ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଉ ଚଳେଇ ପାରିବେନି ମନ ଇଚ୍ଛା ଗାଡ଼ି; ଜାରି ହେଲା ନିର୍ଦ୍ଦେଶନାମା

ଆଉ ଚଳେଇ ପାରିବେନି ମନ ଇଚ୍ଛା ଗାଡ଼ି; ଜାରି ହେଲା ନିର୍ଦ୍ଦେଶନାମା

ଦୁର୍ଘଟଣା ରୋକିବା ଲାଗି ଅଣ୍ଟା ଭିଡ଼ିଲା ପରିବହନ ବିଭାଗ। ଜାତୀୟ, ରାଜ୍ୟ ରାଜପଥ, ୪ ଲେନ, ୨ ଲେନ୍ ଓ ସହରାଞ୍ଚଳ ରାସ୍ତାରେ କେତେ ବେଗରେ ଯିବ ଗାଡ଼ି ସେ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ଆଉ ଚଳେଇ ପାରିବେନି ମନ ଇଚ୍ଛା ଗାଡ଼ି; ଜାରି ହେଲା ନିର୍ଦ୍ଦେଶନାମା
ବିଭିନ୍ନ ରାସ୍ତା ପାଇଁ ଗାଡ଼ି ଚଳାଇବା ନିୟମ ଜାରି ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 22, 2021, 7:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୁର୍ଘଟଣା ରୋକିବା ଲାଗି ଅଣ୍ଟା ଭିଡ଼ିଲା ପରିବହନ ବିଭାଗ। କେବଳ ଜିଲ୍ଲା ସ୍ତରରେ ନୁହେଁ ରାଜ୍ୟ ସ୍ତରରେ ଲାଗୁ ହେବ ଗୋଟିଏ ନିୟମ। ଜାତୀୟ, ରାଜ୍ୟ ରାଜପଥ, ୪ ଲେନ, ୨ ଲେନ୍ ଓ ସହରାଞ୍ଚଳ ରାସ୍ତାରେ କେତେ ବେଗରେ ଯିବ ଗାଡ଼ି ସେ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

୪ ଲେନ୍ ଜାତୀୟ ରାଜପଥରେ ବାଇକ୍ ସ୍ପିଡ୍ ସର୍ବାଧିକ ୬୦ କିଲୋମିଟର ପ୍ରତି ଘଣ୍ଟା ଏବଂ ମ୍ୟୁନିସିପାଲିଟି ଓ ଏନ୍ଏସିରେ ୪୦ କିଲୋମିଟର ରହିବ। ସେହିପର ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଗ ସର୍ବାଧିକ ୫୦ କିଲୋମିଟର ରହିବ।

ଉଭୟ ଯାତ୍ରୀବାହୀ ଓ ମାଲବାହୀ ତିନି ଚକିଆ ଯାନର ୪ ଲେନ୍‌ରେ ସର୍ବାଧିକ ୪୦ କି.ମି., NH ଓ ରାଜ୍ୟ ରାଜପଥରେ ୩୦ କିଲୋମିଟର ଓ  ମ୍ୟୁନିସିପାଲିଟି ଓ ଏନ୍ଏସିରେ ୩୦ କି.ମି. ରହିବ। ସେହିପରି ଚାରି ଚକିଆ ଯାନ ଗୁଡ଼ିକ ୪ ଲେନ୍‌ରେ ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇପାରିବେ। ଜାତୀୟ ଓ ରାଜ୍ୟ ରାଜପଥରେ ୬୦ କି.ମି. ଓ ମ୍ୟୁନିସିପାଲିଟି କିମ୍ବା ଏନ୍ଏସି ଅଞ୍ଚଳରେ ୫୦ କିଲୋମିଟର ପ୍ରତି ଘଣ୍ଟାରେ ଯାଇପାରବେ।

ଏହି ନିର୍ଦ୍ଦେଶାବଳୀକୁ ସ୍ବାଗତ କରିଛନ୍ତି ଗାଡ଼ି ଚାଳକ ଓ ସାଧାରଣ ଜନତା। ଏ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ସୁବ୍ରତ ନନ୍ଦ କହିଛନ୍ତି,"ମୋଟର ଭାଇକିଲ ଆକ୍ଟରେ ଜିଲ୍ଲାପାଳ ନିଜର ଜିଲ୍ଲାରେ ଗାଡ଼ିର ବେଗ କେତେ ରହିବ ସେ ନେଇ ସେମାନେ ଲୋକେସନ ଦୃଷ୍ଟିରୁ ନିର୍ଦ୍ଧାରଣ କରନ୍ତି। ଓଡ଼ିଶା ମୋଟର ଭାଇକିଲ ନିୟମ ୧୯୯୩ ଆଧାରରେ ଗାଡ଼ିର ସର୍ବାଧିକ ବେଗ ସମ୍ପର୍କିତ ନିର୍ଦ୍ଦେଶନାମା ଯଦିଓ ସ୍ବାଗତ ଯୋଗ୍ୟ। କିନ୍ତୁ ଯେଉଁମାନେ ଦ୍ରୁତ ଗତିରେ ଗାଡି ଚାଳନା କରିଛନ୍ତି ଜାତୀୟ ଓ ରାଜ୍ୟ ରାଜପଥରେ କାର୍ଯ୍ୟରତ କର୍ମଚାରୀ ସେମାନଙ୍କୁ ଫାଇନ କଲେ ହେବ ନାହିଁ ବରଂ ଲାଇସେନ୍ସ ରଦ୍ଦ କରାଯିବା ଉଚିତ୍। କେବଳ ସେତିକି ନୁହେଁ ପରିବହନ ବିଭାଗ, ପୋଲିସ ଓ ସଡ଼କ ସୁରକ୍ଷା ରେ ନିୟୋଜିତ କିଛି ଏନଜିଓ ସାମିଲ ହୋଇ କାମ କଲେ ସୁଫଳ ଅଧିକ ମିଳିବ ଓ ଦୁର୍ଘଟଣା ରୋକି ହେବ"।
Published by: Soumya Das
First published: November 22, 2021, 7:17 PM IST