Drone Patrolling: ଏଣିକି ଆକାଶ ମାର୍ଗରୁ ଅପରାଧଙ୍କ ଉପରେ ନଜର ରଖିବ କମିଶନରେଟ ପୋଲିସ

Drone Patrolling: ରାଜ୍ୟ ରାଜଧାନୀରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଡ୍ରୋନ ପାଟ୍ରୋଲିଂ। ଆକାଶ ମାର୍ଗରୁ ଅପରାଧ ଉପରେ ନଜର ରଖିବ କମିଶନରେଟ ପୋଲିସ।

ଏଣିକି ଆକାଶ ମାର୍ଗରୁ ଅପରାଧଙ୍କ ଉପରେ ନଜର ରଖିବ କମିଶନରେଟ ପୋଲିସ

ଏଣିକି ଆକାଶ ମାର୍ଗରୁ ଅପରାଧଙ୍କ ଉପରେ ନଜର ରଖିବ କମିଶନରେଟ ପୋଲିସ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Drone Patrolling: ରାଜଧାନୀରେ (Bhubaneswar) ଆରମ୍ଭ ହେବାକୁ ଯାଉଛି ଡ୍ରୋନ ପାଟ୍ରୋଲିଂ (Drone Patrolling)। ଆକାଶ ମାର୍ଗରୁ ଅପରାଧ ଉପରେ ନଜର ରଖିବ କମିଶନରେଟ ପୋଲିସ (Commissionerate Police)।

ସହରର ପ୍ରତିଟି ଘଟଣା ଓ ଦୁର୍ଘଟଣା ଉପରେ ଏହି ଡ୍ରୋନ (Drone) ସିଧାସଳଖ ନଜର ରଖିବ। ଏ ନେଇ ପ୍ରାଥମିକ ଭାବେ ପରୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ (DCP Prateek Singh)।

ଭୁବନେଶ୍ୱରରେ (Bhubaneswar) ହେଉଥିବା ରାଲି, ଧାରଣା, ବିକ୍ଷୋଭ ସମୟରେ ସାମୁହିକ ଭାବେ ଏକାଠି ହେଉଥିବା ବିଶୃଙ୍ଖଳାକାରୀଙ୍କ ଉପରେ ଏହା ନଜର ରଖିବ। ସେହିଭଳି ବଡ଼ ବଡ଼ କାର୍ଯ୍ୟକ୍ରମ, ଭିଭିଆଇପିଙ୍କ ଗସ୍ତ ସମୟରେ ମଧ୍ୟ ଏହା ନଜର ରଖିବ।

ଏହି ଡ୍ରୋନ ୫ କିମି ପରିଧି ପର୍ଯ୍ୟନ୍ତ କ୍ୟାମେରା ସର୍ଭେଲାନ୍ସ ସହ ୫୦୦ ମିଟର ଉଚ୍ଚରେ ଉଡ଼ି ସେହି ସମୟର ଗତିବିଧି ଭିଡିଓ ରେକର୍ଡ କରିପାରିବ। ପ୍ରାଥମିକ ଭାବେ ଏହି ଡ୍ରୋନ ସଫଳ ହେଲେ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରାଯିବ।

ପଢ଼ନ୍ତୁ ଏହି ଖବର:  Mo Bus Service: ଏହି ୩ ଜିଲ୍ଲାକୁ ଗଡ଼ିବ ମୋ ବସ; ନିଷ୍ପତ୍ତି ନେଲେ ରାଜ୍ୟ ସରକାର

କିଛି ବର୍ଷ ପୂର୍ବେ ତତ୍କାଳୀନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ରାଜଧାନୀର ଟ୍ରାଫିକ ନିୟନ୍ତ୍ରଣ କରିବା ଓ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ ଯୋଜନା ଆରମ୍ଭ କରିଥିଲେ। ଏହି ଡ୍ରୋନ ପରୀକ୍ଷା ସରିବା ପରେ କିଛିଦିନ ପରେ ଏହା ଆଉ କାର୍ଯ୍ୟକାରୀ ହୋଇନଥିଲା। ତେଣୁ ଡିସିପିଙ୍କ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
Published by:Lipina Das
First published: