News18 Odia Digital
ଭୁବନେଶ୍ବର: ଆସନ୍ତାକାଲି ଠୁ ଝୁମିବ ଭୁବନେଶ୍ୱର। ଆରମ୍ଭ ହେବ ଡ଼ଟ୍ ଫେଷ୍ଟ। ସହରରେ ଜମିବ ନାଚ, ଗୀତ ସାଙ୍ଗକୁ ଖାଦ୍ୟ ପାନୀୟ ଓ କିଣା ବିକାର ଆସର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପ୍ରତି ଦିନ ୧୫ ହଜାର ଲୋକ ଉପଭୋଗ କରିବେ ଡ଼ଟ୍ ଫେଷ୍ଟ୍। ସୁରକ୍ଷା ଦାୟିତ୍ବରେ ରହିବେ ୧୫ ପ୍ଲାଟୁନ ପୋଲିସ୍ ଫୋର୍ସ। ଗାଡ଼ି ପାର୍କିଂ ଠୁ ଆରମ୍ଭ କରି ଟ୍ରାଫିକ ପାଇଁ ହେବ ସ୍ଵତନ୍ତ୍ର ବ୍ୟବସ୍ଥା। ଲୋକଙ୍କୁ ସୁରକ୍ଷା ଦେବା ଓ ଶୃଙ୍ଖଳାର ସହ ଫେଷ୍ଟ ସାରିବା କମିଶନରେଟ ପୋଲିସର ଲକ୍ଷ। ପୋଲିସ ଫୋର୍ସ ସହ ଯୋଗ ଦେବେ ୧୨୦ ପୋଲିସ ମିତ୍ର।
ହକି ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଡ଼ଟ୍ ଫେଷ୍ଟ ଆସନ୍ତା ୧୫ ରୁ ୨୪ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲିଠୁ ଇଡକୋ ଗ୍ରାଉଣ୍ଡରେ ଜମିବ କାର୍ଯ୍ୟକ୍ରମ। ଗୋଟିଏ ପଟେ ହକି ଅନ୍ୟପଟେ ସିଟି ଫେଷ୍ଟକୁ ନେଇ ରାଜଧାନୀରେ ଲାଗିବ ଜବରଦସ୍ତ ଗହଳି। କମିଶନରେଟ ପୋଲିସ ପାଇଁ ହେବ ବଡ଼ ଚାଲେଞ୍ଜ। ତା' ପୂର୍ବରୁ ନିଜକୁ ପ୍ରସ୍ତୁତ କରିଛି ପୋଲିସ ପ୍ରଶାସନ। ପ୍ରଦର୍ଶନୀ ପଡ଼ିଆରେ ୭ ହଜାର ଲୋକଙ୍କ ବସିବା ବ୍ୟବସ୍ଥା ସହ ଲୋକ ଛିଡ଼ା ହୋଇ ଦେଖିବାର ବ୍ୟବସ୍ଥା ମଧ୍ୟ ହୋଇଛି।
ଏ ଖବର ବି ପଢ଼ନ୍ତୁhttps://odia.news18.com/news/odisha/biggest-rice-scam-in-subarnapur-tv-140123-lpd-sps-148171.htmlଏହି ସମୟରେ ସହରରେ ଟ୍ରାଫିକ ସମସ୍ୟା ନେଇ ସଜାଗ ପୋଲିସ। ଆସନ୍ତାକାଲି ଠୁ ୧୦ ଦିନ ରାମ ମନ୍ଦିର ଛକରୁ ସଚିବାଳୟ ମାର୍ଗକୁ ଗାଡ଼ି ଚଳାଚଳ ବନ୍ଦ ରହିବ। ୬ଟି ବିଭାଗରେ ସିକ୍ୟୁରିଟି ରହିବ। କଣ୍ଟ୍ରୋଲ ରୁମ ସହ ଫାଷ୍ଟ ଏଡ୍ ସୁବିଧା ରହିବ ଇଡକୋ ଗ୍ରାଉଣ୍ଡରେ।
୨ଜଣ ଅତିରିକ୍ତ ଡିସିପି ରାଙ୍କ ଅଫିସର, ୬ଜଣ ଏସିପି ରାଙ୍କ ଅଧିକାରୀ, ୫୧ଜଣ ଆଇ ଆଇ ସି ରାଙ୍କ୍ ଅଧିକାରୀ ରହିବେ ଦାୟିତ୍ବରେ। ୧୫ ପ୍ଲାଟୁନ ପୋଲିସ ଫୋର୍ସ ତା ମଧ୍ୟରେ ୫ ପ୍ଲାଟୁନ ଟ୍ରାଫିକ ପୋଲିସ ରହିବେ। କ୍ୟାପିଟାଲ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ହିନ୍ଦୀ ସ୍କୁଲ୍, କ୍ୟାପିଟାଲ ହାଇସ୍କୁଲ ଫୁଟବଲ ଗ୍ରାଉଣ୍ଡ ରେ ହେବ ପାର୍କିଂ। ହକି ଟିକେଟ ବା ପାସ୍ ଥିବା ଲୋକ ମାଗଣାରେ ମୋ ବସରେ ଯାତାୟାତ କରିପାରିବେ।
ଫେଷ୍ଟ ଦେଖିବାକୁ ଆସୁଥିବା ବ୍ୟକ୍ତି ଗାଡ଼ି ନ ଆଣି ଭିଡ଼ ନ କରି ମୋ ବସ ସହଯୋଗ ନେବାକୁ ଅନୁରୋଧ କଲେ ଡିସିପି। ପ୍ରଦର୍ଶନି ପଡ଼ିଆର ସମସ୍ତ ଅଞ୍ଚଳ ରହିବ ସିସିଟିଭି ନଜରରେ।ଚୋରଙ୍କ ଉପରେ କଡା ନଜର, ଅପରାଧୀ କାର୍ଯ୍ୟକାଳ ଉପରେ ନଜର ରଖିବେସ୍ଵତନ୍ତ୍ର ଟିମ୍।
ସେହିଭଳି ପୋଲିସଙ୍କୁ ସାହାଯ୍ୟ କରିବେ ପୋଲିସ ମିତ୍ର। ୧୦ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ୧୨୦ ପୋଲିସ ମିତ୍ର ହୋଇଛନ୍ତି ନିୟୋଜିତ। ଲୋକଙ୍କ ଯିବା ଆସିବା ଠାରୁ ଆରମ୍ଭ କରି, ଟ୍ରାଫିକ ଓ ଗାଡ଼ି ପାର୍କିଂ ପାଇଁ ଲୋକଙ୍କୁ ସାହାଯ୍ୟ କରିବେ ପୋଲିସ ମିତ୍ର। ବାହାରୁ ଆସିଥିବା ଲୋକଙ୍କୁ ଆତିଥ୍ୟ ଦେବାକୁ ପୋଲିସ ମିତ୍ରଙ୍କୁ କମିଶନରେଟ ପୋଲିସ ଓ ବି.ଡି.ଏ.ର ଅନୁରୋଧ।
ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି, ଦୁର୍ଘଟଣା ଭଲି ସମ୍ବେଦଶୀଳ ଘଟଣା କୁ ଗୁରୁତ୍ବ ଦେଇ କରିବାକୁ ଅନୁରୋଧ। ଏହାସହ ବିଭିନ୍ନ ପାର୍କ ରେ ହେଉଥିବା ଫେଷ୍ଟିଭାଲ, ଭୁବନେଶ୍ୱର ଏବେ ଓ ସେବେ ଏବଂ ଫୁଡ୍ ଫେଷ୍ଟରେ ବି ଲାଗିବ ଗହଳି।
ସେହିଭଳି ଏକାମ୍ର ହାଟରେ ୧୦୦ ଦୋକାନକୁ ନେଇ ହୋଇଛି ନାଇଟ୍ ବଜାରର ଆୟୋଜନ। ସବୁଠି ଲୋକ କେମିତି ଶୃଙ୍ଖଳାର ସହ ପହଞ୍ଚିବେ ଓ ଏହାର ମଜା ନେବେ ସେଥିପାଇଁ ସମସ୍ତେ ଦାୟିତ୍ବବାନ ହେବାକୁ ବି.ଡ଼ି.ଏ. ଉପାଧ୍ୟକ୍ଷ କହିଛନ୍ତି।
ହକି ସାଙ୍ଗକୁ ଡ଼ଟ୍ ଫେଷ୍ଟ। ସହରରେ ୨୦୧୮ ପରେ ଦ୍ଵିତୀୟ ଥର ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଥିବାବେଳେ ଆଗକୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛି ବି.ଡି.ଏ. ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।