News 18 Odia Digital
ବାଲେଶ୍ବର: ଇଣ୍ଟେରିମ ଟେଷ୍ଟ ରେଞ୍ଜ ତଥ୍ୟ ଲିକ୍ (data leak) ମାମଲାରେ ସାଂଘାତିକ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ବାଲେଶ୍ବର (baleswar) ପୋଲିସ ଏହି ମାମଲାରେ ଯେତିକି ଖୋଳତାଡ଼ କରୁଛି, ତଦନ୍ତକାରୀ ଅଧିକାରୀଙ୍କୁ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି । ପୋଲିସର (police) ସବୁଠୁ ବଡ଼ ସନ୍ଦେହ ଥିଲା, କାହିଁକି ସିନିଅର ଟେକ୍ନିକାଲ ଅଫିସର (senior technical officer) ବାବୁରାମ ଦେ ଏତେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜଣେ ଯୁବତୀଙ୍କ ସହ ସେୟାର କଲେ । ଏହି ମାମଲାରେ ବାବୁରାମଙ୍କୁ ପଚରାଉଚରା କଲା ପରେ ବି ସବୁ ତଥ୍ୟ ସାମନାକୁ ଆସି ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆନୁଷଙ୍ଗିକ ତଥ୍ୟ ଓ ପ୍ରମାଣ ମିଳିବାରେ ଲାଗିଲା, ସେତେବେଳେ ଏ କଥା ସାମନାକୁ ଆସିବାରେ ଲାଗିଲା ।
ଯେଉଁ ଯୁବତୀ ଜଣକ ବାବୁରାମ ଦେଙ୍କୁ ଫସାଇଥିଲେ, ସେ ଭଲ ଭାବରେ ଜାଣିଥିଲେ ବାବୁରାମଙ୍କୁ କେମିତି ଫାଶରେ ପକାଯାଇ ପାରିବ । ପ୍ରଥମେ କଥାବାର୍ତ୍ତା ହୋଇଥିଲେ ଏବଂ ସେ ତାଙ୍କୁ ଭଲ ପାଆନ୍ତି ବୋଲି ଜଣାଇଥିଲେ । ବେଶ୍ ଚତୁରତାର ସହ ଯେମିତି ପ୍ରେମ ଶିଡ଼ିରେ ଜଣେ ଚଢ଼ନ୍ତି, ଠିକ୍ ସେମିତି ଯୁବତୀ ଜଣକ ଗୋଟିଏ ପରେ ଗୋଟିଏ ସୋପାନ ଦେଇ ବାବୁରାମଙ୍କୁ ଫସାଇଥିଲେ । ଧୀରେ ଧୀରେ ବାବୁରାମଙ୍କ ବିଶ୍ବାସ ବି ବଢ଼ିଥିଲା । ଯେଉଁ ସାଂଘାତିକ ତଥ୍ୟ ସାମନାକୁ ଆସିଛି, ତାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ । ସନ୍ଦେହ କରାଯାଉଛି ଧୀରେ ଧୀରେ ଯୁବତୀ ଜଣକ ଶାରୀରିକ ସମ୍ବନ୍ଧ କଥା ଉଠାଉଥିଲେ ଏବଂ ସେ ବାବୁରାମଙ୍କୁ ଭେଟିବାକୁ ଆଗ୍ରହୀ ବୋଲି ଜଣାଉଥିଲେ । ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଯୁବତୀ ଜଣକ ପାକିସ୍ତାନରୁ କହୁଛନ୍ତି ବୋଲି ବୋଧହୁଏ ବାବୁରାମ ଜାଣି ନଥିଲେ । ତେଣୁ ବାବୁରାମ ମଧ୍ୟ ଧୀରେଧୀରେ ଆକର୍ଷିତ ହେବାରେ ଲାଗିଲେ । ସେପଟୁ ଯୁବତୀଜଣକ ଏମିତି ଭିଡିଓ ସବୁ ପଠାଇଲେ, ଯାହା ବାବୁରାମଙ୍କୁ ପାଗଳ କରିଦେଲା । ତଦନ୍ତକାରୀ ସଂସ୍ଥା ହାତରେ ଏସବୁ ଭିଡିଓ ଲାଗିଥିବା ଜଣାପଡ଼ିଛି ।
ଏହି ଭିଡିଓରେ ସେହି ଯୁବତୀ ଜଣଙ୍କର ନିଜର ଅଶ୍ଳୀଳ ଭିଡିଓ (naked video) ଥିଲା । ଗୋଟିଏ କି ଦୁଇଟି ନୁହେଁ, ବହୁ ସଂଖ୍ୟାରେ ଯୁବତୀ ଜଣକ ନିଜର ଅଶ୍ଳୀଳ ଭିଡିଓ ବାବୁରାମଙ୍କ ପାଖକୁ ପଠାଉଥିଲେ । କିନ୍ତୁ ବାବୁରାମଙ୍କ ପକ୍ଷରୁ ଏଭଳି ଅଶ୍ଳୀଳ ଭିଡିଓ ପଠାଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଉ ଏକ ତଥ୍ୟ ମଧ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି । ଟଙ୍କା ପାଇଁ ବାବୁରାମ ଏଭଳି କାମ କରୁଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି ।
ଏହି ଖବର ପଢ଼ନ୍ତୁ-
http://ଛେଳି ଛୁଆ ପାଖରୁ ମାଆକୁ ନେଇଗଲା ଚୋର: ଗୋପାଳପୁର ଥାନାରେ ଏତଲା-
http://BCCIକୁ ପୁଣି ପାକିସ୍ତାନ କ୍ରିକେଟ୍ ବୋର୍ଡର ଧମକ, ବିଶ୍ବକପ୍ ବର୍ଜନ କରିବ PCB !ତେବେ ଟଙ୍କା କେଉଁ ବାଟରୁ ଆସିଛି ଏବଂ କେତେ ପରିମାଣରେ ଆସିଛି, ତାହା ଜାଣିବାକୁ ଏକ ଜାତୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ିଛି ବାଲେଶ୍ବର ପୋଲିସ । ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଏକ ଅଙ୍ଗ ଇଣ୍ଟେରିମ ଟେଷ୍ଟ ରେଞ୍ଜରେ ଏହି ଘଟଣା ଘଟିଛି । ସିନିଅର ଟେକ୍ନିକାଲ ଅଫିସର ବାବୁରାମ ଦେଙ୍କ ଏଭଳି କାରବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ମର୍ମାହତ କରିଛି । ଏଥିସହ ଏକ ବଡ଼ ସନ୍ଦେହ ସୃଷ୍ଟି କରୁଛି ଯେ ଏହି ସଂସ୍ଥାରେ ସେମିତି ଆଉ କେଉଁମାନେ ଅଛନ୍ତି, ଯେଉଁମାନେ ଏଭଳି ସାଂଘାତିକ କାମ କରୁଥିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।