଥା ଏହାକୁ ବ୍ୟବହାର କଲେ ସେ ଆଇନିଗତ କାର୍ଯ୍ୟାନୁଷ୍ଠାନ ନେବେ । ଭିଡ଼ିଓ ପ୍ରାରମ୍ଭରେ ଏହି ଭିଡ଼ିଓ କରିବାକୁ ସୁଯୋଗ ଦେଇଥିବାରୁ ପୁରୀ ପୋଲିସ ଅଥବା ଓଡ଼ିଶା ପୋଲିସ ବିଭାଗକୁ ସ୍ୱତନ୍ତ୍ର ଧନ୍ୟବାଦ ଜ୍ଞାପନ ମଧ୍ୟ କରିଛନ୍ତି ।



ଏହା ସହିତ ଶ୍ରୀମନ୍ଦିରର ରାତ୍ରି ସମୟର ଆଉ କିଛି ଭିଡିଓ ତାଙ୍କ ପାଖରେ ଉପଲବ୍ଧ ଅଛି ସେ ତାକୁ ଠିକଣା ସମୟରେ ଦେଖାଇବେ ଏବଂ କାହାକୁ ଏହି ସମସ୍ତ ଭିଡିଓ ଆବଶ୍ୟକ ଥିଲେ ସେ ପ୍ରତି ଆଙ୍ଗଲର ଭିଜୁଆଲ ଦରକାର ହେଲେ ୨୦ହଜାର ଅର୍ଥ ଦେଇ କିଣି ମଧ୍ୟ ପାରିବେ ବୋଲି ହ୍ୱାଟସଆପରେ ସୂଚନା ଦେଇଛନ୍ତି "।

ସେପଟେ"ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଚନ୍ଦ୍ରଶେଖର ରାଓ । ଜାତୀୟ କୀର୍ତ୍ତୀରାଜି ଉପରେ ଫୋଟୋ ଓ ଭିଡିଓ ଉତ୍ତୋଳନ ନିଷେଦ୍ଧ ରହିଛି ବୋଲି ସ୍ୱୀକାର କରିଛନ୍ତି ସୁରକ୍ଷା ପ୍ରଶାସକ । ନୋ ଫ୍ଲାଇଁ ଜୋନରେ ଡ୍ରୋନ ଉଡିବା ଖବର ବିଷୟରେ ଅବଗତ ନଥିବା ସେ ପ୍ରତିକ୍ରିୟାରେ କହିଛନ୍ତି । ଖୁବଶୀଘ୍ର ଏନେଇ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସୁରକ୍ଷା ପ୍ରଶାସକ । ୟୁଟ୍ୟୁବରଙ୍କ ଚ୍ୟାନେଲରେ ଅପଲୋଡ଼ ହୋଇଛି ଶ୍ରୀମନ୍ଦିର ଡ୍ରୋନ ଭିୟୁ । ୨ ସପ୍ତାହ ତଳେ ଅପଲୋଡ ହୋଇଥିବା ଏହି ଭିଡ଼ିଓକୁ ଦେଖିଲେଣି ୪୭୦୦ ଲୋକ । ୟୁନିଫାଏଡ ନାମକ ୟୁଟୁବ ଆକାଉଣ୍ଟରେ ଅପଲୋଡ଼ ହୋଇଥିବା ଏହି ଭିଡିଓରେ ରହିଛି ପତିତପାବନ ବାନା ପରିବର୍ତ୍ତନର ଦୁର୍ଲଭ ଦୃଶ୍ୟ । youtuber ଜଣକ ଯୋଗାଯୋଗ କରିବା ପାଇଁ unifiedmovies@gmail. com ନାମରେ gmail କଣ୍ଟାକ୍ଟ ଦେଇଛନ୍ତି । ଏମିତିକି ଲୋକେ ଯୋଗାଯୋଗ କଲେ ଭିଡ଼ିଓରର ଫୁଟେଜ ଦେବାପାଇଁ ୨୦,୦୦୦ ଦାବି କରୁଛି ଏହି ୟୁଟୁବର । ତେବେ ଶ୍ରୀମନ୍ଦିର ଚୁଡା ଉପରେ କିଭଳି ଭାବରେ ପ୍ରାଇଭେଟ ଡ୍ରୋନ ଉଡ଼ିବା ସହ ଫୁଟେଜ କଭର କରିପାରିଛି ଏବଂ ତାକୁ ନେଇ ବ୍ୟବସାୟ କରୁଛି ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ପୁରୀ ଏସ୍ପିଙ୍କ ସହ ଆଲୋଚନା କରାଯାଇ ଯାହା ପରାମର୍ଶ ଦେବେ ସେନେଇ ପଦକ୍ଷେପ ନିଆଯିବ "।
Published by:Soubhagya Mishra
First published: