News18 Odia Digital
Driver Protest: ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗ। ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର (Driver Association) ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ। ନ୍ୟୁଜ ୧୮ ଓଡ଼ିଆକୁ ସୂଚନା ଦେଲେ ମିଳିତ ମହାମଞ୍ଚର ସଭାପତି ବିରଞ୍ଚି କର। କହିଲେ ତିନି ମାସ ମଧ୍ୟରେ ପ୍ରତିଶ୍ରୁତି ପାଳନ ନକଲେ ପୁଣି ବ୍ୟାପକ ହେବ ଆନ୍ଦୋଳନ।
ସେହିପରି ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଡ୍ରାଇଭର ମହାସଂଘ ମୁଖ୍ୟ ଶାସନ ସଚିବଙ୍କ ଆଗରେ ସେମାନଙ୍କର ୧୦ ଦଫା ଦାବି ଉପସ୍ଥାପନ କରିଥିଲେ।
ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଛନ୍ତି। ତେବେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇନଥିଲେ। ହେଲେ ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।
ପ୍ରକାଶ ଥାଉକି ମାଲଗୋଦାମକୁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗରୁ ଚିନି, ହଳଦିଆ, ମାଣ୍ଡେଲାରୁ ଖାଇବା ତେଲ, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଡାଲି, ଛତିଶଗଡ଼, ଆନ୍ଧ୍ର, କର୍ଣ୍ଣାଟକ, ତେଲେଙ୍ଗାନାରୁ ଚାଉଳ, ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ସୋରିଷ ଆମଦାନୀ ହେଉଛି। ଦୈନିକ ଏହି ରାଜ୍ୟରୁ ୫୦ କୋଟି ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ହୋଇଥାଏ। ହେଲେ ବୁଧବାର ଓ ଗୁରୁବାର ଦୈନିକ କାରବାର ଏଠି ୫ କୋଟି ବି ଟପି ପାରିନଥିଲା। କଟକ ସହର ଉପକଣ୍ଠର ବ୍ୟବସାୟୀମାନେ ଭୟରେ ଚାରି ଚକିଆ ଗାଡ଼ି ମାଲଗୋଦାମକୁ ଆଣିନଥିଲେ । ବାଇକରେ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଥିଲା।
ପଢ଼ନ୍ତୁ ପୂରା ଖବର: ମାର୍କେଟରେ ମାଣ୍ଡିଆ ଗୀତର କ୍ରେଜ; ୧୦ ଦିନରେ ଦେଖିଲେଣି ୧ ମିଲିୟନ ଲୋକବୁଧବାର ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ ବସ ଡ୍ରାଇଭର। ଡ୍ରାଇଭରଙ୍କ (Drivers) ୧୦ ଦଫା ଦାବିକୁ ରାଜ୍ୟ ସରକାର (State Government) ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଡାକରା ଦେଇଥିଲା ଡ୍ରାଇଭର ସଙ୍ଘ (Driver Association)। ହେଲେ ବର୍ତ୍ତମାନ ଏହି ଆନ୍ଦୋଳନରେ ସ୍ଥଗିତ ରଖାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।