ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ ।
News 18 Odia Digital
ଭୁବନେଶ୍ୱର ; ଓଡ଼ିଶାରେ ପହଞ୍ଚିଲେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ସ୍ୱାଗତ କରାଯାଇଛି । ପାରମ୍ପରିକ ନୃତ୍ୟ ଓ ବାଦ୍ୟ, ସୁନ୍ଦରଗଡ଼ର ଝୁମର ନୃତ୍ୟ , ଢୋଲବାଜା, ଘୋଡ଼ା ନାଚରେ ଦୁଲୁକୁଛି ବିମାନବନ୍ଦର । ବିଜେଡ଼ି ଏବଂ ବିଜେପିର ବିଧାୟକ ସାଂସଦ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ବିମାନବନ୍ଦରେ ପହଞ୍ଚିବା ପରେ ତାଙ୍କର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ମନ୍ତ୍ରୀ ଉଷା ଦେବୀ, ସମୀରରଂଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ବିଧାୟକ ବିଷ୍ଣୁ ଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ।
ଏହା ସହିତ ଭବ୍ୟ ସ୍ୱାଗତ ପାଇଁ ହଜାର ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ । ସେଠାରୁ ଅତିଥି ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ଅତିଥିଭବନରେ ଜୁଏଲ ଓରାମ ଉପସ୍ଥିତ ଅଛନ୍ତି , ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ସେଠାରେ କିଛି ସମୟ ରହି ବିଜେପିର ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କ ସହ ଆଲୋଚନା କରିବେ । ପରେ ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ । ତେବେ କୌଣସି କଂଗ୍ରେସ ସାଂସଦ କି ବିଧାୟକ ଦ୍ରୌପଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ। ଅତିଥି ଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଭୁବନେଶ୍ୱର ଛାଡ଼ିବେ ଶ୍ରୀମତୀ ମୁର୍ମୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।