ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପାଗ ଭିଡ଼ା; ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପାଗ ଭିଡ଼ା; ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା

ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ପ୍ରକାଶ ପାଇଥିବା ଚିଠା ତାଲିକା ଉପରେ ଆପତ୍ତି ଅଭିଯୋଗ ମଗାଯାଇଛି । ସେ ସବୁର ଶୁଣାଣି କରାଯାଇ ୨୬ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପାଗ ଭିଡ଼ା; ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା
ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତି ଜୋରସୋରେ ଚାଲିଛି ।
  • News18 Odia
  • Last Updated: October 9, 2021, 3:46 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ବି ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି । ଏହି ନିର୍ବାଚନରେ କେଉଁ ଆସନ କାହା ପାଇଁ ସଂରକ୍ଷିତ ହେବ ସେ ନେଇ ଶୁକ୍ରବାର ଦିନ ଜିଲ୍ଲା ସ୍ତରରେ ଚିଠା ତାଲିକା ପ୍ରକାଶ ପାଇଛି ।

ଏହି ଚିଠା ତାଲିକା ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ପ୍ରକାଶ ପାଇଛି । କେହି ଚାହୁଁଥିଲେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ୍‌ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଉପରେ ୧୬ ତାରିଖ ସୁଦ୍ଧା ଆପତ୍ତି ଜଣାଇପାରିବେ । ୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ସବୁ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ । ୨୬ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ୧୮ ତାରିଖ ସୁଦ୍ଧା ଆପତ୍ତି କରାଯାଇପାରିବ । ଏହା ଉପରେ୨୨ ତାରିଖରେ ଶୁଣାଣି କରାଯାଇ ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯିବ ଓ ୩୦ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବ ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

‘‘୩୦ ତାରିଖ ସୁଦ୍ଧା ସବୁ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବ ଓ ସଠିକ ସମୟରେ ନିର୍ବାଚନ ଆୟୋଜିତ ହେବ,’’ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନିଙ୍କ ପ୍ରାରମ୍ଭିକ ଜୀବନ ସହଜ ଥିଲା; ଚାହୁଁଥିଲେ ନର୍ସ ହେବେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଲା

ରାଜ୍ୟ ନିର୍ବାଚନ କମିଶନର ସଚିବ ରବିନ୍ଦ୍ର ନାଥ ସାହୁ କହିଛନ୍ତି, ‘‘୨୬ ତାରିଖ ସୁଦ୍ଧା ୱାର୍ଡ଼ ମେମ୍ବର୍‌, ସମିତି ସଭ୍ୟ ଓ ସରପଞ୍ଚଙ୍କ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରି ରାଜ୍ୟ ସରକାର ନିର୍ବାଚନ କମିଶନଙ୍କୁ ଦେବେ । ୩୦ ତାରିଖ ଭିତରେ ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଦେବେ । ଏହା ପରେ ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିବେ। ଭୋଟର ଲିଷ୍ଟ୍‌ ପ୍ରସ୍ତୁତ କରିବା ପାଇଁ ମାସେ ଦେଢ଼ ମାସ ସମୟ ଲାଗିବ। ତା’ ପରେ ନିର୍ବାଚନ ପ୍ରକ୍ରିୟାକୁ ଯିବୁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତି ଚାଲିଥିବା ବେଳେ ରାଜନୈତିକ ଦଳମାନେ ବି ଜିତାପଟ ନେଇ ଆଶାବାଦୀ ଅଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ‘‘୫୦ ପ୍ରତିଶତ ଭିତରେ ସରଂକ୍ଷଣ ରଖିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏ ନେଇ ବିଲ୍‌ ପାରିତ ହୋଇଥିଲା । ଏବେ ଏଥି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଆମେ ତନ୍ନ ତନ୍ନ କରି ଦେଖିବୁ । ଯଦି କିଛି ଅଭିଯୋଗ ଥିବ ଜଣାଇବୁ ।’’

ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

‘‘କଂଗ୍ରେସ ପିପିଲି ନିର୍ବାଚନରେ ପ୍ରସ୍ତୁତ ନ ଥିଲା । କିନ୍ତୁ ଏବେ ପଞ୍ଚାୟତ ନିର୍ବାଚନ ନେଇ କଂଗ୍ରେସ ପ୍ରସ୍ତୁତ ଅଛି,’’ କହିଛନ୍ତି ମୋକିମ । ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି, ‘‘ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ରହିଛି । ଗତ ଥର ବିଜେପି ସପକ୍ଷରେ ଫଳାଫଳ ଥିଲା । ଚଳିତ ଥର ବି ବିଜେପି ସପକ୍ଷରେ ରହିବ ଫଳାଫଳ। ଜିଲ୍ଲାରେ ବିଜେପି ଚେଆରମ୍ୟାନ୍‌ ଗଢ଼ି଼ବ। ସଂରକ୍ଷଣ ନେଇ ପୂର୍ବରୁ ଅଭିଯୋଗ ରହିଛି । ପ୍ରସ୍ତାବ ବହୁ ପୂର୍ବରୁ ଦିଆଯାଇଥିଲା । ଯଦି ସଠିକ୍‌ ଭାବେ ସଂରକ୍ଷଣ ବ୍ୟବସ୍ଥା ନ ଥିବ, ତାହେଲେ ଆମେ ବିରୋଧ କରିବୁ ।’’
Published by: Anand S.T. Das
First published: October 8, 2021, 11:59 PM IST