​ପରଦାରେ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କଥା; ରମାଦେବୀ ବିଶ୍ୱବିଦ୍ୟାଳୟ ସମେତ ମୟୁରଭଞ୍ଜରେ ସୁଟିଂ

ଏକ ଡକ୍ୟୁମେଣ୍ଟାରିରେ ରାଷ୍ଟ୍ରପତିଙ୍କ ଜୀବନରେ ଘଟିଥିବା ପ୍ରତିଟି ସଘର୍ଷ କାହାଣୀ ଉପସ୍ଥାପନ କରାଯାଉଛି । ଗାଁରେ କଟିଥିବା ପିଲାଦିନ ଓ ଆଦିବାସୀ ଅଞ୍ଚଳର ଝୁମ୍ପୁଡି ଘରେ କିପରି ଦିନ ଅତିବାହିତ କରିଥିଲେ ରାଷ୍ଟ୍ରପତି ତାହା ସାରା ଦୁନିଆ ଦେଖିବାର ଆବଶ୍ୟକତା ଅଛି ।

ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଡକ୍ୟୁମେଣ୍ଟାରି ।

ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଡକ୍ୟୁମେଣ୍ଟାରି ।

  • Share this:
News 18 Odia Digital

ଭୁବନେଶ୍ୱର; ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନ । କିପରି ଓ କେତେ ସଂଘର୍ଷମୟ ଥିଲା ଏ ଯାତ୍ରା । କଣ ସବୁ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି ଶପଥ ନେବାକୁ ଯାଉଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏପରି କିଛି ତଥ୍ୟକୁ ଆପଣଙ୍କ ନିକଟକୁ ଆଣିବାକୁ ପ୍ରଚେଷ୍ଟା କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ବିଭାଗର ଛାତ୍ରଛାତ୍ରୀ । ଏକ ଡକ୍ୟୁମେଣ୍ଟାରିରେ ରାଷ୍ଟ୍ରପତିଙ୍କ ଜୀବନରେ ଘଟିଥିବା ପ୍ରତିଟି ସଘର୍ଷ କାହାଣୀ ଉପସ୍ଥାପନ କରାଯାଉଛି । ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଡକ୍ୟୁମେଣ୍ଟାରିକୁ ସୁନ୍ଦର କରି ଗଢ଼ିତୋଳିବା ଦାୟିତ୍ୱରେ ଅଛନ୍ତି । ଗୁରବାର ଏହାର ସୁଟିଂ ଆରମ୍ଭ ହୋଇଛି ।

ରମାଦେବୀ କଲେଜର ଛାତ୍ରଛାତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜକୁ ଯିବେ । ସେଠାରେ ତାଙ୍କ ଗାଁ ପରିବେଶରେ ସୁଟିଂ କରିବେ । ସେଠାରେ ପରିଚିତ ସାଥୀଙ୍କ ସହ ଦ୍ରୋପଦୀଙ୍କ ଅତୀତ ସ୍ମୃତି ବିଷୟରେ ଆଲୋଚନା କରି କ୍ୟାମେରାରେ ସେହି ପୁରୁଣା ଦିନକୁ ଉତ୍ତୋଳନ କରି ସଭିଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବେ । ଗାଁରେ କଟିଥିବା ପିଲାଦିନ ଓ ଆଦିବାସୀ ଅଞ୍ଚଳର ଝୁମ୍ପୁଡି ଘରେ କିପରି ଦିନ ଅତିବାହିତ କରିଥିଲେ ରାଷ୍ଟ୍ରପତି ତାହା ସାରା ଦୁନିଆ ଦେଖିବାର ଆବଶ୍ୟକତା ଅଛି ଭାବି ଟିମ୍ ଏହି ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରୁଛି । ଏଥିସହ ରମାଦେବୀ କଲେଜରେ ପଢିବା ସମୟରେ ମୁର୍ମୁ କିପରି ଛାତ୍ରୀ ଥିଲେ ତାହା ମଧ୍ୟ ଡକ୍ୟୁମେଣ୍ଟାରିରେ ସ୍ଥାନ ପାଇବ ।

ରମାଦେବୀ ୟୁନିଭର୍ସିଟିର କୁଳପତି ଅପରାଜିତା ଚୌଧୁରୀଙ୍କ ସମେତ ଅଧ୍ୟାପକ ନରସିଂହ ମାଝି, ଓ ଅମ୍ୱିକା ଶଙ୍କର ମିଶ୍ର ଏହି ଡକ୍ୟୁମେଣ୍ଟାରିଟିକୁ ନିର୍ଦ୍ଦେଶନା ଦେଉଥିବାବେଳେ ଜଣେ ଛାତ୍ରୀ ଲିପ୍ସା ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କାହାଣୀଟିକୁ ରଚନା କରିଛନ୍ତି ଅଧ୍ୟାପକ ଅମ୍ବିକା । ତେବେ ଆସନ୍ତା ଗୁରୁ ଦିବସ ପୂର୍ବରୁ ହିଁ ଏହି ଡକ୍ୟୁମେଣ୍ଟାରିଟି କିଲିଜ୍ କରାଯିବ ବୋଲି ସୂଚନା ମିଳିଛି ।
Published by:Soubhagya Mishra
First published: