ଘରେ ବସି ବନାଇ ପାରିବେ Driving License; ସରକାର ଜାରି କଲେ ନୂଆ ନିର୍ଦ୍ଦେଶାବଳୀ, ଜଣାନ୍ତୁ ସବୁକିଛି

Driving License ନୂତନ ନିୟମ ଅନୁଯାୟୀ ଲର୍ଣ୍ଣିଙ୍ଗ ଲାଇସେନ୍ସର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ କରି ଦିଆଯାଇଛି । ଯେଉଁଥିରେ ଆବେଦନ ଠାରୁ ପ୍ରିଣ୍ଟିଂ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ଦ୍ୱାରା ହେବ ।

ଘରେ ବସି ବନାଇ ପାରିବେ Driving License; ସରକାର ଜାରି କଲେ ନୂଆ ନିର୍ଦ୍ଦେଶାବଳୀ, ଜଣାନ୍ତୁ ସବୁକିଛି
ଘରେ ବସି ବନାଇ ପାରିବେ Driving License
  • News18 Odia
  • Last Updated: April 15, 2021, 5:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: Driving License, ଆରସି (RC), ବୀମା ଓ ଯାନ ସହ ଜଡିତ ଡକ୍ୟୁମେଣ୍ଟଗୁଡିକର ନବୀକରଣ ପାଇଁ ଶେଷ ତାରିଖ ହେଉଛି ୩୦ ଜୁନ୍ ରହିଛି । ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport and Highways) ବର୍ତ୍ତମାନ ଏହି ତାରିଖକୁ ଆଉ ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ଦେଶର ଦ୍ୱିତୀୟ କରୋନା ଲହର ସମସ୍ତଙ୍କୁ ଭୟଭୀତ କରିଛି । ଏପରି ପରିସ୍ଥିତିରେ ଯଦି ଆପଣ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ନବୀକରଣ କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ଓ ନବୀକରଣ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ଯାହା ଅଧୀନରେ ବର୍ତ୍ତମାନ ଆପଣ ଘରେ ବସି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ।

Driving License ଅନ୍ଲାଇନ୍ ପ୍ରକ୍ରିୟାକରଣ - ନୂତନ ନିୟମ ଅନୁଯାୟୀ ଲର୍ଣ୍ଣିଙ୍ଗ ଲାଇସେନ୍ସର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ କରି ଦିଆଯାଇଛି । ଯେଉଁଥିରେ ଆବେଦନ ଠାରୁ ପ୍ରିଣ୍ଟିଂ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ଦ୍ୱାରା ହେବ । ଏଥିସହ ଲେକ୍ଟ୍ରୋନିକ୍ ସାର୍ଟିଫିକେଟ୍ ଓ ଡକ୍ୟୁମେଣ୍ଟ ବ୍ୟବହାର ଡାକ୍ତରୀ ପ୍ରମାଣପତ୍ର, ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ ଏହାର ନବୀକରଣ ପାଇଁ କରାଯାଇହେବ ।

ଆରସି ନବୀକରଣ ପାଇଁ ସୁବିଧା - ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଲୋକଙ୍କ ସୁବିଧା ପାଇଁ ଏକ ନୂତନ ଯାନର ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିଛି । ଏହା ସହିତ ପଞ୍ଜୀକରଣ ପ୍ରମାଣପତ୍ରର ନବୀକରଣ ୬୦ ଦିନ ପୂର୍ବରୁ ଆଡ଼ଭାନ୍ସ କରାଯାଇ ହେବ । ଏହା ବ୍ୟତୀତ ଅସ୍ଥାୟୀ ପଞ୍ଜୀକରଣ ପାଇଁ ସମୟ ସୀମା ମଧ୍ୟ ୧ ମାସରୁ ୬ ମାସକୁ ବୃଦ୍ଧି କରାଯାଇଛି ।

ଡ୍ରାଇଭିଂ ଟେଷ୍ଟ ପାଇଁ ଆରଟିଓ ଯିବାର କୌଣସି ଆବଶ୍ୟକତା ନାହିଁ - ଏହା ସହିତ ସରକାର ମଧ୍ୟ Learner's License ପାଇଁ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିଛନ୍ତି । ଯାହା ଅନୁଯାୟୀ ଆପଣଙ୍କୁ ଡ୍ରାଇଭିଂ ଟେଷ୍ଟ ପାଇଁ ଆଉ ଆରଟିଓ ଯିବାକୁ ପଡିବ ନାହିଁ । ଏହି କାର୍ଯ୍ୟ ଟ୍ୟୁଟୋରିଆଲ୍ ମାଧ୍ୟମରେ ଘରେ ଅନଲାଇନରେ କରାଯାଇହେବ । କରୋନା ମହାମାରୀ ସମୟରେ ଏହି ପଦକ୍ଷେପ ବହୁତ ଆରାମ ପ୍ରଦାନ କରିବାକୁ ଯାଉଛି ।
Published by: Jagdish Barik
First published: April 15, 2021, 5:53 PM IST