DL: ରାଜ୍ୟରେ ନଭେମ୍ବର ପ୍ରଥମ ସପ୍ତାହରୁ ନିୟମିତ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ୍‌

କରୋନା କଟକଣା ଯୋଗୁଁ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ପୁରୁଣା DL ଆବେଦନ ପଡ଼ିରହିଛି । ସେଗୁଡ଼ିକୁ ତ୍ଵରାନ୍ୱିତ କରିବାକୁ ଏପ୍ରିଲ ୨୦୨୧ ଯାଏଁ ସମୟ ଲାଗିଯିବ। ତା’ ଭିତରେ ସାନି ଆବେଦନକାରୀଙ୍କ ସଂଖ୍ୟା ବହୁଗୁଣିତ ହେବ ।

DL: ରାଜ୍ୟରେ ନଭେମ୍ବର ପ୍ରଥମ ସପ୍ତାହରୁ ନିୟମିତ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ୍‌
(ପ୍ରତାକାତ୍ମକ ଛବି)
  • News18 Odia
  • Last Updated: October 23, 2020, 11:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର:  ଦୁର୍ଗା ପୂଜା ପରେ ହୁଏତ ନଭେମ୍ବର ପ୍ରଥମ ସପ୍ତାହରୁ ନିୟମିତ ହୋଇପାରେ ରାଜ୍ୟ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଓ ପ୍ରଦାନ ପ୍ରକ୍ରିୟା । ଅର୍ଥାତ ପୂର୍ବରୁ ପଡ଼ି ରହିଥିବା ଆବେଦନ ସହିତ ସାନି ଡିଏଲ ଓ ଏଲଏଲ ଆବେଦନ ପ୍ରକ୍ରିୟା ଆରମ୍ଭ କରିପାରେ ବିଭାଗ ।

ବିଭାଗୀୟ ସୂଚନା ଅନୁସାରେ ପ୍ରାୟ ସାତ ମାସ ଧରି ବନ୍ଦ ରହିବା କାରଣରୁ ରାଜ୍ୟରେ ପାଖାପାଖି ୩ ଲକ୍ଷ ଡିଏଲ ଓ ଏଲ ଏଲ ଆବେଦନ ପଡ଼ି ରହିଛି । ଏହାକୁ ସାରିବାକୁ ଆହୁରି ପ୍ରାୟ ଆଉ ଛଅ ମାସ ସମୟ ଲାଗିଯିବ। ସେ ଦୃଷ୍ଟିରୁ ପୁରୁଣା ଆବେଦନ ସହିତ  ନୂଆ ଆବେଦନକୁ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ବିଭାଗ ଅନୁଭବ କରୁଛି ।

କୋଭିଡ ପ୍ରଭାବ କାରଣରୁ ଗତ ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ରାଜ୍ୟରେ ବନ୍ଦ ରହିଥିଲା ପରିବହନ ବିଭାଗର ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ ସହିତ ଜଡ଼ିତ ସମସ୍ତ ପ୍ରକ୍ରିୟା । ତେବେ ସାରା ଦେଶରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଗତ ଅଗଷ୍ଟ ମାସରୁ ଧୀରେ ଧିରେ ଏହି ପ୍ରକ୍ରିୟା ପୁଣି ଥରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି । ତା’ ସହିତ କେବଳ ପୁର୍ବରୁ ପଡ଼ିରହିଥିବା ଆବେଦନକୁ ତ୍ୱରାନ୍ୱିତ କରାଯାଉଛି, ଯେଉଁଥି ପାଇଁ ସାନି ଆବେଦନକାରୀ ହତାଶ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦୁର୍ଗା ପୂଜା ପରେ ସାନି ଡିଏଲ ଓ ଏଲଏଲ ଆବେଦନକୁ ତ୍ଵରାନ୍ୱିତ କରିବାକୁ ବିଭାଗ ଯୋଜନା କରିଛି ।

ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!

‘‘କୋଭିଡ କଟକଣା କାରଣରୁ ସାତ ମାସରୁ ଅଧିକ ସମୟ ହେଲା ବନ୍ଦ ରହିଛି ପରିବହନ ବିଭାଗର ସମସ୍ତ କାର୍ଯ୍ୟ । ଅବଶ୍ୟ ସରକାର ବିଭିନ୍ନ ଆବେଦନର ଅବଧିକୁ କିଛି ମାସ ବୃଦ୍ଧି କରିଛନ୍ତି । କିନ୍ତୁ ଅବଧି ସରିଲା ପରେ ଚେକିଂ ସମୟରେ କିଏ ଏ କଥା ବୁଝିବ? ପୋଲିସ ତ ଫାଇନ ଆଦାୟରେ ବ୍ୟସ୍ତ । ସମସ୍ୟା ବୁଝିବ କିଏ? ତେଣୁ ସାନି ବା ନୂଆ ଆବେଦନକୁ ତ୍ଵରାନ୍ୱିତ କରାଯିବାର ଆବଶ୍ୟକତା ଅଛି,’’ କହିଛନ୍ତି  ଭୁବନେଶ୍ୱର ବାସିନ୍ଦା ବିଶ୍ବଜିତ ରଣା।

ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦଙ୍କ କହିଛନ୍ତି, ‘‘ରାଜ୍ୟରେ ଯେତେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି ସେଥିରେ କେବଳ ପୁରୁଣା ଆବଦନକୁ ତ୍ଵରାନ୍ୱିତ କରିବା ସମ୍ଭବ ନୁହେଁ । କିନ୍ତୁ ତା’ ଭିତରେ ବି ନୂଆ ଆବେଦନକୁ ବିଭାଗ ତ୍ଵରାନ୍ୱିତ କରିବାକୁ ଉଦ୍ୟମ କରିବା ଭଲ କଥା ।’’

ଏହା ବି ପଢ଼ନ୍ତୁ | ସୈଫ୍ଅଲୀ ଖାନ୍‌  କରୀନା କପୁର୍‌ ବଲିଉଡର ସର୍ବୋତ୍ତମ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ; ବିବାହକୁ ବର୍ଷ ପୂରିଲା

ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ କରୋନା କଟକଣା ଯୋଗୁଁ ରାଜ୍ୟରେ ଏବେ ସୁଦ୍ଧା ତିନି ଲକ୍ଷରୁ ଅଧିକ ପୁରୁଣା ଆବେଦନ ପଡ଼ିରହିଛି । ଏହି ଆବେଦନକୁ ତ୍ଵରାନ୍ୱିତ କରିବାକୁ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ସମୟ ଲାଗିଯିବ। ତା’ ଭିତରେ ସାନି ଆବେଦନକାରୀଙ୍କ ସଂଖ୍ୟା ବହୁଗୁଣିତ ହେବ । ହୁଏତ ଏହି ସଂଖ୍ୟା ପାଞ୍ଚ ଲକ୍ଷରୁ ଅଧିକ ହୋଇପାରେ, ଯାହା ଆଗକୁ ବଡ଼ ସମସ୍ୟା ସୃଷ୍ଟି କରିବ। ସେହି କାରଣରୁ ପୁରୁଣା ଆବେଦନ ସହିତ ନୂଆ ଆବେଦନକୁ ତ୍ଵରାନ୍ୱିତ କରିବାକୁ ବିଭାଗ ଚିନ୍ତା କରୁଛି । ଏଥି ପାଇଁ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ  ଘରୋଇ ଡିଜିଟାଲ କେନ୍ଦ୍ରର ସହାୟତା ନେବା  ଉଚିତ ବୋଲି କହିଛନ୍ତି ରୋଡ଼ ସେଫଟି ସୋସାଇଟି ସଦସ୍ୟ ପ୍ରକାଶ ମହାପାତ୍ର ।



ଲୋକଙ୍କ ଆବେଦନ ପ୍ରକ୍ରିୟା ତ୍ଵରାନ୍ୱିତ କରିବା ଦିଗରେ ଏବେ ବି ବଡ଼ ପ୍ରତିବନ୍ଧକ ସାଜୁଛି କୋଭିଡ କଟକଣା। କାରଣ ନିୟମ ଅନୁସାରେ ନିୟମିତ ସଂଖ୍ୟାର ମାତ୍ର ୪୦ ପ୍ରତିଶତ ଆବେଦନକୁ ତ୍ଵରାନ୍ୱିତ କରିବାର ନିୟମ ରହିଛି।  ଏଥିରେ କୋହଳ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି ।
Published by: Anand Shankar Thankur Das
First published: October 23, 2020, 11:20 PM IST
corona virus btn
corona virus btn
Loading