ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଲାଗିଛି କମିଶନରେଟ ପୋଲିସ

ଆଜି ଆସୁଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଜୟଦେବ ବିହାର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ବ୍ରିଫିଂ କରାଯାଇଥିଲା।

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଆଜିଠୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ୧୧ଟା ୫୫ ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଭାଷଣ ଦେବେ ରାଷ୍ଟ୍ରପତି।

ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିଲେ। ଏଥିପାଇଁ ତାଙ୍କ ଆଗମନକୁ ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଜୟଦେବ ବିହାର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ବ୍ରିଫିଂ କରାଯାଇଥିଲା। ଯେଉଁ ପୋଲିସ ଅଧିକାରୀ ଅବା ପୋଲିସ କର୍ମଚାରୀମାନେ ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ରହିବେ ସେମାନଙ୍କ ସହ ଆଲୋଚନା କରିଛନ୍ତି ଡିସିପି।

ବୈଠକ ସରିବା ପରେ ଡିସିପି ପ୍ରତୀକ ସିଂ କହିଥିଲେ, ‘‘ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ବ୍ଲୁ ବୁକ SOP ଅନୁସାରେ କଡ଼ାକଡ଼ି କରାଯାଇଛି। ରୁଟ ଲାଇନିଂ, ନାଇଟ ଗାର୍ଡ, ଚୋପର ଗାର୍ଡ ଓ଼ ରୁଫ ଟଫ ରେ ମୁତୟନ ରହିବେ ସୁରକ୍ଷା କର୍ମୀ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ଗୁଡିକର ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଜଣେ ଜଣେ ଅତିରିକ୍ତ ଡିସିପି ରାଙ୍କ ଅଫିସର ରହିବେ। ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣ୍ଟ୍ରି ଓ଼ ଏକ୍ସଜିଟି ପଏଣ୍ଟ ଗୁଡିକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି।

ସେହିଭଳି ରାଷ୍ଟ୍ରପତିଙ୍କ କାର୍କେଡ଼ ଇନଚାର୍ଜ ରହିବେ ଜଣେ ଏସପି ରାଙ୍କ ଅଫିସର। ଗୁରୁବାର ଫୁଲଡ୍ରେସ ରିହରସିଏଲ ସହ କାର୍କେଡ଼ ରିହସିଏଲ ହୋଇଥିଲା।

ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୧୪ଜଣ ଅତିରିକ୍ତ ଡିସିପି, ୩୫ ଜଣ ଏସିପି , ୪୭ ଜଣ ଇନ୍ସପେକ୍ଟର, ୧୮୮ଜଣ ଏସ.ଆଇ ଓ଼ ଏଏସଆଇ ରାଙ୍କ ଅଫିସର ସହ ୫୦ ହୋମଗାର୍ଡ ରହିବେ। ମୋଟ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷାଦାୟିତ୍ୱରେ ରହିବେ। ଏହାସହ ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।
Published by:Lipina Das
First published: