ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗର ଅଭିନଵ ଉଦ୍ୟମ, ୫୦୦ ଡ୍ରାଇଭରଙ୍କୁ ଦିଆହେଲା ତାଲିମ

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଡ୍ରାଇଭର ସଚେତନତା କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ କେଵଳ ଭୁବନେଶ୍ୱରରେ ୫୦୦ ଅଟୋ ଡ୍ରାଇଭରଙ୍କୁ ସଚେତନ ।

ଦୁର୍ଘଟଣା ରୋକିବାକୁ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି (ପ୍ରତୀକାତ୍ମକ ଛବି)

ଦୁର୍ଘଟଣା ରୋକିବାକୁ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଦୈନିକ ଯେତିକି ସଡ଼କ ଦୁର୍ଘଟଣା ଘଟୁଛି, ତାହାର ୮୦ ପ୍ରତିଶତ କେଵଳ ଡ୍ରାଇଭରର ଭୁଲ ବା ଅନ୍ୟମନସ୍କ କାରଣରୁ ଘଟୁଛି। ଯଦି ଡ୍ରାଇଭରମାନେ ଏ ବାବଦରେ ସଚେତନ ହେବେ, ତାହେଲେ ଅକାଳରେ ନଷ୍ଟ ହେଉଥିବା ହେଉଥିବା ଧନଜୀବନ ନଷ୍ଟକୁ ରୋକାଯାଇପାରିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଡ୍ରାଇଭର ସଚେତନତା କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ କେଵଳ ଭୁବନେଶ୍ୱରରେ ୫୦୦ ଅଟୋ ଡ୍ରାଇଭରଙ୍କୁ  କରାଯାଇଛି ସଚେତନ ଓ ଆଗକୁ ଏହି କାର୍ଯ୍ୟକ୍ରମ ଜାରୀ ରହିବ।

ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ, ୨୦୧୯ ମସିହା ତୁଳନାରେ ୨୦୨୦ ମସିହାରେ ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା କମିଛି। ୨୦୧୯ ମସିହାରେ ରାଜ୍ୟରେ ଘଟିଥିବା ବିଭିନ୍ନ ସଡ଼କ ଦୁର୍ଘଟଣାରେ ମୋଟ ୫,୩୩୩ ଜଣକର ମୃତ୍ୟୁ ଘଟିଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ୪, ୭୩୮କୁ ଖସିଥିଲା। ଅର୍ଥାତ ୨୦୧୯ ମସିହା ତୁଳନାରେ ଏହି ମୃତ୍ୟୁ ସଂଖ୍ୟାରେ ୧୧ ପ୍ରତିଶତ କମ ହୋଇଛି।

ଅବଶ୍ୟ କୋଭିଡ କଟକଣା କାରଣରୁ ୨୦୧୯ ମସିହା ତୁଳନାରେ ୨୦୨୦ରେ ସଡକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା କମ ହେବାର ଆଉଏକ କାରଣ ଲକ ଡାଉନ ବା ସଟ ଡାଉନର ପ୍ରଭାବ ହୋଇପାରେ। କିନ୍ତୁ ମୋଟ ଉପରେ ଏହି ସଂଖ୍ୟା କିଛିଟା ଆଶ୍ବସ୍ଥି ଆଣିଥିଲା।  ତେବେ  ୨୦୨୦  ମସିହା ଶେଷ ଭାଗରେ ଆସିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ପୁଣିଥରେ ବଢିଛି ସଡକ ଦୁର୍ଘଟଣା ସଂଖ୍ୟା। ଏହି ପରିମାଣ ହେଲା  ପ୍ରାୟ ୯ ପ୍ରତିଶତ। ଏହାକୁ ଦୃଷ୍ଟିରେ ରଖି ୨୦୨୨  ମସିହାରେ ପାଳିତ ହେବାକୁ ଯାଉଥିବା  ସଡକ ସୁରକ୍ଷା ମାସରେ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଲକ୍ଷ ରଖାଯାଇଛି।

ରାଜ୍ୟ ଅଟୋ  ଆସୋସିଏସନ ସମ୍ପାଦକ ପଦ୍ମନ ସାମଲ କହିଛନ୍ତି,"ଏହା ଏକ ଭଲ ଉଦ୍ୟମ। ତେଣୁ ପରିବହନ ବିଭାଗର ଏଭଳି ଉଦ୍ୟମକୁ ଆମେ ସ୍ୱାଗତ କରୁଛୁ।  କେଵଳ ଭୁବନେଶ୍ୱର ରାସ୍ତାରେ ଗଡୁଥିବା ୩୦ ହଜାର ଅଟୋ ଡ୍ରାଇଭରଙ୍କୁ ବିଭିନ୍ନ ସମୟରେ ପ୍ରଶିକ୍ଷଣ ଓ ସଚେତନ କରାଯିବା ଆମର ଉଦ୍ୟମ"। ସବୁଠାରୁ ବଡ଼କଥା ହେଲା ଡ୍ରାଇଭରମାନେ ମଧ୍ୟ ଏହି ଉଦ୍ୟମକୁ ସ୍ୱାଗତ କରିଛନ୍ତି।
Published by:Soumya Das
First published:
)}