President election: ଦ୍ରୌପଦୀଙ୍କ ପାଇଁ ସମର୍ଥନ ମାଗିଲେ CM ନବୀନ; ପ୍ରସ୍ତାବକଙ୍କୁ ବି ପଠେଇଲେ

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ସହ ଜିତାଇବା ପାଇଁ ଅନ୍ୟ ବିରୋଧୀଙ୍କ ସମର୍ଥନ ବି ମାଗିଛନ୍ତି ନବୀନ। ନିଜ ଅନୁପସ୍ଥିତିରେ ପ୍ରସ୍ଥାବକ ପାଇଁ ଦୁଇ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିଲ୍ଲୀ ପଠାଇଛନ୍ତି।

ସମର୍ଥନ ପାଇଁ ଦିଲ୍ଲୀରେ ପ୍ରସ୍ତାବକ ଭାବେ ପହଞ୍ଚିଛନ୍ତି ଓଡ଼ିଶାର ଦୁଇ ମନ୍ତ୍ରୀ

ସମର୍ଥନ ପାଇଁ ଦିଲ୍ଲୀରେ ପ୍ରସ୍ତାବକ ଭାବେ ପହଞ୍ଚିଛନ୍ତି ଓଡ଼ିଶାର ଦୁଇ ମନ୍ତ୍ରୀ

  • Share this:
News18 Odia Digital

ଭୁବନେଶ୍ୱର: ଆଜି ନାମାଙ୍କନ ଭରିବେ ଏନଡ଼ିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ। ସମର୍ଥନ ପାଇଁ ଦିଲ୍ଲୀରେ ପ୍ରସ୍ତାବକ ଭାବେ ପହଞ୍ଚିଛନ୍ତି ଓଡ଼ିଶାର ଦୁଇ ମନ୍ତ୍ରୀ। ପାର୍ଟିକୁ ପଛ ମାଟିକୁ ଆଗ କରିବା ସହ ସମର୍ଥନ ପାଇ ସବୁ ଦଳକୁ ନବୀନ ନିବେଦନ କରିଛନ୍ତି। ଜାତୀୟ ରାଜନୀତିରେ ପତିଆରା ରଖୁଥିବା ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି।

ଓଡ଼ିଆ ଝିଅ ରାଷ୍ଟ୍ରପତି ପ୍ରାର୍ଥନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ସହ ଜିତାଇବା ପାଇଁ ଅନ୍ୟ ବିରୋଧୀଙ୍କ ସମର୍ଥନ ବି ମାଗିଛନ୍ତି ନବୀନ । କେବଳ ଏତିକି ନୁହେଁ ନିଜ ଅନୁପସ୍ଥିତିରେ ପ୍ରସ୍ଥାବକ ପାଇଁ ଦୁଇ କ୍ୟାବିନେଟ୍ ସାଥିଙ୍କୁ ଦିଲ୍ଲୀ ପଠାଇଛନ୍ତି ।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବା ପରେ ଦିଲ୍ଲୀ ଯାଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ଏହି ଦୁଇ ମନ୍ତ୍ରୀ ନାମାଙ୍କନ ବେଳେ ଉପସ୍ଥିତ ରହି ନାମାଙ୍କନ ପତ୍ରରେ ଦସ୍ତଖତ କରିବେ। ବିଜେପି ପାଖରେ ୪୮.୯ ପ୍ରତିଶତ ଭୋଟ ଥିବା ବେଳେ ବିରୋଧୀ ଓ ଅଣ ବିଜେପି ଦଳ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ। ବିଜେଡ଼ିର ସମର୍ଥନ ଘୋଷଣା ପରେ ପରେ ମ୍ୟାଜିକ ନମ୍ବରଠୁ ଅଳ୍ପ ଦୂରରେ ଥିବା ଏନଡିଏ ପ୍ରାର୍ଥୀଙ୍କ ପାଇଁ  ବିଜୟ ରାସ୍ତା ସୁଗମ ହୋଇଛି ।

ଆଦିବାସୀ ଓଡ଼ିଆ ଝିଅଙ୍କୁ ସମର୍ଥନ ଦେଇ ବିରୋଧୀଙ୍କ ଅଙ୍କକୁ ବି ସମ୍ପୂର୍ଣ୍ଣ ଗୋଳମାଳ କରିଛନ୍ତି ନବୀନ ପଟ୍ଟନାୟକ। ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି," ପ୍ରଧାନମନ୍ତ୍ରୀ ମୋଦି ନବୀନ ପଟ୍ଟନାୟକଙ୍କୁ  ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ମହିଳା ଶସକ୍ତିକରଣକୁ କରଣକୁ  ସଦାବେଳେ ଗୁରୁତ୍ୱ ଦେଇଛନ୍ତି। ସାନ୍ତାଳୀ ଭାଷା ପାଇଁ ବି ମୁଖ୍ୟମନ୍ତ୍ରୀ ସମ୍ମାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମର୍ଥନ ଦେବା ସହ ଅନ୍ୟ ଦଳମାନେ ବି ସମର୍ଥନ ଦେବାକୁ ନିବେଦନ କରିଛନ୍ତି। ସମସ୍ତଙ୍କ ରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ। ବିଜେଡ଼ି ଏକ ଆଞ୍ଚଳିକ ଦଳ। ବିରୋଧୀ କଣ କହିବେ ତାଙ୍କ ବ୍ୟାପାର"।

ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି,"ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡ଼ି ସମର୍ଥନ ଦେଇ ବିରୋଧୀଙ୍କ ଅଙ୍କ ଗୋଳମାଳ କରିବା ସହ ତାଙ୍କ ବିଜୟ ରାସ୍ତା ସୁଗମ କରିଛନ୍ତି। ଏପରିକି ସେ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ଅନେକ କାମ କରିଛନ୍ତି। ତେଣୁ ବିରୋଧୀ କ୍ୟାମ୍ପରେ ଥିବା ଜେମଏମଏମ ଭଳି ଦଳ ପାଇଁ ବି ଆହ୍ବାନ ସୃଷ୍ଟି କରିଛି। ସେମାନେ ବି ସମର୍ଥନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି"।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ପ୍ରଧାନମନ୍ତ୍ରୀ ଓ ସଂସଦୀୟ ଦଳ ଦୃପୈଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଚୟନ  କରିଥିବା ବେଳେ କିଏ ସମର୍ଥନ ନଦେବା? ସମର୍ଥନ ନ ଦେଇ ଯିବେ କୁଆଡେ ବୋଲି କାହିଁ ବିଜେଡିକୁ ତେରଛା ବାଣ କରିଛନ୍ତି।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥନ ଦେବ ନାହିଁ। ଜାତୀୟ ପ୍ରରିପେକ୍ଷୀ ଭିନ୍ନ ସମୟରେ ଭିନ୍ନ ଆଭିମୁଖ୍ୟ ଦେଖାଇଛି ବିଜେଡି । ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ନବୀନ ପି.ଏ ସାଙ୍ଗମାଙ୍କୁ ପାଥି ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟରୁ ବିରତ ରହିଥିଲା ବିଜେଡ଼ି।
Published by:Soumya Das
First published: