ନବୀନଙ୍କୁ ଭାଇ ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ; ସମର୍ଥନ ଦେଇ ରାକ୍ଷୀର ମାନ ରଖିବେ ନବୀନ

ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇ କହିଛନ୍ତି,"ମୁଁ ନବୀନଙ୍କୁ ରାକ୍ଷୀ ବାନ୍ଧିଥିଲି"। ଉପହାର ମାଗିବା ଆଗରୁ ସମର୍ଥନ ଦେଇ ନବୀନ ରାକ୍ଷୀର ମାନ ରଖିବେ ବୋଲି ଚର୍ଚ୍ଚା ହେଉଛି ।

ଦ୍ରୌପଦୀ ମୁର୍ମୁ ଓ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ଦ୍ରୌପଦୀ ମୁର୍ମୁ ଓ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News 18 digital

ଓଡ଼ିଶା ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ। ତେଣୁ ଓଡ଼ିଶାରେ ଏହାର ଉତ୍ସାହ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଦେଖା ଯାଇଥିଲା । ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ।

ଏହି ଅବସରରେ ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇ କହିଛନ୍ତି,"ମୁଁ ନବୀନଙ୍କୁ ରାକ୍ଷୀ ବାନ୍ଧିଥିଲି"। ବିଦେଶରେ ଥିଲା ବେଳେ ମୁଁ ତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲି।



ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି। ସେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ସାଂସଦ ଓ ବିଧାୟକମାନଙ୍କୁ ସମର୍ଥନ ଲୋଡ଼ିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।



ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମାଧ୍ୟମରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମୟରେ ଉତ୍ସାହିତ ହେଇ  ସାଂସଦ ଅପରାଜିତା ଷଡ଼ଙ୍ଗୀ ଗିନି ବଜାଇବା ଦୃଶ୍ୟ ବି ଦେଖିବାକୁ ମିଳିଛି।



ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ରାଜ୍ୟ ଅତିଥି ଭବନକୁ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ବିଧାନସଭାକୁ ଆସିଥିଲେ। ଏହାପରେ ଦ୍ରୌପଦୀ ମୁର୍ମୁ ରାଜ୍ୟ ଅତିଥି ଭବନରେ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ତାପରେ ସେ ନବୀନ ନିବାସକୁ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଓ ପିସିସି ସଭାପତି ଙ୍କୁ ଭେଟିବା ର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ବର ଛାଡ଼ିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି।
Published by:Soumya Das
First published: