News18 Odia Digital
Bal Puraskar: କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (Rashtriya Bal Puraskar) ପ୍ରଦାନ କରାଯାଇଛି। ୧୧ ଜଣ ପିଲାଙ୍କୁ ପ୍ରଦାନ କରାଯାଇଛି ବାଲ୍ ପୁରସ୍କାର-୨୦୨୩।
ପୁରସ୍କର ଗ୍ରହଣ କରୁଥିବା ପିଲାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ ଜଣ ବାଳକ ଏବଂ ୫ ଜଣ ବାଳିକା ସାମିଲ ଅଛନ୍ତି। ପ୍ରତ୍ୟେକ ବିଜେତାଙ୍କୁ ପଦକ, ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ସେହିପରି କଳା, ସଂସ୍କୃତି, ସାହସିକତା, ନବସୃଜନ, ଶିକ୍ଷା, ସାମାଜିକ ସେବା ଏବଂ କ୍ରୀଡା କ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।
ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତୀ ପ୍ରତିଭାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି।
କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି।
ଓଡ଼ିଶାର ସମ୍ଭବ ମିଶ୍ର ଅନେକ ପ୍ରବନ୍ଧ ଓ ବହି ଲେଖିଛନ୍ତି, ଯାହା ପାଠକ ମହଲରେ ବେଶ୍ ପ୍ରଶଂସା ଲାଭ କରିଛି। ସାହିତ୍ୟ କୃତୀରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ସମ୍ମାନଜନକ ‘ଫେଲୋସିପ ଅଫ ଦି ରୟାଲ ଏସିଏଷ୍ଟିକ ସୋସାଇଟି, ଲଣ୍ଡନ’ ମିଳିଛି। ୨୦୦ ବର୍ଷ ମଧ୍ୟରେ ସେ ଏହି ଫେଲୋସିପ ପାଇବାରେ ସର୍ବ କନିଷ୍ଠ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ସମ୍ଭବ।
ନବସୃଜନ, ସାମାଜିକ ସେବା, ଏକାଡେମିକ୍, କ୍ରୀଡା, କଳା-ସଂସ୍କୃତି ଏବଂ ସାହସିକତା ବର୍ଗରେ ସଫଳତାକୁ ନେଇ ପିଲାମାନେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ପିଲାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।