ଉଜୁଡ଼ା ସଂସାରକୁ ଯୋଡୁଛି ମାଧ୍ୟମ ଅଭିଯାନ; ଫିଟୁଛି ସବୁ ସମସ୍ୟାର ସମାଧାନର ବାଟ

ଭୁବନେଶ୍ବରରେ ଥିବା ଏହି ସଂସ୍ଥା ଡି.ସି.ପି.ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖୁଛି।

ଉଜୁଡ଼ା ସଂସାରକୁ ଯୋଡୁଛି ମାଧ୍ୟମ ଅଭିଯାନ

ଉଜୁଡ଼ା ସଂସାରକୁ ଯୋଡୁଛି ମାଧ୍ୟମ ଅଭିଯାନ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ କମିଶନରେଟ ପୋଲିସ ଦ୍ୱାରା ଆରମ୍ଭ ହୋଇଥିବା “ମାଧ୍ୟମ” ମହିଳା ସହଯୋଗ କେନ୍ଦ୍ରରେ ସମୁଦାୟ ୧୩ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୮ଟି ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇପାରିଛି। ଅନ୍ୟ ମାମଲା ଗୁଡିକର ସମାଧାନର ବାଟ ଖୋଜା ଚାଲିଛି ବୋଲି କମିଶନରେଟ ପୋଲିସ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

୨୦୧୪ ସେପ୍ଟେମ୍ବର ୩ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା ‘‘ମାଧ୍ୟମ’’ ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମ୍ମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ୍ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖୁଛି।

ଭୁବନେଶ୍ବରରେ ଥିବା ଏହି ସଂସ୍ଥା ଡି.ସି.ପି.ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ , ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖୁଛି। ଯେଉଁ ମହିଳାମାନେ ପୋଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହାଁନ୍ତି “ମାଧ୍ୟମ" ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ହାସଲ କରିଛି। ଏପରିକି "ମାଧ୍ୟମ'ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀମାନେ ପୀଡିତାମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଆସି ଓ କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁ ବୁଝିଥିଲେ।

୨୦୧୪ ସେପ୍ଟେମ୍ବର ୩ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା ‘‘ମାଧ୍ୟମ’’ ଅଭିଯାନ


ଏହି ସଂସ୍ଥା ଦ୍ବାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି। ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ବ୍ୟକ୍ତିଗତ ଭାବେ କେବଳ ସ୍ବାମି କିମ୍ବା ସ୍ତ୍ରୀଙ୍କୁ ଡକାଇ କିମ୍ବା ଉଭୟଙ୍କୁ ଏକାଠି ବସାଇ ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଏକାଥରକେ ସମାଧାନ ନହୋଇ ପାରିଲେ ପରବର୍ତୀ ସମୟରେ ପୁନର୍ବାର ଡକାଯାଇ ବୁଝାମଣା ମାଧ୍ୟମରେ ଅନେକ ମାମଲାର ସମାଧାନ କରାଯାଇପାରୁଛି।

‘‘ମାଧ୍ୟମ’’ ଦ୍ବାରା ସମାଧାନ ହୋଇଥିବା ମାମଲା ଗତ ମାସରେ ୨ ଜଣ ଦମ୍ପତି ସେମାନଙ୍କର ଅଭିଯୋଗ ନେଇ ମାଧ୍ୟମରୁ ସହାୟତା ଆଶାରେ ଆସିଥିଲେ। ଉଭୟ ଦମ୍ପତି ପରସ୍ପରକୁ ଭଲ ପାଉଥିଲେ ଓ ୫ ବର୍ଷ ହେବ ଏକତ୍ର ରହି ଆସୁଥିଲେ। ଦମ୍ପତିଙ୍କ ମଧ୍ୟରୁ ପୁରୁଷ ଜଣକ ଜଣେ ରାଜନେତାଙ୍କ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରୁଥିବା ବେଳେ ମହିଳା ଜଣକ ଗୋଟିଏ ଘରୋଇ କମ୍ପାନୀରେ ଡାଟାଏଣ୍ଟ୍ରି ଭାବରେ କାମ କରନ୍ତି।

ଜନୈକା ମହିଳାଙ୍କ ମା' କର୍କଟ ରୋଗରେ ପୀଡ଼ିତ ଥିବାରୁ ସେ ନିଜ ଘରେ ରୁହନ୍ତି। ଜନୈକା ମହିଳାଙ୍କ ସ୍ବାମୀ ଭଲ ପାଇବା ଠାରୁ ଟଙ୍କାକୁ ଗୁରୁତ୍ୱ ଦେଉଥିବାରୁ ମହିଳା ଜଣକ ଚାକିରି ଛାଡ଼ିଦେଇ ତାଙ୍କ ମା'ଙ୍କର ଦେଖାଶୁଣା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ପରିବାର ଲୋକ ଜନୈକା ମହିଳାଙ୍କ ଅନ୍ୟତ୍ର ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଏହାର ପରିଣାମ ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇଥିଲା। ଛାଡ଼ପତ୍ରର ସମାଧାନ ପାଇଁ ୪ ଦିନ ଥିବାରୁ ଜନୈକା ମହିଳା ଜଣକ ମାଧ୍ୟମରେ ସହାୟତା ଲୋଡ଼ିବାରୁ ମାଧ୍ୟମ ପକ୍ଷରୁ ଉଭୟ ପକ୍ଷଙ୍କୁ ଡାକ ଯାଇଥିଲା । ଉଭୟ ଦମ୍ପତି ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଆଲୋଚନା ପରେ ଆପୋଷ ସମାଧାନ କରାଯାଇ ଉଭୟ ଦମ୍ପତିଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାର ସମାଧାନ କରାଯାଇଥିଲା।
Published by:Lipina Das
First published: