ଭୁବନେଶ୍ୱରରେ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା; ସିଧାସଳଖ ଟ୍ୟାପରୁ ମିଳିବ ବିଶୁଦ୍ଧ ଜଳ

ଭୁବନେଶ୍ୱରରେ ଆରମ୍ଭ ହେବ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା। କାମ ପାଇଁ ବି.ଏସ.ସି.ଏଲ ଦେବ ୩୫ କୋଟି। ସାରା ଭୁବନେଶ୍ୱର ପାଇଁ ଖର୍ଚ୍ଚ ହେବ ୭୦୦ କୋଟି।

ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା (ପ୍ରତୀକାତ୍ମକ ଛବି)

ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେବ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା। ପୁରୀ ପରେ ରାଜଧାନୀବାସୀଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟିର କିଛି ଅଂଶରେ ଆରମ୍ଭ ହେବ କାମ। ସେଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ଓ ଜଳ ନିଗମ ପକ୍ଷରୁ କାମ ଆରମ୍ଭ ହୋଇଛି। ଯୋଜନା ପାଇଁ ସ୍ମାର୍ଟ ସିଟି ଲିମିଟେଡ଼ ଦେବ ୩୫ କୋଟି।

ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟିର ସହିଦନଗର, ସତ୍ୟନଗର, ଖାରବେଳ ନଗର, ଅଶୋକ ନଗର, ବାପୁଜି ନଗରରେ ଯୋଗାଇ ଦିଆଯିବ ଏହି ସୁବିଧା । ପରବର୍ତ୍ତୀ ସମୟରେ ସାରା ଭୁବନେଶ୍ୱରକୁ ମିଳିବ ଏହି ବିଶୁଦ୍ଧ ପାନୀୟ ଜଳ ସଂଯୋଗ। ଏଥିପାଇଁ ଜଳ ନିଗମ ବା ୱାଟକୋ ହାତକୁ କାମ ନେଇଛି। ବି.ଏସ.ସି.ଏଲ ପକ୍ଷରୁ ୩୫ କୋଟି ଟଙ୍କା ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାରେ୧୦ କୋଟି ଦେଇଥିବା ୱାଟକୋ କର୍ତ୍ତୃପକ୍ଷ କହିଛନ୍ତି। ସେହିଭଳି ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧ଲକ୍ଷ ୪୩ ହଜାର ପାଇପ କନେକ୍ସନ ଦିଆଯାଇଛି। ପ୍ରଥମେ ଏହି ଅଞ୍ଚଳର କାମ ସରିବା ପରେ ସିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ଭୁବନେଶ୍ୱରରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

"ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଦ୍ୱାରା ଲୋକେ ୨୪ ଘଣ୍ଟା ମୋଡ଼ରେ ପିଇବା ପାଣି ପାଇବେ। ତାଙ୍କୁ ପିୟୁରିଫାଇ କରିବା ଆବଶ୍ୟକ ମଧ୍ୟ ନାହିଁ। କାମ ଆରମ୍ଭ ହୋଇଛି। ଜଳ ନିଗମ କାମ ସ୍ମାର୍ଟ ସିଟି ରେ ଆରମ୍ଭ କରିସାରିଛି ଓ ଖୁବ ଶୀଘ୍ର ଘରେ ଘରେ ପାଣି ମିଳିବ," କହିଛନ୍ତି BSCLର ସିଇଓ ବୋଲି ସଞ୍ଜୟ କୁମାର ସିଂହ।

"ପୁରୀ ପରେ ଭୁବନେଶ୍ୱରରେ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ମାର୍ଟ ସିଟି ଲିମିଟେଡ଼ ୩୫ କୋଟି ଦେବ ବୋଲି କହିଛି। ୧୦ କୋଟି ଦେଇସାରିଛି। ଏଣୁ ପ୍ରଥନେ ସ୍ମାର୍ଟ ଜନପଥ ଅଞ୍ଚଳରେ କାମ ଆରମ୍ଭ କରିଛୁ। ଏହି ଯୋଜନା କେବଳ ପୁରୀ ଭୁବନେଶ୍ୱର ରେ ସୀମିତ ନୁହେଁ କ୍ରମେ ସାରା ରାଜ୍ୟରେ କରିବାକୁ ଯୋଜନା କରାଯାଉଛି,"କହିଛନ୍ତି ୱାଟକୋ ଏମଡ଼ି ପ୍ରଦୀପ୍ତ କୁମାର ସ୍ୱାଇଁ।

ବର୍ତ୍ତମାନ ଭୁବନେଶ୍ୱରର ଜନସଂଖ୍ୟା ୧୨ ଲକ୍ଷ। ଏବେ ଦୟା ନଦୀ, କୁଆଖାଇ ଓ ମୁଣ୍ଡୁଲି ରୁ ପାଣି ସହର ବାସୀଙ୍କୁ ଯୋଗାଇ ଦିଆଯାଉଛି। ତା ପୁଣି ଦିନରେ କିଛି କିଛି ସମୟ ଲୋକଙ୍କୁ ମିଳୁଛି ପାଣି। ହେଲେ ଏହି ଯୋଜନା ପରେ ଲୋକେ ୨୪ ଘଣ୍ଟା ପାଇ ପାରିବେ ପାଣି।

"ଏବେ ସକାଳ ୮.୩୦ ଓ ଦିନ ୪.୩୦ ରେ ପାଣି ଆସୁଛି। ପ୍ରତି ୫ ଘର ପାଇଁ ଗୋଟିଏ ଟ୍ୟାପ ଲାଗିଛି। ସକାଳ ଓ ସଞ୍ଜରେ ପାଣି ପାଇଁ ସମସ୍ତେ ବ୍ୟସ୍ତ ହେଉଛନ୍ତି। ଯଦି ସବୁବେଳେ ପାଣି ଆସେ ଆଉ ବିଶୁଦ୍ଧ ପାଣି ମିଳେ ତେବେ ଆମେ ବହୁତ ଉପକୃତ ହେବୁ,"କହିଛନ୍ତି ବାପୁଜି ନଗର ବିଜୁ ଆଦର୍ଶ କଲୋନୀର ସଭାନେତ୍ରୀ ମମତା ମହାପାତ୍ର।
Published by:Soumya Das
First published: