ରିମାଣ୍ଡ ବେଳେ ମୁହଁ ଖୋଲୁନି ଠକ ଡାକ୍ତର; ଅଡ଼ୁଆରେ କମିସନରେଟ ପୋଲିସ

ରାଜ୍ୟ ବାହାରେ ମଧ୍ୟ ବ୍ୟବସାୟୀଙ୍କୁ ଚୁନ ଲଗାଇଛି ରମେଶ। କିନ୍ତୁ ରିମାଣ୍ଡ ବେଳେ ମୁହଁ ଖୋଲୁ ନାହାଁନ୍ତି ଡାକ୍ତର ରମେଶ। ଏନେଇ ଅଡ଼ୁଆରେ ପଡ଼ିଯାଇଛି କମିଶନରେଟ ପୋଲିସ।

ପୋଲିସକୁ ସହଯୋଗ କରୁ ନାହାଁନ୍ତି ଡ଼କ୍ଟର ରମେଶ (ପ୍ରତୀକାତ୍ମକ ଛବି)

ପୋଲିସକୁ ସହଯୋଗ କରୁ ନାହାଁନ୍ତି ଡ଼କ୍ଟର ରମେଶ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଥିବା ଠକ ଡାକ୍ତର ରମେଶ ସ୍ୱାଇଁର ଖୋଲୁଛି ଅପରାଧ ପେଡ଼ି। ରାଜ୍ୟ ବାହାରେ ମଧ୍ୟ ବ୍ୟବସାୟୀଙ୍କୁ ଚୁନ ଲଗାଇଛି ରମେଶ। କିନ୍ତୁ ରିମାଣ୍ଡ ବେଳେ ମୁହଁ ଖୋଲୁ ନାହାଁନ୍ତି ଡାକ୍ତର ରମେଶ। ଏନେଇ ଅଡ଼ୁଆରେ ପଡ଼ିଯାଇଛି କମିଶନରେଟ ପୋଲିସ।

ଠକ ଡାକ୍ତର ନିଜର ମେଡିସିନକୁ ପ୍ରେସକ୍ୟୁପ୍ସନ ଲେଖିବାକୁ ଡାକ୍ତର ମାନଙ୍କୁ ବାଧ୍ୟ କରୁଥିଲେ ବୋଲି ଜଣେ ଡାକ୍ତର ମହିଳା ଥାନାରେ ଅଭିଯୋଗ କରିଛନ୍ତି । ରମେଶ କରିଥିବା କ୍ଲିନିକର ଡାକ୍ତରମାନଙ୍କୁ କିଛି ନିର୍ଦ୍ଦିଷ୍ଟ ମେଡିସିନ ଲେଖିବାକୁ ବାଧ୍ୟ କରୁଥିଲା । ଏପରିକି ନିଜେ ମଧ୍ୟ କିଛି ରୋଗୀଙ୍କୁ ମେଡିସିନ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ପୋଲିସ ସେ ଦିଗକୁ ଅଧିକ ଗୁରୁତର ସହ ତଦନ୍ତ ଆରମ୍ଭ କରିଛି ।

"ଏବେ ସୁଦ୍ଧା ରମେଶ ସମ୍ପୂର୍ଣ୍ଣ ଭାବେ ପୋଲିସକୁ ସହଯୋଗ କରୁନି । କିଛି କଥା କହୁଛି, ଆଉ କିଛି ପ୍ରଶ୍ନର ଉତ୍ତରରେ ଭ୍ରମ ସୃଷ୍ଟି କରୁଛି । ଏବେ ବି ତା ବିରୁଦ୍ଧରେ ଅଭିଯୋଗ ବଢୁଛି । ଆନ୍ଧ୍ରପ୍ରଦେଶ ରାଜମଣ୍ଡରି ଅଞ୍ଚଳରୁ ଜଣେ ବ୍ୟବସାୟିଙ୍କୁ ୪ଲକ୍ଷ ଟଙ୍କା ଠକିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କ ଠାରୁ ୨୦୨୦ ମସିହାରେ  ୪ଲକ୍ଷ ଟଙ୍କାର ଚାରା କିଣି ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ତେବେ ସେ ଚାରା ସେ ଆନ୍ଯବାପରେ କେଉଁଠି ଲଗାଇଛି ସେନେଇ ମଧ୍ୟ ତଦନ୍ତ ଚାଲିଛି,"କହିଛନ୍ତି ଭୁବନେଶ୍ୱର ଡ଼ି.ସି.ପି ଉମା ଶଙ୍କର ଦାଶ ।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ମଧ୍ୟ ରମେଶ ନାମରେ ଅଭିଯୋଗ ଆସିଛି । ଠକ ରମେଶ ୧୯୯୦ ରୁ ୨୦୧୦ ଯାଏଁ କାମାକ୍ଷାନଗରରେ ଏକ ବେଆଇନ କ୍ଲିନିକ୍ କରି ଚିକିତ୍ସା ଆଳରେ ରୋଗୀଙ୍କୁ ଲୁଟୁଥିବା ନେଇ ଅଭିଯୋଗ ହୋଇଛି ।

"ଠକ ରମେଶ ଏବେ ପୋଲିସ ରିମାଣ୍ଡରେ ଅଛି। ବୁଧବାର ତାର ରିମାଣ୍ଡ ଶେଷ ହେଉଛି। ତେଣୁ ପୁଣିଥରେ ତାର ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ଆମେ କୋର୍ଟକୁ ନିବେଦନ କରିବୁ। ରିମାଣ୍ଡ ବେଳେ ମିଳିଥିବା ତଥ୍ୟ ଅନୁସାରେ ପୋଲିସ ପର୍ଯ୍ୟାୟ ଅନୁସାରେ ବିଭିନ୍ନ ସ୍ଥାନକୁ ଯାଇ ପ୍ରମାଣ ଯୋଗାଡ଼ କରିବ," କହିଛନ୍ତି ଡ଼ି.ସି.ପି ଶ୍ରୀ ଦାଶ ।
Published by:Soumya Das
First published: