President Draupadi Murmu: ଓଡି଼ଶା ଆସୁଛନ୍ତି ରାଷ୍ଟ୍ରପତି; କଣ କଣ ରହିଛି କାର୍ଯ୍ୟକ୍ରମ?

ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ନିଜର ୩୦ଜଣ ସହପାଠୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ରାଷ୍ଟ୍ରପତି ଭବନରୁ ମିଳିନାହିଁ ଅନୁମତି।

 ଓଡି଼ଶା ଆସୁଛନ୍ତି ରାଷ୍ଟ୍ରପତି

ଓଡି଼ଶା ଆସୁଛନ୍ତି ରାଷ୍ଟ୍ରପତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) । ପ୍ରଥମ ଦିନ ଭୁବନେଶ୍ୱରରେ ଦୁଇଟି ଓ କଟକରେ ଗୋଟିଏ ସ୍ଥାନରେ କାର୍ଯ୍ୟକ୍ରମ ଥିବାବେଳେ ଦ୍ୱିତୀୟ ଦିନ ଲିଙ୍ଗରାଜ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ଆଜି ଲୋକସେବା ଭବନରେ ଉଚ୍ଚ ସ୍ତରୀୟ ବୈଠକ ହୋଇଛି।

ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଏହି ବିଶିଷ୍ଟ ସମାରୋହରେ ଦେବେ ଯୋଗ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ହୋଇଛି। ୧୦ ତାରିଖ ଦିନ ଭୁବନେଶ୍ୱରରେ ଦୁଇଟି କାର୍ଯ୍ୟକ୍ରମ ଆଉ କଟକରେ ଗୋଟିଏ କାର୍ଯ୍ୟକ୍ରମ ରହିଛି। ୧୧ତାରିଖରେ କଟକରେ କାର୍ଯ୍ୟକ୍ରମ ଅଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ। ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ସ୍ଥଳକୁ ଯିବା ଓ ରାଜଭବନରେ ରାତ୍ରି ରହଣି, ଲିଙ୍ଗରାଜ ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ବ୍ଲୁବୁକ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଆଲୋଚନା ହୋଇଥିବା କହିଛନ୍ତି ପୋଲିସ କମିଶନର ।

DRAUPADI MURMU: ଆଜି ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୧୦ ତାରିଖ ଅପରାହ୍ନରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ପରେ ୧୦ ମିନିଟ ପାଇଁ ପୁରୁଣା ଆଲୁମିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ତାଙ୍କର ୩୦ଜଣ ସହପାଠୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ରାଷ୍ଟ୍ରପତି ଭବନରୁ ଅନୁମତି ଏପର୍ଯ୍ୟନ୍ତ ମିଳିନାହିଁ ।
Published by:Soumya Das
First published: