ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବର ଘର ଆଗରେ ଧାରଣା ଦେଇଛନ୍ତି ଡକ୍ଟରାଣୀ ବୋହୁ; ନ୍ୟାୟକୁ ଅପେକ୍ଷା

ବର ଘର ଆଗରେ ଧାରଣା ଦେଇଛନ୍ତି ଡକ୍ଟରାଣୀ ବୋହୁ; ନ୍ୟାୟକୁ ଅପେକ୍ଷା

ବାହା ହେବାକୁ ଆସିଲେନି ଡାକ୍ତର ବର। ଆଉ ବାହା ହେବା ପାଇଁ ଜିଦ୍ ଧରି ବସିଲେ। ଏପଟେ ନ୍ୟାୟ ପାଇଁ ଯୁବତୀ ଜଣକ ବର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି।

ବର ଘର ଆଗରେ ଧାରଣା ଦେଇଛନ୍ତି ଡକ୍ଟରାଣୀ ବୋହୁ; ନ୍ୟାୟକୁ ଅପେକ୍ଷା
ଶାଶୁ ଘର ଆଗରେ ଧାରଣା ଦେଇଛି ବୋହୁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 23, 2021, 7:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବାହା ହେବାକୁ ଆସିଲେନି ଡାକ୍ତର ବର। ବଧୂ ବେଶରେ ସଜେଇ ହୋଇ ଶଙ୍ଖ ଓ ମହୁରୀ ବଜାଇ ଭାବି ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ ଡାକ୍ତରାଣୀ ଯୁବତୀ। ଆଉ ବାହା ହେବା ପାଇଁ ଜିଦ୍‌ ଧରି ବସିଲେ। ହେଲେ ବର ଘର ଲୋକେ ବାହାରକୁ ଆସିଲେନି। ଏପଟେ ନ୍ୟାୟ ପାଇଁ ଯୁବତୀ ଜଣକ ବର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ବାହାଘର ନହେଲା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି କହିଛନ୍ତି।

ଡିମ୍ପଲ ଦାଶ ଜଣେ ହୋମିଓପାଥିକ୍‌ ଡାକ୍ତର। ସେ ବ୍ରହ୍ମପୁର ଟାଉନ୍‌ରେ ରୁହନ୍ତି। ତାଙ୍କର ଏଲୋପାଥିକ୍‌ ଡାକ୍ତର ସସ୍ମିତ ସାହୁଙ୍କ ସହ ବନ୍ଧୁତାରୁ ପ୍ରେମର ରୂପ ନେଇଥିଲା। ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ଯେଉଁଥିପାଇଁ ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତ ଦୀର୍ଘ ୭ ମାସ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଅଭିଯୋଗ ହୋଇଛି। ପରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ବୋଲି ଡମ୍ପଲ କହିଛନ୍ତି। ଏହା ପରେ ଦୁଇ ପରିବାର ସହମତିରେ ବୈଦିକ ରୀତିନୀତିରେ ବାହାଘର କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ଆଜି ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର। ଯାହାକୁ ନେଇ ବିଭ୍ରାନ୍ତରେ ପଡ଼ି ଯାଇଥିଲେ କନ୍ୟା ଡାକ୍ତର ଡିମ୍ପଲ ଦାଶ। ବହୁବାର ନିଜ ଭାବି ସ୍ୱାମୀଙ୍କ ସହିତ ଯୋଗାଯୋଗ କରିବାକୁ ଚାଷ୍ଟା କରିଥିଲେ। ମାତ୍ର ସମ୍ଭବ ହୋଇପାରିନଥିଲା।

‘‘ଏହି ଘଟଣା ନେଇ ଡ଼ିମ୍ପଲ ବ୍ରହ୍ମପୁର ମହିଳା ଥାନା, ଏସପି, ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ । କିନ୍ତୁ ତାଙ୍କୁ କୌଣସି ନ୍ୟାୟ ମିଳିନଥିଲା । ଏହାପରେ ସେ ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁରର ସମାଜସେବୀ ପ୍ରମିଳା ଦେବୀଙ୍କୁ ନିଜର ଅଭିଯୋଗ ଜଣାଇଥିଲେ । ଆଜି ଡ଼ିମ୍ପଲ ନିଜର ପ୍ରେମିକ ସୁମିତଙ୍କ ଘର ସମ୍ମଖରେ ଧାରଣା ଦେବା ସମୟରେ ପ୍ରମିଳା ତାଙ୍କୁ ନ୍ୟାୟ ପାଇଁ ସହଯୋଗ କରିଥିଲେ । ଜଣେ ମହିଳା ବାରମ୍ବାର ପୋଲିସକୁ ନିଜର ଅଭିଯୋଗ ଦେଉଥିବା ବେଳେ ସେ ନ୍ୟାୟ ନ ପାଇ ରାସ୍ତା କଡ଼ରେ ନ୍ୟାୟ ଭିକ୍ଷା କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ତେଣୁ ଡ଼ିମ୍ପଲର ଜୀବନ ଯିବା ପୂର୍ବରୁ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି,‘‘ ସମାଜସେବୀ ପ୍ରମିଳା ଦେବୀ ।

‘‘ସଂପୃକ୍ତ ଯୁବତୀ କିଛି ମାସ ତଳେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ମହିଳା ଥାନା ଅଭିଯୋଗ କରିଥିଲେ । ଏନେଇ ମାମଲା ରୁଜୁ ହେବା ପରେ ଏହାର ଚାର୍ଜସିଟ୍ ମଧ୍ୟ ଶେଷ ହୋଇଛି । ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି । ଡ଼ିମ୍ପଲଙ୍କ ପରିବର୍ତ୍ତୀ ଲିଖିତ ଅଭିଯୋଗ ଓ କୋର୍ଟର ଆଦେଶ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରିପାରିବ,‘‘ କହିଛନ୍ତି ବ୍ରହ୍ମପୁର ଏସପି ପୀନାକ ମିଶ୍ର ।

ମାତ୍ର ଏନେଇ ଡାକ୍ତର ସସ୍ମିତ ସାହୁ କିମ୍ୱା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Published by: Soumya Das
First published: November 23, 2021, 7:41 PM IST