• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ରାଷ୍ଟ୍ରପତି ନିର୍ବାଚନ ଦୌଡ଼; ଦ୍ୱିତୀୟ ରାଉଣ୍ଡରେ ଆଗୁଆ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ .. ରାଇସିନା ରେସରେ ବି ପାସ୍ !

ରାଷ୍ଟ୍ରପତି ନିର୍ବାଚନ ଦୌଡ଼; ଦ୍ୱିତୀୟ ରାଉଣ୍ଡରେ ଆଗୁଆ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ .. ରାଇସିନା ରେସରେ ବି ପାସ୍ !

ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ୨ୟ ରାଉଣ୍ଡ ଭୋଟ ଗଣତି ଶେଷ ପରେ ଆସିଲା ଫଳାଫଳ  । ୨ୟ ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି ।

ରାଷ୍ଟ୍ରପତି ନିର୍ବାଚନ ଦୌଡ଼; ଦ୍ୱିତୀୟ ରାଉଣ୍ଡ ରେସରେ ବି ଆଗୁଆ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ ଦୌଡ଼; ଦ୍ୱିତୀୟ ରାଉଣ୍ଡ ରେସରେ ବି ଆଗୁଆ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

  • Share this:
News 18 Odia Digital


ନୂଆଦିଲ୍ଲୀ; ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ୨ୟ ରାଉଣ୍ଡ ଭୋଟ ଗଣତି ଶେଷ ପରେ ଆସିଲା ଫଳାଫଳ  ।୨ୟ ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି । ଆନ୍ଧ୍ର, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼ ଗଣତି ସରିଛି । ଗୋଆ, ଗୁଜରାଟ, ହରୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡରେ ୨ୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ  ଅଛନ୍ତି । ଯଶୱନ୍ତ​ ସିହ୍ନାଙ୍କୁ ପଛରେ ପକାଇ ବିଜୟ ଅଭିମୂଖେ ଚାଲିଛନ୍ତି ଦ୍ରୌପଦି ମୁର୍ମୁ । ୨ୟ ରାଉଣ୍ଡରେ ୧୦ ରାଜ୍ୟର ମୋଟ ୧୧୩୮ ଖଣ୍ଡ ଭୋଟ ଗଣତି ହୋଇଥିବା ବେଳେ ମୋଟ ଭୋଟର ମୂଲ୍ୟ ୧, ୪୯, ୫୭୫ । ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୮୦୯ ଭୋଟ, ଯାହାର ମୂଲ୍ୟ ୧, ୦୫, ୨ ଏବଂ  ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୩୨୯ ଭୋଟ, ଯାହାର ମୂଲ୍ୟ ୪୪, ୨୭୬ ।


ପ୍ରଥମ ରାଉଣ୍ଡ ଫଳାଫଳ ରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ରେ ଆଗୁଆ ଥିଲେ , ଯଶୱନ୍ତ ସିହ୍ନାଙ୍କୁ ୨୦୮ ଭୋଟ୍ ମିଳିଥିବା ବେଳେ ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ନାକଚ ହୋଇଥିଲା । ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟ୍‌ର ମୂଲ୍ୟ ୩ ଲକ୍ଷ ୭୮ ହଜାର ।  ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟ୍‌ର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ । ଆଉ କିଛି ସମୟରେ ଆସିବ ଶେଷ ଫଳାଫଳ । ୨ୟ ରାଉଣ୍ଡ ସୁଦ୍ଧା ଦ୍ରୌପଦୀ ମୁର୍ମୁ  ଜିତିବା ନେଇ ଚିତ୍ର ସ୍ପଷ୍ଟ ହୋଇସାରିଲାଣି ।  କିଛି କ୍ଷଣର ଅପେକ୍ଷା ପରେ ଓଡିଶା ପାଇବ ଓଡିଆ ମାଟିର ପ୍ରଥମ ମହିଳା ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଉତ୍ସବର ମାହୋଲ । ଗାଁରେ ଭୋଜିଭାତ ଭାତ ସହ ମିଠାଇ ପ୍ରସ୍ତୁତ ଚାଲିଛି । ପୂର୍ବରୁ​ ବିଜୟ ନେଇ ସବୁଠି ସେଲିବ୍ରେସନ୍ କରାଯାଉଛି । ପରମ୍ପରା ସହ ଚାଲିଛି ପୂଜାର୍ଚ୍ଚନା । ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇସାରିଛି ସେଲିବ୍ରେସନ୍‌ । ନାଚଗୀତରେ ପ୍ରକମ୍ପିତ ହେଉଛି ବିଜେପି ଅଫିସ୍‌ । ଉଭୟ ବିଜେପି ଓ ବିଜେଡି ଅଫିସ୍‌ରେ ସେଲିବ୍ରେସନ ମୁଡ୍ ।
Published by:Soubhagya Mishra
First published: