ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ବରରେ ଡ୍ରେନେଜ ସମସ୍ୟା; ସଫେଇ ଓ ଜବର ଦଖଲ ଉଛେଦ ହେଉ ନଥିବାରୁ ଜଳ ନିଷ୍କାସନରେ ସଷ୍ଟି ହୋଇଛି ଏମିତି ପରିସ୍ଥିତି

ବାଲେଶ୍ବରରେ ଡ୍ରେନେଜ ସମସ୍ୟା; ସଫେଇ ଓ ଜବର ଦଖଲ ଉଛେଦ ହେଉ ନଥିବାରୁ ଜଳ ନିଷ୍କାସନରେ ସଷ୍ଟି ହୋଇଛି ଏମିତି ପରିସ୍ଥିତି

ମହାନାଳର ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନା ପଡ଼ି ଜଳ ନିଷ୍କାସନରେ ଅବରୋଧ କରୁଥିବା ବେଳେ କିଛି ଲୋକ ଏହା ଉପରେ ଜବର ଦଖଲ କରି ଗୃହ ଦୋକାନ ନିର୍ମାଣ କରିଛନ୍ତି, ଯାହାକୁ ନେଇ ସୃଷ୍ଟି ହୋଇଛି ବଡ ସମସ୍ୟା ।

ବାଲେଶ୍ବରରେ ଡ୍ରେନେଜ ସମସ୍ୟା; ସଫେଇ ଓ ଜବର ଦଖଲ ଉଛେଦ ହେଉ ନଥିବାରୁ ଜଳ ନିଷ୍କାସନରେ ସଷ୍ଟି ହୋଇଛି ଏମିତି ପରିସ୍ଥିତି
ବାଲେଶ୍ବରରେ ଡ୍ରେନେଜ ସମସ୍ୟା
  • News18 Odia
  • Last Updated: August 26, 2021, 2:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ବାଲେଶ୍ୱର ଡ୍ରେନେଜ ସମସ୍ୟା ଏବେ ବଡ଼ ସମସ୍ୟା ହୋଇଯାଇଛି ଜିଲ୍ଲା ବାସୀଙ୍କ ପାଇଁ । ସହରରେ ଥିବା ମହାନାଳ ହେଉଛି ଜଳନିଷ୍କାସନର ପ୍ରମୁଖ ମାଧ୍ୟମ । ସହରର ସବୁ ସ୍ଥାନର ବର୍ଷା ଓ ଡ୍ରେନ ପାଣି ଆସି ମହାନାଳରେ ମିଶି ନିଷ୍କାସିତ ହୋଇଥାଏ । ହେଲେ ଏବେ ଏହି ମହାନାଳର ପୁନରୁଦ୍ଧାର ହେଉନଥିବାରୁ ତାହା ସହର ବାସୀଙ୍କ ପାଇଁ ବଡ଼ ସମସ୍ୟା ପଲଟିବାର ଲାଗିଛି। ମହାନାଳର ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନା ପଡ଼ି ଜଳନିଷ୍କାସନରେ ଅବରୋଧ କରୁଥିବା ବେଳେ କିଛି ଲୋକ ଏହା ଉପରେ ଜବର ଦଖଲ କରି ଗୃହ ଦୋକାନ ନିର୍ମାଣ କରିଛନ୍ତି, ଯାହା ଦ୍ବାରା ଏବେ ମହାନାଳ ଧୀରେ ଧୀରେ ସଂକୀର୍ଣ୍ଣ ହେବରେ ଲାଗିଛି ।

ଏହି ମାମଲାରେ ବାଲେଶ୍ୱର ବସିନ୍ଦା ଗିରିଜା ଶଙ୍କର ଦାସ କହିଥିଲେ, ‘‘ବାଲେଶ୍ୱର ସହରରେ ଉପୁଜୁଥିବା ଡ୍ରେନେଜ ସମସ୍ୟାର ମୂଳ କାରଣ ହେଉଛି ମହାନାଳ ସଫେଇ ନହେବା। ଏହା ସହିତ ମହାନାଳ ଧୀରେ ଧୀରେ ସଙ୍କୁଚିତ ହୋଇଯାଉଛି । ଏ ନେଇ ଆମେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ପୌରପାଳିକାର ଦୃଷ୍ଟି ଆକର୍ଷଣ କରିଆସିଛୁ ହେଲେ ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି କେହି। "

ସହରରେ ଜଳ ନିଷ୍କାସନ ଠିକ ଭାବରେ ହେଉ ନଥିବାରୁ ଏହାର ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରବଳ ବର୍ଷାରେ ଗତ ଅଗଷ୍ଟ ୧୩ ତାରିଖରର ସହରର କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ବେଳେ ପୌରପାଳିକାର ୨୮ ସ୍ଥାନରେ କୃତ୍ରିମ ବନ୍ୟା ଦେଖାଦେଇଥିଲା । ତେବେ ଏ ନେଇ ପୌରପାଳିକାକୁ ସମ୍ପୂର୍ଣ୍ଣ ଦାୟୀ କରି ବିଜେପି ପକ୍ଷରୁ ମୁନିସିପାଲଟି ଘେରାଉ କରିବା ସହିତ ତୁରନ୍ତ ସଫେଇ ଓ ଡ୍ରେନେଜ ସମସ୍ୟା ଦୂର ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ବାଲେଶ୍ବରରେ ଡ୍ରେନେଜ ସମସ୍ୟା


ବିଜେପି ନେତା ମାନସ ଦତ୍ତ କହିଛନ୍ତି, ‘‘ବାଲେଶ୍ୱର ସହରରେ ପୌରପାଳିକା ନିଦ୍ରାରେ ଶୋଇଛି । ଏବେ ସହରରେ ଟିକିଏ ବର୍ଷା ହେଲେ ଡ୍ରେନ ପାଣି ଲୋକଙ୍କ ଘରେ ପଶୁଛି । ଯେଉଁ ଠିକା ସଂସ୍ଥାକୁ ଡ୍ରେନ ସଫେଇ କାର୍ଯ୍ୟ ଦିଆଯାଇଛି ସେମାନେ କାର୍ଯ୍ୟ ଠିକ ଭାବରେ କରୁନାହାନ୍ତି । ତେବେ ଲୋକଙ୍କ ସମସ୍ୟା ଶୀଘ୍ର ସମାଧାନ ନ ହେଲେ ଆମେ ଆନ୍ଦୋଳନ ରାସ୍ତା ଆପେଣେଇବୁ ।"

ମାନସ ଦତ୍ତଙ୍କ ବ୍ୟତୀତ ଏ ନେଇ ପୌରପାଳିକା ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଉପଜିଲ୍ଲାପାଳ, ବାଲେଶ୍ୱର ପଦକ୍ଷେପ ନେବାନେଇ ପ୍ରତିଶୃତି ଦେବା ସହିତ ଜବର ଦଖଲ କାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ କରାଯାଉଛି ବୋଲି କହିଛନ୍ତି ।

ସଫେଇ ଓ ଜବର ଦଖଲ ଉଛେଦ ହେଉ ନଥିବାରୁ ଜଳ ନିଷ୍କାସନରେ ସଷ୍ଟି ହୋଇଛି ସମସ୍ୟା


ପୌରପାଳିକାର ଏହି ସମସ୍ୟା ନୂଆ ନୁହେଁ ପ୍ରତ୍ୟକ ବର୍ଷ ଏଭଳି ସମସ୍ୟା ଉପୁଜୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାକୁ ଲୋକଙ୍କ ଦାବି ହେଉଛି।
Published by: Lipina Das
First published: August 26, 2021, 2:58 PM IST