• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସାଥିରେ ପ୍ରିୟ ଖାଦ୍ୟ ଓ ଆଦିବାସୀ ଶାଢ଼ୀ ନେଇ ଦିଲ୍ଲୀ ଆସୁଛନ୍ତି ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଇ ଭାଉଜ

ସାଥିରେ ପ୍ରିୟ ଖାଦ୍ୟ ଓ ଆଦିବାସୀ ଶାଢ଼ୀ ନେଇ ଦିଲ୍ଲୀ ଆସୁଛନ୍ତି ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଇ ଭାଉଜ

ରାଇରଙ୍ଗପୁରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଦ୍ରୌପଦୀଙ୍କ ଭାଇ ଭାଉଜ । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସେଥିପାଇଁ ଦିଲ୍ଲୀରେ ପହଞ୍ଚିବେ ପରିବାର ଲୋକେ ।

ପ୍ରିୟ ଖାଦ୍ୟ ଓ ଆଦିବାସୀ ଶାଢ଼ୀ ନେଇ ଦିଲ୍ଲୀ ଆସୁଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ଭାଈ ଭାଉଜ

ପ୍ରିୟ ଖାଦ୍ୟ ଓ ଆଦିବାସୀ ଶାଢ଼ୀ ନେଇ ଦିଲ୍ଲୀ ଆସୁଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ଭାଈ ଭାଉଜ

  • Share this:
News 18 Odia Digital

ଭୁବନେଶ୍ୱର; ରାଇରଙ୍ଗପୁରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଦ୍ରୌପଦୀଙ୍କ ଭାଇ ଭାଉଜ । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସେଥିପାଇଁ ଦିଲ୍ଲୀରେ ପହଞ୍ଚିବେ ପରିବାର ଲୋକେ । ତେବେ ଦ୍ରୌପଦୀଙ୍କ ପ୍ରିୟ ଆରିସା ପିଠା ସାଙ୍ଗରେ ନେଇକି ଯିବେ ବୋଲି କହିଛନ୍ତି ଦ୍ରୌପଦୀଙ୍କ ଭାଉଜ । ଦ୍ରୌପଦୀଙ୍କୁ ଆରିସା ପିଠା ବହୁତ ପସନ୍ଦ ବୋଲି ସେ କହିଛନ୍ତି ।

ଏହାସହିତ ଆଦିବାସୀ ପରମ୍ପରାର ଶାଢୀ ବି ସାଙ୍ଗରେ ରଖିଛନ୍ତି । କାଲି ସକାଳୁ ଭାଇ ଭାଉଜ ଦିଲ୍ଲୀ ଅଭିମୁଖେ ବାହାରିବେ । ତା ପୂର୍ବରୁ ସମସ୍ତ ଜିନିଷ ସାଇତି ରଖି ସାରିଛନ୍ତି । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଅନେକ ନେତା ମନ୍ତ୍ରୀ, ନେତା ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ। ଏହାରି ମଧ୍ୟରେ ଦ୍ରୌପଦୀ ପରିବାର ତରଫରୁ ଉପସ୍ଥିତ ରହିବେ ଭାଇ ଭାଉଜ। ଭଉଣୀକୁ ଯାହା ଯାହା ପସନ୍ଦ ଭାଇ ଭାଉଜ ଆଜିଠାରୁ ସବୁ ସାଇତି ରଖିଲେଣି। ତେବେ ଆସନ୍ତା କାଲି ଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାପଡିଛି ।
Published by:Soubhagya Mishra
First published: