ଦେଶ ପାଇଲା ନୂଆ ରାଷ୍ଟ୍ରପତି; ଯଶୱନ୍ତ ସିହ୍ନାଙ୍କୁ ହରାଇ ମହାମହିମ ହେଲେ ଦ୍ରୌପଦୀ ମୁର୍ମୁ

ଦେଶ ପାଇଲା ନୂଆ ରାଷ୍ଟ୍ରପତି; ଯଶୱନ୍ତ ସିହ୍ନାଙ୍କୁ ହରାଇ ମହାମହିମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ

ଦେଶ ପାଇଲା ନୂଆ ରାଷ୍ଟ୍ରପତି; ଯଶୱନ୍ତ ସିହ୍ନାଙ୍କୁ ହରାଇ ମହାମହିମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ

  • Share this:
News 18 Odia Digital

ନୂଆଦିଲ୍ଲୀ; ଭାରତର ୧୫ ତମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ । ଆମ ଓଡ଼ିଶାର ଝିଅ ହେଲେ ଭାରତର ପ୍ରଥମ ନାଗରିକ । ଚାରିଆଡୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଖୁସିରେ ଚାରିଆଡ଼େ ସେଲିବ୍ରେସନ ଚାଲିଛି । ପିଲାଠୁ ବୁଢ଼ା ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ, ସବୁଠି ଖୁସିର ପରିବେଶ । ବାଜା ବଜାଇ ବାଣ ଫୁଟାଇ ନାଚଗୀତ କରୁଛନ୍ତି ଶୁଭେଚ୍ଛୁ । ଭୋଜିଭାତ ସହ ମିଠା ବାଣ୍ଟି ଖୁସି ମନାଉଛନ୍ତି ସମସ୍ତେ । ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଠି ସେଲିବ୍ରେସନର ମାହୋଲ ।

ତୃତୀୟ ପର୍ଯ୍ୟୟ ଶେଷ ସୁଦ୍ଧା ଦ୍ରୌପଦୀଙ୍କୁ ୫,୭୭,୭୭୭ ଭୋଟ୍ ମିଳିଛି । ଯଶୱନ୍ତ ସିହ୍ନାଙ୍କୁ ୨,୬୧,୦୬୨ ଭୋଟ୍ ମିଳିଛି । ତୃତୀୟ ପର୍ଯ୍ୟାୟ ଭୋଟ୍ ପରେ ସ୍ପଷ୍ଟ ହୋଇଛି ବିଜୟ । ଯଶୱନ୍ତ ସିହ୍ନା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Published by:Soubhagya Mishra
First published: