ଠକ ଡାକ୍ତର ରମେଶର ଦିତୀୟ ପତ୍ନୀ ଗିରଫ; ଠକେଇ କରିବାରେ ସ୍ଵାମୀଙ୍କୁ କରୁଥିଲା ସହଯୋଗ

ରାଜଧାନୀରୁ ଗିରଫ ହୋଇଥିବା ନକଲି ଠକ ଡାକ୍ତର ରମେଶ ସ୍ଵାଇଁଙ୍କ ପତ୍ନୀ ଗିରଫ । ଠକେଇ ଟଙ୍କା କମଳାଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଥିବା ପ୍ରମାଣ ମିଳିଲା ପରେ ତାଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଠକ ଡାକ୍ତର ରମେଶର ଦିତୀୟ ପତ୍ନୀ ଗିରଫ (ପ୍ରତୀକାତ୍ମକ ଛବି)

ଠକ ଡାକ୍ତର ରମେଶର ଦିତୀୟ ପତ୍ନୀ ଗିରଫ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଥିବା  ନକଲି ଠକ ଡାକ୍ତର ରମେଶ ସ୍ଵାଇଁଙ୍କ ପତ୍ନୀ ଗିରଫ । ଝାଡ଼ଖଣ୍ଡରୁ ରମେଶର ଦ୍ଵିତୀୟ ପତ୍ନୀ କମଳା ତିର୍କୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମଳା ପେଷାରେ ଜଣେ ଡାକ୍ତର । ଠକେଇ ଟଙ୍କା କମଳାଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଥିବା ପ୍ରମାଣ ମିଳିଲା ପରେ ତାଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ନକଲି ଡାକ୍ତର ରମେଶର ଅସଲି ଡାକ୍ତର ପତ୍ନୀ ଗିରଫ। ସ୍ୱାମୀ ଠକେଇର ପତ୍ନୀ ସାଜିଥିଲା ମାଷ୍ଟରମାଇଣ୍ଡ । ସ୍ୱାମୀର କଳା ସାମ୍ରାଜ୍ୟର ବାଦଶାହା ଥିଲା ପତ୍ନୀ । ସୋମବାର କମଳାକୁ ଝାଡ଼ଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟିଂ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ମହିଳା ଥାନା ପୋଲିସ। ପରେ ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ ପଠାଯାଇଛି।

"ତଦନ୍ତ ବେଳେ ପୋଲିସ ଆମେ ଜାଣିବାକୁ ପାଇଥିଲୁ ରମେଶର ଠକେଇ ଟଙ୍କାର ମାଷ୍ଟରମାଇଣ୍ଡ ସାଜିଥିଲା କମଳା । ସ୍ୱାମୀଙ୍କୁ ଠକେଇରେ ସହଯୋଗ କରୁଥିଲା । ରମେଶର ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଞ୍ଜକସନ ହୋଇଛି । ପ୍ରଥମେ ଏହି ଠକେଇ ଘଟଣାରେ ପୋଲିସକୁ ସହଯୋଗ କରିବା ପାଇଁ ଆମେ ତାଙ୍କୁ କହିଥିଲୁ। ଯୋଗାଯୋଗ ପରେ ମଧ୍ୟ ସେ ପୋଲିସକୁ ଧରା ଛୁଆଁ ଦେଇ ନଥିଲା।  ବରଂ ଓଡ଼ିଶା ଛାଡ଼ି ପଳାଇଥିଲା । ତେଣୁ ତାଙ୍କୁ ଧରିବା ପାଇଁ ଆମେ ସ୍ୱତନ୍ତ୍ର ଟିମ ଗଠନ କରିଥିଲୁ। ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ,"କହିଛନ୍ତି ଭୁବନେଶ୍ୱର ଡ଼ିସିପି ଉମା ଶଙ୍କର ଦାଶ୍  ।

ତଦନ୍ତକାରୀ ଟିମ ସୂଚନା ଅନୁସାରେ,  ରମେଶ ଗିରଫ ହେବାପରେ କମଳା ଫେରାର ହୋଇଗଲା। ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ପୋଲିସ କହିବା ସତ୍ତ୍ୱେ ସେ ଧରା ଛୁଆଁ ଦେଇ ନଥିଲା । ରମେଶକୁ ୪ ଥର ରିମାଣ୍ଡରେ ଆଣି ଜେରା କରିବା ପରେ ପତ୍ନୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ରମେଶ ବାରମ୍ବାର ବିବାହ କରିବା ପଛରେ ଥିଲା ପତ୍ନୀଙ୍କ ହାତ। ରମେଶ ଠକେଇର କମଳା  ମଧ୍ୟସ୍ଥି କରୁଥିବା ତଦନ୍ତ ବେଳେ ଜଣା ପଡ଼ିଛି। ଏବେ ରିମାଣ୍ଡରେ ଆଣି ସ୍ୱାମୀ ସ୍ତ୍ରୀଙ୍କ ଠକେଇର ତଦନ୍ତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆବଶ୍ୟକ ପଡ଼ିଲେ ସ୍ୱାମୀ ସ୍ତ୍ରୀଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରାଯିବ ।
Published by:Soumya Das
First published: